August 27, 2025
Home » ଭିନ୍ନକ୍ଷମ ମାନଙ୍କ ଗୋଷ୍ଠୀ ଭିତ୍ତିକ ସାମଗ୍ରୀକ ବିକାଶ ଓ ଥଇଥାନ

ଭିନ୍ନକ୍ଷମ ମାନଙ୍କ ଗୋଷ୍ଠୀ ଭିତ୍ତିକ ସାମଗ୍ରୀକ ବିକାଶ ଓ ଥଇଥାନ

0
WhatsApp Image 2025-08-24 at 5.26.33 PM

,

ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅଧନସ୍ତୁ ସମଲେଇଚୁଆଁ ସରକାରୀ ଉଚ୍ଚ ବିଦ୍ୟାଳୟ ଶ୍ରେଣୀ କକ୍ଷରେ ଟାଟା ପାଓ୍ବାର ପଶ୍ଚିମ ଓଡିଶା ବିତରଣ ପ୍ରା.ଲି. ସହାୟତା ଏବଂ ରେଆର, ସୋନପୁର ପରିଚାଳନାରେ ୧୩ ଗୋଟି ପଞ୍ଚାୟତର ୩୮ ଟି ବିଦ୍ୟାଳୟର ଜଣେ ଲେଖାଏଁ ଶିକ୍ଷକ/ଶିକ୍ଷୟିତ୍ରୀ ସମସ୍ତ ବ୍ଳକ ସମ୍ବଳ ଶିକ୍ଷକ, ଅନ୍ତର୍ନିବେଶି ଶିକ୍ଷା, ସ୍ଵେଚ୍ଛାସେବୀ ମାନଙ୍କ ଉପସ୍ଥିତିରେ ଶିକ୍ଷକ ପରାମର୍ଶ ଏବଂ ଶ୍ରେଣୀ ପରିଚାଳନା ଶିବିର ଅନୁଷ୍ଠିତ ହୋଇ ଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସମଲେଇଚୂଆଁ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଲୋକନାଥ ମେହେର ଆସନ ଅଲଙ୍କୃତ କରି ଏହି ଶିବିରର ଲକ୍ଷ୍ୟ ଉଦ୍ଦେଶ୍ୟ ବିଷୟରେ ଅଲୋଚନା କରି ସମସ୍ତଙ୍କୁ ସକ୍ରିୟ ଅଂଶଗ୍ରହଣ କରିବା ପାଇଁ ଜଣାଇଥିଲେ । ସାଧନ କର୍ମୀ ତଥା ଅନ୍ତର୍ନିବେଶି ଶିକ୍ଷା ଭାରପ୍ରାପ୍ତ ସଂଯୋଜକ ଶ୍ରୀ ସଚ୍ଚିତାନନ୍ଦ ସାହୁ, ଅନ୍ତର୍ନିବେଶି ଶିକ୍ଷା, ତାହାର ପ୍ରାଧାନ୍ୟ, ମେକାନିଜମ, ଶ୍ରେଣୀ ପରିଚାଳନା ଓ ତାହାର ଆବଶ୍ୟକତା ଏବଂ ଯୋଜନା ବିଷୟରେ ଭିଜୁଆଲ ଓ ଉଦାହରଣ ମାଧ୍ୟମରେ ଦିଗ ଦର୍ଶନ ଦେଇଥିବା ବେଳେ ଭୌତିକ ଚିକିତ୍ସକ ଡାକ୍ତର ଅରୁପ କୁମାର ମେହେର ବିଭିନ୍ନ ଶ୍ରେଣୀର ଭିନ୍ନକ୍ଷମ ମାନଙ୍କ ଚିହ୍ନଟି କରଣ, ପ୍ରତିକାର ପ୍ରକ୍ରୀୟ. ଶିକ୍ଷା ପ୍ରଣାଳୀର ଆବଶ୍ୟକ ଓ ସହେଯାଗ ବିଷୟରେ ଉପସ୍ଥାପନା କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ଭିନ୍ନକ୍ଷମ ଗୋଷ୍ଠିଭିତ୍ତିକ ସାମଗ୍ରୀକ ବିକାଶ ଓ ଥଇଥାନ, ଡୁଙ୍ଗୁରୀପାଲିର କାର୍ଯ୍ୟକ୍ରମ ସଂଯୋଜକ ଶ୍ରୀ ମନଗଡ଼ୁ ଜୁଆଡି ଉପସ୍ଥିତ ସମସ୍ତଙ୍କୁ ସ୍ବାଗତ ଓ ଅଭିନନ୍ଦନ ସହ ଅତିଥି ପରିଚୟ ପ୍ରଦାନ କରି ପ୍ରକଳ୍ପର ଆଭିମୁଖ୍ୟ ଉପସ୍ଥାପନା କରିଥିଲେ । ରେଆର ର ପ୍ରୋଗ୍ରାମ ମେନେଜର ଶ୍ରୀ ମନୋଜ କୁମାର ସ୍ବାଇଁ ରେଆର ଅନୁଷ୍ଠାନର ବିଭିନ୍ନ ପ୍ରକଳ୍ପ ଓ ଆଭିମୁଖ୍ୟ ବିଷୟରେ ଉପସ୍ଥାପନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେଏବଂ ପ୍ରକଳ୍ପର ସି.ବି.ଆର. କର୍ମୀ ନବୀନ ବଗର୍ତୀ, ସମ୍ବିତ ନେଗୀ, ବିଭୁତି ଭୂଷଣ ଅମାତ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *