ଭୀମଟାଙ୍ଗିରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ
ଭୁବନେଶ୍ୱର : ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଉପଲକ୍ଷେ ବତ୍ରିଶ ସିଂହାସନ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଏକ ଆଲୋଚନା ସଭା ଭୀମଟାଙ୍ଗୀ ସ୍ଥିତ ଡେ-କେୟାର ସେଣ୍ଟର ପରିସରରେ ଅନୁଷ୍ଠିତ ହୋଇଯାଇଛି। ମଞ୍ଚର ସଭାପତି ଶ୍ରୀ ଗଣେଶ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବରିଷ୍ଠ ନାଗରିକମାନେ ସମାଜର ମୂଳଦୁଆ, ଅନୁଭୂତିର ଭଣ୍ଡାର ଏବଂ ମାର୍ଗଦର୍ଶକ ବୋଲି ମତ ପ୍ରକାଶ ପାଇଥିଲା। ସେମାନଙ୍କୁ ଉପଯୁକ୍ତ ସମ୍ମାନ ଓ ମର୍ଯ୍ୟାଦା ପ୍ରଦାନ କରିବା ସମାଜର ନୈତିକ ଦାୟିତ୍ୱ ବୋଲି ବକ୍ତାମାନେ କହିଥିଲେ। ବିଭିନ୍ନ ସମୟରେ ପରିବାର ଓ ସମାଜରେ ବରିଷ୍ଠ ନାଗରିକମାନେ ଅକଥନୀୟ ଅତ୍ୟାଚାରର ଶିକାର ହେଉଥିବା ନେଇ ଉଦବେଗ ପ୍ରକାଶ କରାଯାଇଥିଲା।
ସଭା ପ୍ରାରମ୍ଭରେ ମଞ୍ଚର ସମ୍ପାଦକ ଶ୍ରୀ କାମଦେବ ରଣସିଂହ ସ୍ୱରଚିତ କବିତା ପାଠ କରିଥିଲେ। ଆଲୋଚନାରେ ସର୍ବଶ୍ରୀ କୃଷ୍ଣଚନ୍ଦ୍ର ବଡୁ, ନିର୍ମଳ ଚନ୍ଦ୍ର ସ୍ୱାଇଁ, ରବିନାରାୟଣ ମହାନ୍ତି, ବିଶ୍ୱରଞ୍ଜନ ଚୌଧୁରୀ, ବିଶ୍ୱନାଥ ସାହୁ, ନିରଞ୍ଜନ ଖୁଣ୍ଟିଆ, ହୃଦାନନ୍ଦ ଦାସ, ସୁଧାକର ମହାରଣା, ଅଜିତ କୁମାର ଲେଙ୍କା, ପ୍ରବିର କୁମାର ପାତ୍ର, ଅମୂଲ୍ୟ କୁମାର ଆଚାର୍ଯ୍ୟ, ସୁଧାଂଶୁ ଶେଖର ହରିଚନ୍ଦନ, ମାନସ ରଞ୍ଜନ ପଟ୍ଟନାୟକ, ପଦ୍ମନାଭ ଷଡ଼ଙ୍ଗୀ, ବସନ୍ତ କୁମାର ନାୟକ, ଜଗନ୍ନାଥ ରାଓ ପ୍ରମୁଖ ଅଂଶଗ୍ରହଣ କରି ନିଜ ନିଜ ମତ ରଖିଥିଲେ। ବରିଷ୍ଠ ନାଗରିକଙ୍କ ଆଶୀର୍ବାଦ ଓ ଅନୁଭୂତି ହିଁ ଆସୋସିଏସନର ଶକ୍ତି ବୋଲି ସମସ୍ତେ ମତ ପ୍ରକାଶ କରିଥିଲେ।
ଏହି ଅବସରରେ ସଭ୍ୟ ଶ୍ରୀ ଉପେନ୍ଦ୍ରନାଥ ବେହେରା ବରିଷ୍ଠ ନାଗରିକଙ୍କ ଉପରେ ଆଧାରିତ ନିଜ ରଚିତ ସଂଗୀତ ପରିବେଷଣ କରି ସମସ୍ତଙ୍କୁ ମୁଗ୍ଧ କରିଥିଲେ। ଉତ୍ସବ ଅବସରରେ ପ୍ରସ୍ତୁତ ପୋଡ଼ପିଠା କଟାଯାଇ ସମସ୍ତଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା।
କାର୍ଯ୍ୟକ୍ରମକୁ ସର୍ବଶ୍ରୀ ବିଶ୍ୱନାଥ ବେହେରା, କୃଷ୍ଣ ପ୍ରିୟା ଦାସ, ସୁବାସ ଚନ୍ଦ୍ର ଦାଶ, ରବିନାରାୟଣ ଦାଶ, ଲୋକନାଥ ମିଶ୍ର, କୃଷ୍ଣଚନ୍ଦ୍ର ସେଠୀ, ମଧୁସୂଦନ ସ୍ୱାଇଁ, ଧ୍ରୁବଚରଣ ପାତ୍ର, ମହାଦେବ ଗରାବଡୁ, ବନବିହାରି ରଥ ଓଗେର ପରିଚାଳନା କରିଥିଲେ। ଶେଷରେ କାର୍ଯ୍ୟକାରୀ ସଦସ୍ୟ ଶ୍ରୀ ଶଙ୍କର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ସମୂହ ‘ଓଁ ନମଃ ଶିବାୟ’ ଉଚ୍ଚାରଣ ପରେ ସଭାପତି ସଭା ସମାପ୍ତ ଘୋଷଣା କରିଥିଲେ ଏବଂ ସମସ୍ତଙ୍କୁ ରାତ୍ରି ଭୋଜନରେ ଆପ୍ୟାୟିତ କରାଯାଇଥିଲା।
