ବଲିଉଡ୍ ଅଭିନେତା ମନୋଜ କୁମାର ପରଲୋକ

ମୁମ୍ବାଇ: ବଲିଉଡ୍ ଅଭିନେତା ମନୋଜ କୁମାରଙ୍କ ପରଲୋକ। ମନୋଜ କୁମାର ତଥା ଭରତ କୁମାରଙ୍କ ପରଲୋକ ହୋଇଛି। ୮୭ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ୧୯୯୨ରେ ପଦ୍ମଶ୍ରୀ ଏବଂ ଦାଦାସାହେବ ଫାଲକେ ସମ୍ମାନରେ ସମ୍ମାନିତ ହୋଇଛିଲେ ମନୋଜ କୁମାର।
ମୁମ୍ବାଇର କୋକିଳାବେନ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି। ଭରତ ନାଁରେ ସେ ଥିଲେ ବେଶ୍ ଲୋକପ୍ରିୟ। ୧୯୯୨ ମସିହାରେ ପଦ୍ମଶ୍ରୀ ଏବଂ ଦାଦା ସାହେବ ଫାଲକେ ସମ୍ମାନରେ ତାଙ୍କୁ ସମ୍ମାନିତ କରାଯାଇଥିଲା।
ରୋଜି କପଡା ଅର୍ ମକାନ୍ , ଆଦମୀ, ଉପକାର୍, ବେଇମାନ୍ , ମେରା ନାମ୍ ଜୋକର, ଅମାନତ୍ , କ୍ରାନ୍ତି , ଦଶନମ୍ବରୀ , ମୈଦାନୀ ଜଙ୍ଗ ଆଦି ଚଳଚିତ୍ରରେ ସେ ନିଜର ନିଖୁଜ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିଲେ। ଦେଶାତ୍ମକ ଚଳଚିତ୍ର ପାଇଁ ବେଶ୍ ଲୋକପ୍ରିୟ ଥିଲେ ମନୋଜ।
ମନୋଜ କୁମାରଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆରେ ସେ ଲେଖିଛନ୍ତି, ‘ଅଭିନେତା ତଥା ଚଳଚ୍ଚିତ୍ର ନିର୍ମାତା ମନୋଜଙ୍କ ଦେହାନ୍ତରେ ଦୁଃଖିତ। ଭାରତୀୟ ସିନେମାର ଆଇକନ, ଦେଶାତ୍ମକ ଚିନ୍ତାଧାରା ପାଇଁ ସେ ପରିଚିତ। ତାଙ୍କ କାର୍ଯ୍ୟ ଜାତୀୟ ଭାବନାକୁ ପ୍ରଜ୍ବଳିତ କରିଥିଲା, ସର୍ବଦା ପ୍ରେରଣା ଦେବ।’ ପରିବାର ବର୍ଗଙ୍କୁ ସମବେଦନା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି।
ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର