ବିଶ୍ୱ ହେପାଟାଇଟିସ୍ ସଚେତନତା ଶୋଭାଯାତ୍ରା

ଆସନ୍ତାକାଲି ସୋମବାର ସକାଳ ୬ଟା ୩୦ରେ ବିଶ୍ୱ ହେପାଟାଇଟିସ୍ ଦିବସ ଅବସରରେ ଏକ ସଚେତନତା ଶୋଭାଯାତ୍ରା ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ଗେଟ୍ ୭ ନମ୍ବର (ବସଷ୍ଟାଣ୍ଡ) ଠାରୁ ଆରମ୍ଭ ହୋଇ ୧୨୦ ବାଟାଲିୟନ୍ ଦେଇ ପୋଲିସ କମିଶନରେଟ୍ ଅଫିସ ପରିସରରେ ପହଞ୍ଚିବ। ଗ୍ୟାଷ୍ଟ୍ରୋ ଏବଂ ଲିଭର କେୟାର ଫାଉଣ୍ଡେସନ୍, ଇଣ୍ଡିଆନ୍ ରେଡକ୍ରସ ସୋସାଇଟ୍ ଆଞ୍ଚଳିକ ଶାଖା ଓ କମିଶନରେଟ୍ ପୋଲିସ ଭୁବନେଶ୍ୱର -କଟକ ସହାୟତାରେ ଏହି କାର୍ଯ୍ୟକ୍ରମ ସଞ୍ଚଳିତ ହେବ।
ହେପାଟାଇଟିସ୍ ଭଳି ବ୍ୟାଧି ଠାରୁ ସମାଜର ବିଭିନ୍ନ ବର୍ଗ କିଭଳି ଦୂରେଇ ରହିବେ ଏହାର ସଚେତନତା ନିମନ୍ତେ ଏହି ଶୋଭାଯାତ୍ରାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ। ତେଣୁ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ସାମାଜିକ କର୍ମୀ, ସ୍ୱେଚ୍ଛାସେବୀ, ବିଭିନ୍ନ ସଂଗଠନର କର୍ମକର୍ତ୍ତା ବିପୁଳ ସଂଖ୍ୟାରେ ଯୋଗ ଦେଇ ଶୋଭାଯାତ୍ରା ସଫଳ କରିବାକୁ ଡକ୍ଟର ମନୋଜ ସାହୁ ଓ ଡକ୍ଟର ରୁଷି ପଟ୍ଟନାୟକ ନିବେଦନ କରିଛନ୍ତି।
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )