October 19, 2026
Home » ଭାଇ ଜିଉଁତିଆ: ଭାଇ-ଭଉଣୀର ପବିତ୍ର ବନ୍ଧନର ପର୍ବ

ଭାଇ ଜିଉଁତିଆ: ଭାଇ-ଭଉଣୀର ପବିତ୍ର ବନ୍ଧନର ପର୍ବ

0
WhatsApp Image 2026-10-19 at 2.02.29 PM

ସୁବର୍ଣ୍ଣପୁର —ପଶ୍ଚିମ ଓଡ଼ିଶାର ଅନନ୍ୟ ପର୍ବ ଭାଇ ଜିଉଁତିଆ । ଦୁର୍ଗାପୂଜା ସମୟରେ ଆଶ୍ୱିନ ଶୁକ୍ଳ ଅଷ୍ଟମୀ (ମହାଷ୍ଟମୀ) ଦିନ ଏହି ପର୍ବ ପାଳନ କରାଯାଏ । ଏହି ଦିନ ଭଉଣୀମାନେ ନିଜ ଭାଇର ଦୀର୍ଘାୟୁ,ସୁଖ ଓ ସମୃଦ୍ଧି ପାଇଁ ନିର୍ଜଳା ଉପବାସ କରନ୍ତି। ଭାଇ ମାନେ ଭାଇ ଓ ଜିଉଁତିଆ ମାନେ ରକ୍ଷା ସୂତା । ଭଉଣୀ ଭାଇ ହାତରେ ଏହି ପବିତ୍ର ସୂତା ବାନ୍ଧି ରକ୍ଷା କାମନା କରେ। ଏହା ପଶ୍ଚିମ ଓଡ଼ିଶାର ରାକ୍ଷୀ ପୂର୍ଣ୍ଣିମା । ରାକ୍ଷୀ ଭଳି ଏଠାରେ ଭଉଣୀ ହିଁ ବ୍ରତ ରଖେ,ଭାଇ ନୁହେଁ । ବିବାହିତ ଭଉଣୀମାନେ ଭାଇର ନିମନ୍ତ୍ରଣରେ ବାପ ଘରକୁ ଆସି ଏହି ଓଷା ପାଳନ କରନ୍ତି । ଏହା ଦ୍ୱାରା ଭାଇ-ଭଉଣୀ ସମ୍ପର୍କ ଆହୁରି ମଜବୁତ ହୁଏ । ଭଉଣୀମାନେ ଦିନ ସାରା ନିର୍ଜଳା ଉପବାସ କରନ୍ତି ।
ସନ୍ଧ୍ୟାରେ ଖୋଲା ପଡିଆ ବା ଦୁର୍ଗା ମଣ୍ଡପରେ ଏକାଠି ହୋଇ ମା’ ଦୁର୍ଗାଙ୍କୁ ପୂଜା କରନ୍ତି । ଆମ୍ବ ତୋରଣ,ଫୁଲ,ଦୀପରେ ମଣ୍ଡପ ସଜାଯାଏ ।ପ୍ରତି ଭାଇ ପାଇଁ ୧୦୮ ଦୁବ ଘାସ ଓ ୧୦୮ ଅରୁଆ ଚାଉଳକୁ ଶାଳ ପତ୍ରରେ ବିଡା କରି ରଙ୍ଗୀନ ଜିଉଁତିଆ ସୂତାରେ ବାନ୍ଧି ଦେବୀଙ୍କ ପାଖରେ ପୂଜା କରନ୍ତି।ପରଦିନ ମହାନବମୀ ଭୋରରୁ ନଦୀ ବା ପୋଖରୀରେ ସ୍ନାନ କରି,ସେହି ଦୁବ ବିଡାକୁ ଭାଇର ମୁଣ୍ଡରୁ ପାଦ ଯାଏଁ ୭ ଥର ଛୁଆଁଇ ମଙ୍ଗଳ କାମନା କରନ୍ତି ଓ ହାତରେ ଜିଉଁତିଆ ବାନ୍ଧନ୍ତି।ଭାଇ ଭଉଣୀକୁ ଉପହାର ଓ ମିଠା ଦିଏ ଓ ଭଉଣୀ ଉପବାସ ଭାଙ୍ଗେ। ଏହି ପର୍ବ ଚଳିତ ମାସ ୧୮/୧୯ ତାରିଖ ପଡୁଥିବାରୁ ଭଉଣୀ ବାପ ଘର ଅର୍ଥାତ ନିଜ ଭାଇ ପାଖକୁ ଯିବା ପାଇଁ ମନରେ ଚଞ୍ଚକତା ସୃଷ୍ଟି କରିଥିବା ଦେଖିବାକୁ ମିଳିଛି।ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଗାଁ ଠୁଁ ସହର ଯାଏ ସୁବର୍ଣ୍ଣପୁର ଜିଲ୍ଲା ର ସୋନପୁର, ବିନିକା, ତରଭା, ଉଲୁଣ୍ଡା, ବୀରମହାରାଜପୁର ଓ ଡୁଙ୍ଗୁରିପାଲି ବ୍ଲକ ଅଞ୍ଚଳ ର ଘରେ ଘରେ ଭାଇ ଭଉଣୀର ନିବିଡ ସମ୍ପର୍କ ଭାଇ ଜିଉଁତିଆ ପର୍ବ ଆଡ଼ମ୍ବରପୂର୍ଣ୍ଣ ଭାବେ ପାଳିତ ହେଉଥିବା ଜଣାପଡ଼ିଛି ।

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *