November 28, 2025
Home » ମଡେଲ ଡିଗ୍ରୀ କଲେଜ ଛକରେ ବସଷ୍ଟାଣ୍ଡ ନାହିଁ, ଖରା ବର୍ଷାରେ କଲେଜ ଛାତ୍ରଛାତ୍ରୀ ହନ୍ତସନ୍ତ l

ମଡେଲ ଡିଗ୍ରୀ କଲେଜ ଛକରେ ବସଷ୍ଟାଣ୍ଡ ନାହିଁ, ଖରା ବର୍ଷାରେ କଲେଜ ଛାତ୍ରଛାତ୍ରୀ ହନ୍ତସନ୍ତ l

0
WhatsApp Image 2025-01-27 at 4.58.47 PM

ସୁବର୍ଣ୍ଣପୁର– ସରକାର ପ୍ରତି ଛକରେ ଜନସାଧାରଣ ବା ସ୍କୁଲ୍, କଲେଜ ଛାତ୍ରଛାତ୍ରୀଙ୍କ ନିମନ୍ତେ ଲକ୍ଷ୍ମୀ ବସ୍ ଷ୍ଟାଣ୍ଡ ନିର୍ମାଣ କରୁଛନ୍ତି କିନ୍ତୁ ସୋନପୁର ବ୍ଲକ ଜନମୁରା ଗ୍ରାମ ପଞ୍ଚାୟତ ଅଫିସ ନିକଟରେ ଥିବା ମଡେଲ ଡିଗ୍ରୀ କଲେଜ ଛକରେ ଲକ୍ଷ୍ମୀ ବସ୍ ଷ୍ଟାଣ୍ଡ ନଥିବାରୁ କଲେଜ ଛାତ୍ରଛାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ରାସ୍ତାରେ ଦୈନନ୍ଦିନ ଲକ୍ଷ୍ମୀ ବସ୍ ଯିବା ଆସିବା କରୁଥିବା ଯୋଗୁଁ କଲେଜ ଛାତ୍ରଛାତ୍ରୀ ଲକ୍ଷ୍ମୀ ବସ୍ କୁ ଅପେକ୍ଷା କରି ଅନେକ ସମୟରେ ରାସ୍ତା ପାର୍ଶ୍ବ ରେ ଛିଡ଼ା ହୋଇ ରହୁଛନ୍ତି। ଖରା ଓ ବର୍ଷା ସମୟରେ ଛାତ୍ରଛାତ୍ରୀମାନେ ଛକରେ ଥିବା ଦୋକାନ ପିଣ୍ଡାରେ ମୁଣ୍ଡ ଗୁଞ୍ଜୁଛନ୍ତି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଓ ଜନପ୍ରତିନିଧିଙ୍କ ଦୃଷ୍ଟି ନାହିଁ। ତେଣୁ ମଡେଲ ଡିଗ୍ରୀ କଲେଜ ଛକରେ କଲେଜ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟି ରଖି ଆଗକୁ ଗ୍ରୀଷ୍ମ ଋତୁ ଆସୁଥିବା ଯୋଗୁଁ ଖୁବ୍ ଶୀଘ୍ର ଏକ ବସ୍ ଷ୍ଟାଣ୍ଡ ନିର୍ମାଣ ସହ ଥଣ୍ଡାପାନୀୟ ଜଳର ବ୍ୟବସ୍ଥା ପାଇଁ ସାମାଜିକ କର୍ମୀ ସର୍ଜନ କୁମାର ପାଣ୍ଡେ ଦାବି କରିଛନ୍ତି।

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *