ବ୍ରହ୍ମପୁରରେ ଜିଲ୍ଲା ସ୍ତରୀୟ ପରିବେଶ ଦିବସ ପାଳିତ
ବ୍ରହ୍ମପୁରରେ ଜିଲ୍ଲା ସ୍ତରୀୟ ପରିବେଶ ଦିବସ ପାଳିତ ହୋଇଯାଇଛି। ବ୍ରହ୍ମପୁର ବନଖଣ୍ଡ ଅଧୂକାରୀ ସନି ଖୋଖରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ସରୋଜ ଜ ସାବତ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଉତ୍ତର ଘୁମୁସର ବନଖଣ୍ଡ ଅଧୂକାରୀ ହିମାଂଶୁ ଶେ ଶେଖର ମହାନ୍ତି, ୮ମ ବାଟାଲିଅନ ଛତ୍ରପୁରର କମାଣ୍ଡାଣ୍ଟ ସାରଦା ପ୍ରସାଦ ଦାଶ ପ୍ରମୁଖ ମଞ୍ଚାସିନ ଥିଲେ। ଏହି ଅବସରରେ ପରିବେଶ ସୁରକ୍ଷା, ବୃକ୍ଷ ରୋପଣ, ବନ୍ୟପ୍ରାଣୀଙ୍କ ସଂରକ୍ଷଣ, ପ୍ଲାଷ୍ଟିକମୁକ୍ତ ପରିବେଶ ଗଠନକୁ ମୂଳମନ୍ତ୍ର କରିଥିବା ୨୧ ଗୋଟି ଅନୁଷ୍ଠାନ ଓ ୨୧ ଜଣ ବ୍ୟକ୍ତିତ୍ୱଙ୍କୁ ପ୍ରକୃତି ମିତ୍ର ଓ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ ଦାନ କରାଯାଇଥିଲା। ସେହିପରି ଅଷ୍ଟମ ବାଟାଲିଅନ ପ୍ରକୃତି ମିତ୍ର ସମ୍ମାନରେ ସମ୍ମାନିତ ହୋଇଥିବା ବେଳେ ଖଲ୍ଲି କୋଟର ସାମ୍ବାଦିକ ଅଶୋକ ତ୍ରିପାଠୀ ଓ ପାତ୍ରପୁରର ସାମ୍ବାଦିକ ରାଜେଶ ସେଠୀ ପ୍ରକୃତି ବନ୍ଧୁ ସମ୍ମାନ ପାଇଛନ୍ତି। କାର୍ଯ୍ୟକ୍ରମକୁ ମକୁ ଇକୋ କ୍ଲବ ସଂଯୋଜକ ଶଙ୍କର ନାରାୟଣ ବେଜ ପରିଚାଳନା କରିଥିବା ବେଳେ ଏସିଏଫ୍ ସସ୍ମିତା ବିଶ୍ଵାଳ ଧନ୍ୟବାଦ ଦେଇଥିଲେ। ଏସିଏଫ୍ ମାଣିକେଶ୍ଵରୀ ହଂସଦା ଓ ମନୋଜ ପାତ୍ର, ବନପାଳ ବ ସୋମନାଥ ମଲ୍ଲି କଙ୍କ ସମେତ ବହୁ ବନ କର୍ମଚାରୀ ଏହାକୁ ପରିଚାଳନାରେ ସହଯୋଗ କରିଥିଲେ।
