ମନରେଗା ଯୋଜନାରେ ଦୁର୍ନୀତି ଚେର ଲମ୍ବୁଛି,ବି ଡି ଓ ଙ୍କ ପୁନଃ ତଦନ୍ତ ପ୍ରକ୍ରିୟା କେବେ?
ଫୁଲବାଣୀ :କନ୍ଧମାଳ ଜିଲ୍ଲାପାଳ ଙ୍କ ଅଧିନସ୍ଥ ଟିକାବାଲି ବ୍ଲକ ରେ ମନରେଗା ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବାର ଲିଖିତ ଅଭିଯୋଗ ୨୦୨୪ ମସିହା ରୁ ହୋଇଆସୁଛି, ଲିଖିତ ଅଭିଯୋଗ ଦାଖଲ ପରେ ତଦନ୍ତ ପାଇଁ ଟିକାବାଲି ବ୍ଲକ ଏ ବି ଡି ଓ ଶ୍ରୀ ସୁନୀଲ ମଲିକ ,ଡବଲ ଏ. ଇ ବଣ୍ଟି ଚୈଧିରି,ପିକରଡି ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ରୁବୀ ପ୍ରଧାନ, ପଞ୍ଚାୟତ ନୀର୍ବାହି ଅଧିକାରୀ ପ୍ରଦୀମ୍ୟୁ ବେହେରା,ଏ.ଡି.ଓ ମାନସ ରଞ୍ଜନ ସାହୁ ଙ୍କ ସମେତ ଅଞ୍ଚଳ ର ଅଧିବାସୀ ଯୋଗ ଦେଇଥିଲେ। ସେତେବେଳେ ଡବଲ ଏ ଇ କହିଥିଲେ,ପି.ଟ ଗଣିବା ପାଇଁ ଶ୍ରୀ ସାହୁ ଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏବଂ ନୂତନ ଗାଁ ସାଥି ( ମେଟ୍) ନୀଯୁକ୍ତି ପାଇଁ ମଧ୍ୟ ତଦନ୍ତ ପ୍ରକ୍ରିୟା ବେଳେ ଅଧିକାରୀ ମାନେ ସେ ସମୟରେ ପ୍ରତିଶୃତି ଦେଇଥିଲେ। ପ୍ରଶାସନ ପ୍ରତିଶୃତି ସାଧାରଣ ଜନତା ଙ୍କ ପାଖରେ ପାଣିର ଗାର। ଏପରି ଅଭାବନୀୟ ପରିସ୍ଥିତିରେ ଛନ୍ଦି ହେଉଛନ୍ତି ଜଣେ ଗାଁ ସାଥି (ମେଟ୍) ପାଇଁ, ଟିକାବାଲି ବ୍ଲକ ବି ଡି ଓ ନୂଆଁ ହେଲେ କାଗଜ କଲମରେ ଚାର୍ଜ ନେଇଛନ୍ତି ସତ ୨୦୨୪ ମସିହା ଶେଷରେ ଲିଖିତ ଅଭିଯୋଗ ବି ଡି ଓ ଟିକାବାଲି ଙ୍କ କାର୍ଯ୍ୟାଳୟରେ ଦାଖଲ ଦେଇଥିଲେ, ଦୁର୍ନୀତି ଚେର କମିବା ବଦଳରେ ପରଦା ଆଢୁଆଳରେ ରାଧେ ରାଧେ ନୀତିରେ ଲମ୍ବିଛି ପାଇବା ଲୋକ ପାଉଛି,ନ ପାଇବା ଲୋକ ଛଟପଟ ହେଉଛି,ଡବଲ ଇଞ୍ଜିନ ,ବି.ଜେ.ପି ମୂଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ଦୁର୍ନୀତି ହୋଇଥିବାର ଲିଖିତ ଅଭିଯୋଗ ପ୍ରମାଣିତ ହେଲେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଉଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ବଦଳରେ ଲୋକେ ମୂଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କାର୍ଯ୍ୟଦକ୍ଷତା ମୂଲ୍ୟାୟନ ଉପରେ କାର୍ଯ୍ୟାନୁଷ୍ଠାନ ଗଣମାଧ୍ୟମରେ ଗୋଟିଏ ପରେ ଗୋଟିଏ ଘଟଣାର ପରଦା ଟି ଭି,ପେପର ମାଧ୍ୟମରେ ଲେଖୁଛନ୍ତି ରାଜ୍ୟ ସରକାରଙ୍କୁ ସାଧାରଣ ଜନତା ପ୍ରଶଂସା କରୁଥିବା ବେଳେ ଟିକାବାଲି ବ୍ଲକ ପିକରଡି ଗ୍ରାମ ପଞ୍ଚାୟତ ଅଧୀନ ରାଇଭଞ୍ଜ ରାଜସ୍ବ ଗ୍ରାମରେ ମନରେଗା ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବାର ସାଙ୍ଗକୁ ମାଟି କେନାଲ କାମ ନାମରେ ନା ଅଛି ଫଳକ,ନା ହୋଇଛି କାମ,କିନ୍ତୁ ମଷ୍ଟର ରୋଲ୍ ବାହାରି, ନିଶ୍ଚିତ ଭାବରେ ଏମ.ଆର ନିଦ୍ଧେର୍ଶ କୁ ଆଖିରେ ରଖି ଏପରି ଅଭାବନୀୟ ଘଟଣା ଘଟିଛି।ଏଥି ପ୍ରତି ଟିକାବାଲି ଡି ଓ ଦୃଷ୍ଟି ଆକର୍ଷଣ କରିବାକୁ ସାଧାରଣ ରେ ଦାବି ହେଉଛି।
ଇ ପି ଏ ରୁ କନ୍ଧମାଳ ଜିଲ୍ଲାପ୍ରତିନିଧି ପ୍ରମୋଦ କୁମାର ନାୟକ ଙ୍କ ରିପୋର୍ଟ ଫୁଲବାଣୀ
