June 5, 2026
Home » ଜନ୍ମ ଦିନରେ ମନ୍ଦିର ସଫେଇ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ l

ଜନ୍ମ ଦିନରେ ମନ୍ଦିର ସଫେଇ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ l

0
WhatsApp Image 2026-06-05 at 12.38.58 PM

ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଳକ ଅନ୍ତର୍ଗତ ହରଡ଼ଖୋଲ ଗ୍ରାମପଞ୍ଚାୟତ ର ବୈଦ୍ୟନାଥ ଠାରେ ସମାଜ ସେବୀ ଭକ୍ତ କର୍ମୀଙ୍କ ଜନ୍ମ ଦିନରେ ମନ୍ଦିର ସଫେଇ ଓ ପରିବେଶ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ସ୍ବେଚ୍ଛାସେବୀ ଭକ୍ତ କର୍ମୀ ଓ ଜୁନିୟର ରେଡ଼କ୍ରସ ପରାମର୍ଶଦାତା ଶିକ୍ଷକ ବିକ୍ରମ କୁମାର ନନ୍ଦଙ୍କ ନେତୃତ୍ୱରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବ୍ୟାସ ଦେବ ନନ୍ଦ, ଧୃବ ଚରଣ ରଥ, ବିକାଶ ରଥ, ପ୍ରଶାନ୍ତ ପ୍ରଧାନ,ସନାତନ ମହାକୁଡ଼, ଆଦିତ୍ୟ ପାଢ଼ୀ, ଜିତୁ ପଣ୍ଡା ପ୍ରମୁଖ ସ୍ବେଚ୍ଛାସେବୀ ଉପସ୍ଥିତ ରହି ବୈଦ୍ୟନାଥ ସ୍ଥିତ ଇତିହାସ ପ୍ରସିଦ୍ଧ ଶୈବପୀଠ ବାବା କୋଶଳେଶ୍ୱର ମନ୍ଦିର ଓ ଜଗନ୍ନାଥ ମନ୍ଦିର ସଫେଇ କରିବା ସହ ପରିବେଶ ସୁରକ୍ଷା ସଚେତନତା ବାର୍ତ୍ତା ପ୍ରଚାର କରିଥିଲେ l ସ୍ବେଛାସେବୀ ଙ୍କ ଏଭଳି କାର୍ଯ୍ୟ କୁ ସାଧାରଣ ରେ ବେଶ ପ୍ରଶଂସା କରାଯାଉଛି l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *