ବ୍ୟକ୍ତିଗତ କାର୍ଯ୍ୟରେ ନିୟୋଜିତ ହେଉଛି ସରକାରୀ ଗାଡି

ସରକାରୀ ନିର୍ଦ୍ଦେଶାନାମା ମାନୁନାହାନ୍ତି ସରକାରୀ ବାବୁ
ସୁବର୍ଣ୍ଣପୁର ଜିଲ୍ଲା ରେ ସରକାରୀ ବାବୁ ମାନେ ସରକାରୀ ଗାଡିକୁ ବ୍ୟକ୍ତିଗତ କାର୍ଯ୍ୟରେ ନିୟୋଜିତ କରୁଥିବା ଅଭିଯୋଗ ହୋଇଛି | ଦିନକୁ ଦିନ ଜିଲ୍ଲାରେ ବଢି ଚାଲିଛି ଚୋରି ଡକାୟତି। ପେଟ୍ରୋଲିଂ ଠିକ୍ ଭାବରେ ହେଉ ନ ଥିବା ନେଇ ଜନ ସାଧାରଣ ରେ ଆଲୋଚନା ଚାଲିଥିବା ବେଳେ ରିଜର୍ଭ ଇନ୍ସପେକ୍ଟର ଙ୍କ ଗାଡ଼ି କୁ ତାଙ୍କ ଘରୋଇ କାମ ରେ ବ୍ୟବହାର ତଥା ସୋନପୁର ସହର ମଧ୍ୟ ରେ ବେଧଡକ ବୁଲୁଥିବା ନେଇ ଦେଖିବାକୁ ମିଳିଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ଜାଣତ ରେ ଚାଲିଛି କି ଅଜାଣତ ରେ ଚାଲିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ | ଏହା ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି। ସୁବର୍ଣ୍ଣପୁର ଜିଲ୍ଲା ସିଡିଓ(ପି ଡି)ଙ୍କ ଗାଡ଼ି ମଧ୍ୟ ସରକାରୀ କାର୍ଯ୍ୟ ଅପେକ୍ଷା ଘରୋଇ କାମ ରେ ବେଶୀ ବ୍ୟବହାର ହେଉଥିବା ଦେଖିବାକୁ ମିଳୁଛି। ସରକାର ଙ୍କ ସ୍ପଷ୍ଟ ନିର୍ଦ୍ଦେଶ ସରକାରୀ ଯାନ କୁ କେବଳ ସରକାରୀ କାର୍ଯ୍ୟ ବ୍ୟତୀତ ବ୍ୟକ୍ତିଗତ କାମ ରେ ଲଗାଇ ପାରିବେ ନାହିଁ | କିନ୍ତୁ ସୁବର୍ଣ୍ଣପୁର ଜିଲ୍ଲା ରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ନୂତନ ଭାବେ ସୁବର୍ଣ୍ଣପୁର ଜିଲ୍ଲା ରେ ଯୋଗଦାନ କରିଥିବା ଜିଲ୍ଲାପାଳ ଡ. ନୃପରାଜ ସାହୁ ଏହି ବିଷୟ ଉପରେ ଉପଯୁକ୍ତ ତଦନ୍ତ କରି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବୁଦ୍ଧିଜୀବୀ ମହଲ ରେ ଚର୍ଚ୍ଚା ଜୋର୍ ଧରିଛି। ସରକାରୀ ଯାନ ତଥା ସରକାରୀ ଟଙ୍କା ର ଉଚିତ୍ ଉପଯୋଗ ହେଲେ ସୁବର୍ଣ୍ଣପୁର ଜିଲ୍ଲା ର ଉନ୍ନତି ହେଇପାରିବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..