October 10, 2026
Home » ବିଶ୍ବ ମାନସିକ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ଆଇନ ସଚେତନତା ଶିବିର

ବିଶ୍ବ ମାନସିକ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ଆଇନ ସଚେତନତା ଶିବିର

0
WhatsApp Image 2026-10-10 at 2.40.34 PM (1)

।
ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧକ୍ଷ୍ୟ ତଥା ଜିଲ୍ଲା ଓ ଦୌରାଜଜ୍ ଶ୍ରୀଯୁକ୍ତ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଧେଶ ଅନୁଯାଇ ତା ୧୦ .୧୦ .୨୦୨୬ ରିଖରେ ୧୧.୩୦ ଘଟିକା ସମୟରେ ଖ୍ରୀଷ୍ଟୋଜ୍ୟୋତି ଆଶ୍ରମ,ବଳିଆପଣ୍ଡା,ପୁରୀ ଠାରେ ଆଇନ ସେବା ପ୍ରାଧିକରଣ ତରଫରୁ ବିଶ୍ବ ମାନସିକ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି। ଆଜିର ଏହି କାର୍ଯକ୍ରମକୁ ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀଯୁକ୍ତ ପରିତୋଷ କୁମାର ସେଠୀ ଉଦ୍ଘାଟନ କରିବା ସହ ନିଜ ବକ୍ତବ୍ୟରେ ସେଠାକାର ରହୁଥିବା ଅନ୍ତେବାସୀ ମାନଙ୍କର ମାନସିକ ସ୍ବାସ୍ଥ୍ୟ , ତାର ନିରାକରଣ ଏବଂ ମାନସିକ ବିକାଶ ଉପରେ ଧ୍ୟାନ ଦେବାକୁ ଉକ୍ତ ଅନୁଷ୍ଠାନର ଅଧିକ୍ଷକ ସମେତ ନିଯୋଜିତ ହୋଇଥିବା କର୍ମଚାରୀ ମାନଙ୍କୁ ପରାମର୍ଶ ଦେଇଥିଲେ ଏବଂ ମାନସିକ ବ୍ୟକ୍ତି ମାନଙ୍କର ସୁରକ୍ଷା ଏବଂ ଯତ୍ନ ସମସ୍ତଙ୍କର କର୍ତବ୍ୟ ବୋଲି ଉପସ୍ଥାପନ କରିଥିଲେ ।

ଏହି କାର୍ଯକ୍ରମରେ ଯୋଗ ଦେଇଥିବା ଅନୁଷ୍ଠାନର ଅଧିକ୍ଷକ ରୁବେନ କେରକେତା , ଅନ୍ତେବାସୀ ଏବଂ ସେଠାକାର ଉପସ୍ଥିତ କର୍ମକର୍ତା ମାନଙ୍କୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ପୁରୀ ତରଫରୁ ଧନ୍ୟବାଦ ଅର୍ପଣ ସହ ଟିଫିନ ପ୍ଯାକେଟ ବଣ୍ଟାଯାଇଥିଲା ଏବଂ ଅନ୍ତେବାସୀ ଓ କର୍ମକରତାଙ୍କୁ ଆଇନ ସେବାର ଉପଯୋଗୀତା ଓ ଉପଦେୟତାକୁ ଜନସାଧାରଣଙ୍କ ମଧ୍ୟରେ ପ୍ରଚାର କରିବା ସହ ଏହା କିପରି ଜନସାଧାରଣଙ୍କ ଉପଯୋଗୀ ହୋଇପାରିବ ଏଥିପାଇଁ ଅନୁଷ୍ଠାନର କର୍ମକର୍ତା ମାନଙ୍କୁ ଆହ୍ବାନ ଦେଇଥିଲେ । ଏହି କାର୍ଯକ୍ରମକୁ ପରିଚାଳନା କରିବାରେ ପ୍ରାଧିକାରଣର କର୍ମଚାରୀମାନେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *