June 12, 2026
Home » ବୃଦ୍ଧ ବୃଦ୍ଧା ବିଧବା ବିକଲାଙ୍ଗ ଭତ୍ତା ଓ ସିଆରପି ଓ ଏମବିକେ ମାନଙ୍କର ଦରମା ଦେବା ପାଇଁ ବିଜେଡ଼ି ର ଦାବିପତ୍ର

ବୃଦ୍ଧ ବୃଦ୍ଧା ବିଧବା ବିକଲାଙ୍ଗ ଭତ୍ତା ଓ ସିଆରପି ଓ ଏମବିକେ ମାନଙ୍କର ଦରମା ଦେବା ପାଇଁ ବିଜେଡ଼ି ର ଦାବିପତ୍ର

0
WhatsApp Image 2026-06-11 at 4.48.09 PM

 

 ଧର୍ମଗଡ ବିଜୁ ଜନତା ଦଳ ବ୍ଲକ ସଭାପତି ଡାକେ ଲହଜଲଙ୍କ ନେତୃତ୍ବରେ ଧର୍ମଗଡ଼ ଗୋଷ୍ଟି ଉନ୍ନୟନ ଅଧିକାରୀ ସଦାଶିବ ନାଏକଙ୍କୁ ବୃଦ୍ଧ ବୃଦ୍ଧା ବିଧବା ବିକଲାଙ୍ଗ ଭତ୍ତା ଓ ସିଆରପି ଏମ ବିକେ ମାନଙ୍କର ଦରମା ଦେବା ପାଇଁ ଦାବିପତ୍ର ପ୍ରଦାନ କରା ଯାଇଥିଲା।

ଦାବି ପତ୍ର ପ୍ରଦାନ ସମୟରେ ପୂର୍ବତନ ରାଜ୍ୟ ସମାଜ କଲ୍ୟାଣ ବୋର୍ଡ ଅଧ୍ୟକ୍ଷା ଶ୍ରୀମତୀ କଲ୍ୟାଣୀ ନାଏକ ବ୍ଲକ ସଭାନେତ୍ରୀ ଶ୍ରମତୀ ମମତା ରାଣୀ ଗୋପାଳ, ଏକ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ଗୋପୀନାଥ ମହାନନ୍ଦ, ସନ୍ତୋଷ ପାଢ଼ୀ, କ୍ଷେତ୍ରମୋହନ ସତନାମୀ,ସୁନୀଲ ଭଇଁସାଲ, ଗୁଣ ଶବର ଓ ଅନ୍ୟମାନେ ସାମିଲ ହୋଇ ଆଗାମୀ ସାତ ଦିନ ମଧ୍ୟରେ ଭତ୍ତା ଓ ଦରମା ନ ଦେଲେ ବ୍ଲକ ଅଫିସ୍ ସାମ୍ନାରେ ଗଣଧାରଣ ଦିଆଯିବ ବୋଲି ବ୍ଲକ ସଭାପତି ଡାକେ ଲହଜଲ ଚେତାବନି ଦେଇଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *