March 31, 2026
Home » ମହିଳା ମହାବିଦ୍ୟାଳୟ ରେ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ମହିଳା ମହାବିଦ୍ୟାଳୟ ରେ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

0
WhatsApp Image 2026-03-31 at 4.15.28 PM

ସୁବର୍ଣ୍ଣପୁର:ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷ ପରୀକ୍ଷା ଶେଷ ହେବା ପରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ କଲେଜ ର ପ୍ରଥମ ବର୍ଷ ଛାତ୍ରୀ ମାନଙ୍କ ଦ୍ୱାରା ଦ୍ଵିତୀୟ ବର୍ଷ ଛାତ୍ରୀ ମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି l ଏହି ଅବସରରେ ଆୟୋଜିତ ସଭା ରେ କଲେଜ ଅଧ୍ୟକ୍ଷ ଆଶୁତୋଷ ହୋତା ଙ୍କ ସଭାପତିତ୍ୱ ରେ କଲେଜ ର ସମସ୍ତ କର୍ମଚାରୀ ମଂଚାସୀନ ଥିଲେ l ଭବିଷ୍ୟତ ରେ କେମିତି ସବୁ ଛାତ୍ରୀ ଉତ୍ତମ ନାଗରିକ ହିସାବରେ ପ୍ରତିଷ୍ଠିତ ହେବେ ଏବଂ ନିଜର ପରିବାର ତଥା ସମାଜ ର ଉନ୍ନତି ରେ ସହାୟକ ହେବେ ସେ ଦିଗରେ ଚେଷ୍ଟିତ ହେବାପାଇଁ ସମସ୍ତେ ଛାତ୍ରୀ ମାନଂକୁ ପରାମର୍ଶ ଦେଇଥିଲେ l ଏହି ଅବସରରେ ଉଭୟ ବର୍ଷ ର ଛାତ୍ରୀ ମାନେ କଲେଜ ରେ ନିଜ ନିଜ ଅନୁଭୂତି ବିଷୟରେ ବର୍ଣନା କରିଥିଲେ l ସଭାପୂର୍ବରୁ ବିଦାୟୀ ଛାତ୍ରୀ ମାନଂକୁ ଫୁଲ ଚନ୍ଦନ ଦେଇ ସ୍ୱାଗତ କରାଯାଇଥିଲା l ପରିଶେଷରେ ପ୍ରଥମ ବର୍ଷ ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ କଲେଜ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *