August 21, 2026
Home » ବୃହତ୍ତର ଭୁବନେଶ୍ୱରକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହେବ ଡ୍ରେନେଜ୍ ମାଷ୍ଟର ପ୍ଲାନ

ବୃହତ୍ତର ଭୁବନେଶ୍ୱରକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହେବ ଡ୍ରେନେଜ୍ ମାଷ୍ଟର ପ୍ଲାନ

0
WhatsApp Image 2025-08-22 at 11.24.25 PM

ଭୁବନେଶ୍ୱରରେ ଡ୍ରେନେଜ ମାଷ୍ଟର ପ୍ଲାନ ସମ୍ବନ୍ଧୀୟ ଏବଂ ଷ୍ଟର୍ମ ଓ୍ୱାଟର ମ୍ୟାନେଜମେଣ୍ଟକୁ ନେଇ ଏକ ସମୀକ୍ଷା ବୈଠକ ଭୁବନେଶ୍ୱର ମହାନଗର ନିଗମ ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । 2050 କୁ ଆକ୍ଷିରେ ରଖି ସହରର ବିକାଶ ଅନୁଯାୟୀ ବୃହତ୍ତର ଡ୍ରେନେଜ ମାଷ୍ଟର ପ୍ଳାନ ର ସର୍ଭେ କରାଯାଉଛି l

କମିଶନର ଶ୍ରୀ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରୁର୍କୀ ଆଇଆଇଟିର ପ୍ରଫେସର ଡି.ଏସ୍ ଆର୍ଯ୍ୟ, ସିଟି ଇଂଜିନିୟର ବିଳାସ କୁମାର ବେହେରା, ଉପଜିଲ୍ଲାପାଳ ଡକ୍ଟର ମନୋରଂଜନ ସାହୁଙ୍କ ସମେତ ସ୍ମାର୍ଟ ସିଟି, ବିଡିଏ, ଆଇଏମ୍ ଡି, ଓସଡମା, ଜଳ ସଂପଦ ବିଭାଗ, ରାଜସ୍ୱ ବିଭାଗ, ଇଡକୋ ଏବଂ ବିଏମ୍ ସି ସମେତ ଅନ୍ୟାନ୍ୟ ଇଂଜିନିୟର ଓ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।
ବୃହତ୍ତର ଭୁବନେଶ୍ୱର କଳେବରକୁ ଦୃଷ୍ଟିରେ ରଖି କରାଯାଉଥିବା ଡ୍ରେନେଜ୍ ମାଷ୍ଟର ପ୍ଲାନକୁ କିପରି କାର୍ଯ୍ୟକାରୀ କରାଯାଇ ପାରିବ ଏବଂ ଏହା ସାଙ୍ଗକୁ ରୋଡ ନେଟଓ୍ୱାର୍କ, ଫ୍ୟାସିଲିଟି ନେଟଓ୍ୱାର୍କ, ୟୁଟିଲିଟି ନେଟଓ୍ୱାର୍କ, ଜବରଦଖଲ ଓ ଜଳବନ୍ଦୀ ସମସ୍ୟା ଇତ୍ୟାଦିର ଯଥାଯଥ ଚିହ୍ନଟ ପାଇଁ ଜେ.ଏସ୍ ମ୍ୟାପିଂ ଜରିଆରେ ତଥ୍ୟ ସଂଗ୍ରହ କରାଯିବ । ତେବେ ପରବର୍ତ୍ତୀ ଉପଯୋଗ ପାଇଁ ଏହି ତଥ୍ୟକୁ ଭୁବନେଶ୍ୱର-1ରେ ସିଟିଜେନ ପୋର୍ଟାଲରେ ସାର୍ବଜନୀନ କରାଯିବା ପାଇଁ ମଧ୍ୟ ଆଲୋଚନା ହୋଇଛି । ଯଦ୍ୱାରା ତଥ୍ୟର ବିବିଧ ଉପଯୋଗ ହୋଇପାରିବ l
ଯୋଜନାର ଦୀର୍ଘ ମିଆଦି ଓ ସ୍ୱଳ୍ପ ମିଆଦି କାର୍ଯ୍ୟକାରିତାକୁ ଦୃଷ୍ଟିରେ ରଖି ଯୋଜନାର ରୂପାୟନ କରାଯିବ । ଜନସାଧାରଣଙ୍କର ସମସ୍ତ ପ୍ରକାର ସୁବିଧାକୁ ଦୃଷ୍ଟିରେ ରଖି ଯୋଜନା ପ୍ରସ୍ତୁତ କରାଯିବ । ପ୍ରକଳ୍ପ ରୂପାୟନ ପାଇଁ ଆଇଆଇଟି ରୁର୍କୀ ରୋଡ ମ୍ୟାପ୍ ପ୍ରସ୍ତୁତ କରିଛି । ସର୍ଭେ କାର୍ଯ୍ୟ ଆରମ୍ଭ କରିଛି । ରୁର୍କୀର ବୈଜ୍ଞାନିକମାନେ ଏହି ସର୍ଭେ କାର୍ଯ୍ୟ କରୁଛନ୍ତି । ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ଡାଟା ସଂଗ୍ରହ କରାଯାଉଛି । ଏହି ଡାଟାକୁ ସାର୍ବଜନୀନ କରାଯିବ । ସେମାନେ ଆରମ୍ଭ କରିଥିବା କାର୍ଯ୍ୟର ନିୟମିତ ସମୀକ୍ଷା କରାଯାଉଛି । ଆଜି ମଧ୍ୟ ଆଇଆଇଟି ରୁର୍କୀର ପ୍ରୋଫେସର ମାନେ ସେମାନଙ୍କର ମଧ୍ୟବର୍ତ୍ତୀକାଳୀନ କାର୍ଯ୍ୟ ଅଗ୍ରଗତି ସଂପର୍କରେ ଆଲୋଚନା କରିଥିଲେ । ଏହି ସର୍ଭେ କାମ ଆସନ୍ତା ଡିସେମ୍ବର ସୁଦ୍ଧା ଶେଷ ହୋଇଯିବ ବୋଲି ଜଣାପଡିଛି । ଜଳସମ୍ପଦ ବିଭାଗ ତରଫରୁ ଏହି ସର୍ଭେ କୁ ପ୍ରସଂଶା କରାଯାଇଛି l

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed