ମା’ ରମାଦେବୀଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ
ଭୁବନେଶ୍ୱର: ମା’ ରମାଦେବୀଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମା’ ରମାଦେବୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି। ଓଡ଼ିଶା ବିଧାନସଭା ପାର୍ଶ୍ୱରେ ଥିବା ମା’ ରମାଦେବୀଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହ ମା’ ରମାଦେବୀଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।ସ୍ୱାଧୀନତା ସଂଗ୍ରାମଠାରୁ ଆରମ୍ଭ କରି ସମାଜ ସଂସ୍କାର ଏବଂ ନାରୀ ସଶକ୍ତିକରଣ ଦିଗରେ ମା’ ରମାଦେବୀଙ୍କ ଅବଦାନ ଅତୁଳନୀୟ। ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ ମା’ ରମାଦେବୀ। ମା’ ରମାଦେବୀଙ୍କ ଦେଶପ୍ରେମ ଓ ସମାଜସେବା ସଦାସର୍ବଦା ଆମ ସମସ୍ତଙ୍କୁ ଏକ ସଶକ୍ତ ସମାଜ ଓ ସମୃଦ୍ଧ ରାଷ୍ଟ୍ର ନିର୍ମାଣ କରିବା ଦିଗରେ ଅନୁପ୍ରାଣିତ କରିବ।

ଆଜି ମା’ ରମାଦେବୀଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, ବିଶିଷ୍ଟ ରାଜନେତା ତଥା ସମାଜସେବୀ ଶ୍ରୀ ପଦ୍ମ ଚରଣ ନାୟକ, ବରିଷ୍ଠ ସାମ୍ବାଦିକ ଶ୍ରୀ ପ୍ରଦ୍ୟୁମ୍ନ ଶତପଥୀ, ଓଡ଼ିଶା ବିଧାନସଭାର ସଚିବ ଶ୍ରୀ ସତ୍ୟବ୍ରତ ରାଉତ, ସଂସ୍କୃତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଦେବ ପ୍ରସାଦ ଦାଶ, ଉପ ନିର୍ଦ୍ଦେଶକ ଶ୍ରୀମତୀ ଦେବଯାନୀ ଭୂୟାଁ, ବୁଦ୍ଧିଜୀବୀ, ସମାଜସେବୀ ପ୍ରମୁଖ ଉପସ୍ଥିତ ମା’ ରମାଦେବୀଙ୍କ ସ୍ମୃତିଚାରଣ କରିଛନ୍ତି।
