ବାଇକ ଚୋରି କରିବା ଅଭିଯୋଗରେ ୨ ଗିରଫ
ବାଇକ ଚୋରି କରିବା ଅଭିଯୋଗରେ ସମୁଦ୍ରକୁଳ ଥାନା ପୁଲିସ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଏ ନେଇ ସମୁଦ୍ରକୂଳ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଥାନାଧିକାରୀ ମାନସ ରଞ୍ଜନ ଚକ୍ର।ଗିରଫ ଅଭିଯୁକ୍ତ ହେଉଛନ୍ତି କୁମ୍ଭାରପଡା ଥାନା ଅନ୍ତର୍ଗତ ନରେନ୍ଦ୍ରକୋଣ ହରିଜନ ବସ୍ତିର ସୁଜିତ ଗୋଛାୟତ (୨୨),ସିବୀଚ ଥାନା ଅନ୍ତର୍ଗତ ପେଣ୍ଠକଟା ଧୋବାଖାଲର ରମେଶ ବେହେରା (୨୮) l ସୂଚନା ମୁତାବକ ଗତ ୧୪ଫେବୁଆରିରେ ଶ୍ରୀକ୍ଷେତ୍ର କଲୋନୀର ସଚିକାନ୍ତ ରାଉତ ସିଡିଓ କାର୍ଯ୍ୟାଳୟ ନିକଟରେ ନିଜ ପଲସର ବାଇକ ଟିକୁ ପାର୍କିଙ୍ଗ କରିଥିବା ସମୟରେ ଏହି ଦୁଇ ଅଭିଯୁକ୍ତ ବାଇକ ଟିକୁ ଚୋରି କରିନେଇଥିଲେ ଏ ନେଇ ସମୁଦ୍ରକୂଳ ଥାନା ରେ ଲିଖିତ ଅଭିଯୋଗ କରାଯାଇଥିଲା l ଏହି ଅଭିଯୋଗକୁ ଭିତ୍ତି କରି ସମୁଦ୍ରକୂଳ ଥାନା ପୁଲିସ ସମସ୍ତ ସିସିଟିଭି ଯାଞ୍ଚ କରି ଏହି ଦୁଇ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିଲା ଏହି ଦୁଇ ଅଭିଯୁକ୍ତ ନାମରେ ବିଭିନ୍ନ ଥାନାରେ ଅନେକ ଚୋରି ମାମଲା ଥିବା ଜଣାପଡ଼ିବାବେଳେ ପୁଲିସ ଅଧିକ ଖୋଳତାଡ଼ ଆରମ୍ଭ କରିଥିଲା l ଖୋଲାତାଡ଼ ରେ ଜଣାପଡିଥିଲା ବିଭିନ୍ନ ଅଞ୍ଚଳରେ ଅନେକ ବାଇକ ଚୋରି କରିଥିବା ଜଣାପଡ଼ିଥିଲା l ଏହି ୨ଅଭିଯୁକ୍ତଙ୍କ ନାଁ ରେ ମୁମ୍ଭାରପଡା ଥାନା, ସମୁଦ୍ରକୁଳ ଥାନା, ଚନ୍ଦନପୁର ଥାନା, ସଦରଥାନା ଓ ଖୋର୍ଦ୍ଧା ଥାନା ରେ ଅନେକ ମାମଲା ରହିଛି l ପୁଲିସ ଉଭୟ ଅଭିଯୁକ୍ତଙ୍କ ଠାରୁ ୯ଟି ଚୋରା ବାଇକ ଓ ସ୍କୁଟି ଜବତ କରିବା ସହ କେସ ନଂ ୫୧ରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି l
