October 9, 2026
Home » ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ (AHSC) ପରୀକ୍ଷା ପାଇଁ A1 ଆଶାୟୀ ଶିବିର ଉଦ୍‌ଘାଟିତ

ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ (AHSC) ପରୀକ୍ଷା ପାଇଁ A1 ଆଶାୟୀ ଶିବିର ଉଦ୍‌ଘାଟିତ

0
WhatsApp Image 2026-10-09 at 4.33.54 PM

ଧର୍ମଗଡ଼ : ଆଗାମୀ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ (AHSC) ପରୀକ୍ଷା-୨୦୨୭ରେ ଉତ୍କୃଷ୍ଟ ଫଳାଫଳ ସହ A1 ଗ୍ରେଡ୍ ହାସଲ କରିବା ଲକ୍ଷ ନେଇ ଧର୍ମଗଡ଼ ଠାରେ A1 ଆଶାୟୀ ଶିବିର ଉଦ୍‌ଘାଟିତ ହୋଇଯାଇଛି।ଏହି ଶିବିରକୁ ଧର୍ମଗଡ଼ର ସହକାରୀ ଜିଲ୍ଲାପାଳ ଅମିତ ବେହେରା ଉଦ୍‌ଘାଟନ କରିଥିବାବେଳେ ଧର୍ମଗଡ଼ର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ହେମନ୍ତ କୁମାର ପଣ୍ଡା, ନୋଡାଲ ପ୍ରଧାନ ଶିକ୍ଷକ ଜୟନ୍ତ କୁମାର ମୁଣ୍ଡ ଏବଂ ସାଧନ କର୍ମୀ ପ୍ରକାଶ ନିଶଙ୍କ, ବୀରେନ୍ଦ୍ର ଆଚାର୍ଯ୍ୟ ସମେତ ସମସ୍ତ ବିଦ୍ୟାଳୟ ର ଶିକ୍ଷକ,ଅଭିଭାବକ,ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।ଉଦ୍‌ଘାଟନୀ ଅବସରରେ ଅତିଥିମାନେ A1 ଆଶାୟୀ ଛାତ୍ରଛାତ୍ରୀଙ୍କୁ ନିୟମିତ ଅଧ୍ୟୟନ, ସମୟାନୁବର୍ତ୍ତିତା, ଶୃଙ୍ଖଳା ଏବଂ ନିରନ୍ତର ଅଭ୍ୟାସ ମାଧ୍ୟମରେ ଲକ୍ଷ୍ୟ ହାସଲ କରିବାକୁ ପରାମର୍ଶ ଦେଇଥିଲେ। ପରୀକ୍ଷାରେ ଉନ୍ନତ ଫଳାଫଳ ପାଇଁ ଶିକ୍ଷକମାନଙ୍କ ମାର୍ଗଦର୍ଶନ, ନିୟମିତ ପୁନରାବୃତ୍ତି, ମଡେଲ୍ ଟେଷ୍ଟ ଏବଂ ବ୍ୟକ୍ତିଗତ ଯତ୍ନର ଗୁରୁତ୍ୱ ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା।ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ପଣ୍ଡା ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ଉନ୍ନତି ପାଇଁ ଶିକ୍ଷକ, ଅଭିଭାବକ ଏବଂ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମିଳିତ ପ୍ରୟାସ ଉପରେ ଗୁରୁତ୍ୱାରୋପ କରିଥିଲେ। ଅନ୍ୟପକ୍ଷରେ, ନୋଡାଲ ପ୍ରଧାନ ଶିକ୍ଷକ ଜୟନ୍ତ କୁମାରୁ ମୁଣ୍ଡ ଶିବିରର ଲକ୍ଷ୍ୟ ଓ କାର୍ଯ୍ୟଯୋଜନା ସମ୍ପର୍କରେ ସୂଚନା ଦେଇ ଆଶାୟୀ ଛାତ୍ରଛାତ୍ରୀଙ୍କୁ ଆବଶ୍ୟକ ଶୈକ୍ଷିକ ସହଯୋଗ ଓ ନିୟମିତ ମାର୍ଗଦର୍ଶନ ଯୋଗାଇଦେବାକୁ ଗୁରୁତ୍ୱ ଦେଇଥିଲେ। ସାଧନ କର୍ମୀ ପ୍ରକାଶ ନିଶଙ୍କ ଓ ବୀରେନ୍ଦ୍ର ଆଚାର୍ଯ୍ୟ ମଧ୍ୟ ଛାତ୍ରଛାତ୍ରୀଙ୍କୁ ବିଷୟଭିତ୍ତିକ ମାର୍ଗଦର୍ଶନ ପ୍ରଦାନ କରିଥିଲେ। ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ହେମସାଗର ମହାନନ୍ଦ ପରିଦର୍ଶନ ଆସି ଛାତ୍ର ଛାତ୍ରୀ ମାନଙ୍କୁ ମନୋବଳ ଦୃଢ ନିମନ୍ତେ ଆହ୍ୱାନ ଦେଇଥିଲେ।
ଏହି ଶିବିର ଛାତ୍ରଛାତ୍ରୀଙ୍କ ମନୋବଳ ବୃଦ୍ଧି କରିବା ସହ ପରୀକ୍ଷା ପ୍ରସ୍ତୁତିକୁ ଅଧିକ ସୁଦୃଢ଼ କରିବ ଏବଂ AHSC ପରୀକ୍ଷା-୨୦୨୭ରେ ଉଲ୍ଲେଖନୀୟ ସଫଳତା ହାସଲ ପାଇଁ ପ୍ରେରଣା ଯୋଗାଇବ ବୋଲି ଆଶା ପ୍ରକାଶ କରାଯାଇଛି।ପରିଶେଷରେ ବ୍ଲକ୍ ଓଷ୍ଟା ସମ୍ପାଦକ ରିଖିରାମ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *