July 1, 2025
Home » ବୌଦ୍ଧ ରେ ପୋଲିସ ମହାନିର୍ଦ୍ଦେଶକ, ମାଓ କାର୍ଯ୍ୟକଳାପ ଓ ଗଞ୍ଜେଇ ଚାଷ ଏବଂ ଚାଲାଣ ଉପରେ ଗୁରୁତ୍ୱ l

ବୌଦ୍ଧ ରେ ପୋଲିସ ମହାନିର୍ଦ୍ଦେଶକ, ମାଓ କାର୍ଯ୍ୟକଳାପ ଓ ଗଞ୍ଜେଇ ଚାଷ ଏବଂ ଚାଲାଣ ଉପରେ ଗୁରୁତ୍ୱ l

0
WhatsApp Image 2024-10-18 at 1.01.40 PM (1)

ବୌଦ୍ଧ — ବୌଦ୍ଧ ରେ ପହଁଚିଲେ ପୋଲିସ ମହା ନିର୍ଦେଶକ ୱାଇ. ବି. ଖୁରାନିଆ । ଜିଲ୍ଲା ପୋଲିସ କାର୍ଯ୍ୟାଳୟ ରେ ବୌଦ୍ଧ ଜିଲ୍ଲା ରେ ମାଓ କାର୍ଯ୍ୟକଳାପ କୁ ଦୃଢ ହସ୍ତ ରେ ଦମନ କରିବା ପାଇଁ ରଣନୀତି ପ୍ରସ୍ତୁତି ଉପରେ ଆଲୋଚନା ହେବା ସହ ଜିଲ୍ଲା ରେ ବଢି ଚାଲିଥିବା ବେଆଇନ ଗଞ୍ଜେଇ ଚାଲାଣ ଏବଂ ଗଞ୍ଜେଇ ଚାଷ କୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରଯାଉଥିବା ପୋଲିସ ମହା ନିର୍ଦ୍ଦେଶକ ପ୍ରକାଶ କରିଥଲେ।


ଏହି ବୈଠକ ରେ ଆଇଜି (ଅପରେସନ )ଜୟ ନାରାୟଣ ପଙ୍କଜ, ଡି ଆଇ ଜି ,ଏସ ଆଇ ଡବ୍ଲୁ କନବର, ବିଶାଲ ସିଂହ ଦକ୍ଷିଣାଅଞ୍ଚଳ ଡି ଆଇ ଜି ସାର୍ଥକ ସଡ଼ଙ୍ଗୀ , ବୌଦ୍ଧ ଏସ ପି ନାଗରାଜ ଦେବାରକୋଣ୍ଡା ଓ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ରହିଥିଲେ l

ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *