August 15, 2026
Home » ଭୀମଟାଙ୍ଗି ପାର୍କରେ ୮୦ ତମ ସ୍ଵାଧୀନତା ଦିବସ ପାଳିତ

ଭୀମଟାଙ୍ଗି ପାର୍କରେ ୮୦ ତମ ସ୍ଵାଧୀନତା ଦିବସ ପାଳିତ

0
WhatsApp Image 2026-08-15 at 12.22.35 PM

ଭୁବନେଶ୍ୱର: ଭୀମେଶ୍ଵର ମନ୍ଦିର ପାର୍କ ଭ୍ରମଣକାରୀ ସଂଘ, ଭୀମଟାଙ୍ଗି ତରଫରୁ ପାର୍କ ପରିସର ମଧ୍ୟରେ ସ୍ଵାଧୀନତା ଦିବସ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଭ୍ରମଣକାରୀ ସଂଘର ଉପସଭାପତି ଶ୍ରୀ ମଦନମୋହନ ଦାଶ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇଥିଲେ। ମୁଖ୍ୟ ଅତିଥି ଭାବେ ସ୍ଥାନୀୟ କର୍ପୋରେଟର ଶ୍ରୀ ଶିବନାରାୟଣ ରାୟ ଯୋଗଦେଇ ସ୍ଵାଧୀନତା ଦିବସର ମହତ୍ତ୍ୱ ଓ ପ୍ରାସଙ୍ଗିକତା ଉପରେ ଅନେକ ଉପାଦେୟ ବକ୍ତବ୍ୟ ପ୍ରଦାନ କରିଥିଲେ।
ସଂଘର ସାଧାରଣ ସମ୍ପାଦକ ଶ୍ରୀ କାମଦେବ ରଣସିଂହ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ।
ଉପସ୍ଥିତ ବିଶିଷ୍ଟ ବ୍ୟକ୍ତିବୃନ୍ଦ:
ଏହି ଉତ୍ସବରେ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ। ସେମାନଙ୍କ ମଧ୍ୟରେ:
* ଇଂ ବଂଶୀଧର ପଣ୍ଡା* ମହାଦେବ ଗରାବଡୁ* ବନବିହାରୀ ରଥ* ପଦ୍ମନାଭ ଷଢଙ୍ଗି* ଇଂ ସୁଧାଂଶୁ ଶେଖର ହରିଚନ୍ଦନ* ବିଷ୍ଣୁ ଚରଣ ପ୍ରଧାନ* ଶଙ୍କର ସାହୁ* ବସନ୍ତ କୁମାର ନାୟକ* ବିନୋଦ ବିହାରୀ ପଲେଇ* ଶ୍ରୀକାନ୍ତ ମହାନ୍ତି* ପ୍ରଫୁଲ୍ଲ ନାୟକ* ହୃଦାନନ୍ଦ ଦାସ* ଲୋକନାଥ ମିଶ୍ର* ସୀତାଂଶୁ ଶେଖର ବାବୁ* ହୃଷିକେଶ ଶତପଥୀ* ନିରାକାର ଜେନା* ଉଷାରାଣୀ ମହାନ୍ତି* ସୁନିତା ପଟ୍ଟନାୟକ* ନିବେଦିତା ଜେନା
* ମାମା ସାହୁ* ପଙ୍କଜିନୀ ପାତ୍ର* ଉପେନ୍ଦ୍ର ନାଥ ବେହେରା* ନୃସିଂହ ଚରଣ ଦାଶ* ପ୍ରଦୀପ ପୃଷ୍ଟିପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୋଭାବର୍ଦ୍ଧନ କରିଥିଲେ।ମିଷ୍ଟାନ୍ନ ବଣ୍ଟନ ଓ ଧନ୍ୟବାଦ ଅର୍ପଣ:
ସମାଜସେବୀ ଶ୍ରୀଯୁକ୍ତ ନିରଞ୍ଜନ ମିଶ୍ର ସମସ୍ତ ଉପସ୍ଥିତ ଜନସାଧାରଣଙ୍କ ନିମନ୍ତେ ମିଷ୍ଟାନ୍ନ ବଣ୍ଟନର ସୁବ୍ୟବସ୍ଥା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶ୍ରୀ ଶଙ୍କର ମହାପାତ୍ର ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *