June 5, 2026
Home » ବୌଦ୍ଧ ଜିଲ୍ଲା ସ୍ତରୀୟ ବିଶ୍ୱ ପରିବେଶ ଦିବସ–୨୦୨୬ ପାଳିତ : ପ୍ରକୃତି ବନ୍ଧୁ ଓ ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ

ବୌଦ୍ଧ ଜିଲ୍ଲା ସ୍ତରୀୟ ବିଶ୍ୱ ପରିବେଶ ଦିବସ–୨୦୨୬ ପାଳିତ : ପ୍ରକୃତି ବନ୍ଧୁ ଓ ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ

0
WhatsApp Image 2026-06-05 at 3.36.50 PM

ସୁବର୍ଣ୍ଣପୁର: ବିଶ୍ୱ ପରିବେଶ ଦିବସ–୨୦୨୬ ଅବସରରେ “ଜଳବାୟୁ ପଦକ୍ଷେପ” ପ୍ରସଙ୍ଗକୁ ନେଇ ଆଜି ବୌଦ୍ଧ ଜିଲ୍ଲା ପ୍ରଶାସନ ଏବଂ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ମିଳିତ ଆନୁକୂଲ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ ଏକ ଜିଲ୍ଲାସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସଭା ଆରମ୍ଭରେ ଜିଲ୍ଲା ବନଖଣ୍ଡ ଅଧିକାରୀ ରାଜେନ୍ଦ୍ର ଗୋଛାୟତ ସ୍ୱାଗତ ଭାଷଣ ପ୍ରଦାନ କରି ପାୱାର ପଏଣ୍ଟ ମାଧ୍ୟମରେ “ଜଳବାୟୁ ପଦକ୍ଷେପ” ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରିବେଶ ସୁରକ୍ଷା, ବୃକ୍ଷରୋପଣ ଓ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଜନସାଧାରଣ ଓ ସମସ୍ତ ବିଭାଗଙ୍କ ସକ୍ରିୟ ସହଯୋଗ ଆବଶ୍ୟକ ବୋଲି ମତପ୍ରକାଶ କରିଥିଲେ ।ଏକ ସୁନ୍ଦର ସମାଜ ପାଇଁ ଉଭୟ ଜୀବ ଜଗତ ଏବଂ ନିର୍ଜୀବ ପରିବେଶ ଉଭୟଙ୍କୁ ସମୁଚିତ ଗୁରୁତ୍ବ ଦେବା ବୋଲି କହିଥିଲେ ।ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଆରକ୍ଷୀ ଅଧିକାରୀ କୁଲଦୀପ ମିନା, ଜିଲ୍ଲା ବନଖଣ୍ଡ ଅଧିକାରୀ କେନ୍ଦୁଲିଫ, ଅଧିକାରୀ ସୁଦର୍ଶନ ବାଦୀ, ଡିଏମ୍‌ ଓଏଫ୍‌ଡିସି ବୌଦ୍ଧ , ପ୍ରଭାକର ନାୟକ, ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମହାପାତ୍ର ଏବଂ ଉଦ୍ଭିଦ ବିଜ୍ଞାନୀ ଡଃ. ପ୍ରବୀର ଦାସ ପରିବେଶ ସଂରକ୍ଷଣ, “ଜଳବାୟୁ ପଦକ୍ଷେପ” ଏବଂ ସମ୍ପର୍କିତ ଆଇନ କାନୁନ ସମ୍ପର୍କିତ ବହୁମୂଲ୍ୟ ମତାମତ ରଖିଥିଲେ ।

ସଭା ପରିଚାଳନା ଏସ୍‌ଏମ୍‌ଏସ୍‌ ଲାଇଭ୍‌ଲିହୁଡ୍‌ ପକ୍ଷରୁ ସଞ୍ଜୟ କୁମାର ପଟ୍ଟନାୟକ କରିଥିଲେ । ଶେଷରେ ଏ ସି ଏଫ୍‌ ମୀନାକ୍ଷୀ କୁମୁରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ “ପ୍ରକୃତି ବନ୍ଧୁ” ଏବଂ “ପ୍ରକୃତି ମିତ୍ର” ପୁରସ୍କାର ସହିତ ପରିବେଶ ଚିତ୍ରାଙ୍କନ ପ୍ରତିଯୋଗିତାର ବିଜେତା ଛାତ୍ର ଛାତ୍ରୀ ମାନଙ୍କୁ ସମ୍ମାନିତ କରାଯାଇଥିଲା । ହରଭଙ୍ଗା ବ୍ଲକ ବୁଧିକଣାର ଶ୍ରୀମତୀ ହରପ୍ରିୟା ତ୍ରିପାଠୀ ଏବଂ କଣ୍ଟାମାଳ ବ୍ଲକ ଆମ୍ବାଗାଁର ଶ୍ରୀ ସୁକଦେବ ପଣ୍ଡାଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଥିଲା । ବୌଦ୍ଧ ବ୍ଲକର ବୁରାଗୋରା ସରକାରୀ ଉଚ୍ଚ ବିଦ୍ୟାଳୟ, କଣ୍ଟାମାଳ ବ୍ଲକ ନୂଆପାଲି ଆଦିବାସୀ ଉଚ୍ଚ ବିଦ୍ୟାଳୟ ଏବଂ ହରଭଙ୍ଗା ବ୍ଲକର ବୀରନରସିଂହପୁର ସ୍ଥିତ ସାଧୁ ଚରଣ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ପ୍ରକୃତି ମିତ୍ର ପୁରସ୍କାରରେ ସମ୍ବର୍ଦ୍ଧିତ କରାଯାଇଥିଲା । ଚିତ୍ରାଙ୍କନ ପ୍ରତିଯୋଗିତାର ଜୁନିୟର ବର୍ଗରେ ଆଲିଶା ମହାକୁଳ (ଓଏଭି, ତେତେଲେଙ୍ଗା) ପ୍ରଥମ, ହିମାଂଶୁ ଜାନି (ଓଏଭି, ଅଇଁଲାଚୁଆଁ) ଦ୍ୱିତୀୟ ଏବଂ ପ୍ରିନ୍ସ ହାତୀ (ସରସ୍ୱତୀ ବିଦ୍ୟାମନ୍ଦିର, ମନମୁଣ୍ଡା) ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ସିନିୟର ବର୍ଗରେ ସ୍ମୃତିସ୍ୱରୂପା ହାତୀ (ପିଏମ୍‌ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ବୌଦ୍ଧ) ପ୍ରଥମ, ପ୍ରିୟାଂଶୀ ପ୍ରିୟଦର୍ଶିନୀ ସାହୁ (ଓଏଭି, ତେତେଲେଙ୍ଗା) ଦ୍ୱିତୀୟ ଏବଂ ଆର୍ୟନ ଗୋଛି (ଓଏଭି, ତେତେଲେଙ୍ଗା) ତୃତୀୟ ସ୍ଥାନ ହାସଲ କରି ପୁରସ୍କୃତ ହୋଇଥିଲେ ।
ପ୍ରାତ ସମୟରେ ବନବିଭାଗ ତରଫରୁ କୁଲାରୀକୁଦରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ସହିତ ସହରରେ ଏକ ଜନ ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ମାନଙ୍କରେ ବନବିଭାଗ ସମସ୍ତ ଅଧିକାରୀ, ବିଭିନ୍ନ ବ୍ଲକର ରେଞ୍ଜ ଅଫିସର, ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଏବଂ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ । ପରିବେଶ ସୁରକ୍ଷା ଓ ଜଳବାୟୁ ପଦକ୍ଷେପ ସମ୍ପର୍କରେ ସଚେତନତା ସୃଷ୍ଟି କରିବାରେ ଏହି କାର୍ଯ୍ୟକ୍ରମ ବେଶ୍‌ ଫଳପ୍ରଦ ହୋଇଥିଲା ।

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *