February 6, 2026
Home » ମାଆ ବାପା ଆରପାରିକୁ ୪ କମଳମତି ଶିଶୁ ଅନାଥ ହେଈ ଦୁଃଖ ରେ ଭାଙ୍ଗି ପଡିଛନ୍ତି

ମାଆ ବାପା ଆରପାରିକୁ ୪ କମଳମତି ଶିଶୁ ଅନାଥ ହେଈ ଦୁଃଖ ରେ ଭାଙ୍ଗି ପଡିଛନ୍ତି

0
WhatsApp Image 2026-01-17 at 2.55.02 PM

ନବରଙ୍ଗପୁର: ଅତ୍ୟନ୍ତ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ନିକଟରେ ମାତୃହରା ହୋଇଛନ୍ତି ନବରଙ୍ଗପୁର ଜିଲ୍ଲା ବାସିନୀ ପଞ୍ଚାୟତ ବୁରବୁଷି ଗ୍ରାମର ପିତା ଧନପତି ଭତ୍ରା ମାତା ମଞ୍ଜୁଳା ଭତ୍ରା ଙ୍କ ଚାରୋଟି କୋମଳମତି ଶିଶୁ l ନିଷ୍ପାପ ଆଖିରେ ଏବେ କେବଳ ଲୁହ, ଆଉ ମନରେ ମା’ଙ୍କୁ ଝରିବାର ବ୍ୟାକୁଳତା l ଗୋଟିଏ ବର୍ଷ ପୂର୍ବରୁ ପିତା ଧନପତି ଭତ୍ରା ଜ୍ଵରରେ ପୀଡିତ ହୋଇ ତାଙ୍କର ବିୟୋଗ ହୋଇଥିଲା l ପରିବାରର ଏହି ଦୁଃଖଟିକ ନ ସରୁନୁ ଗତ ୫ ଜାନୁଆରୀରେ ମାତା ମଞ୍ଜୁଳାଙ୍କ ଦେହାନ୍ତ ହୋଇଥିଲା l ମା’ଙ୍କ ଅକାଳ ବିୟୋଗ ପରେ ଏହି ଶିଶୁମାନେ ଆଜି ସମ୍ପୂର୍ଣ୍ଣ ଅସହାୟ ହୋଇ ପଡ଼ିଛନ୍ତି l ମଞ୍ଜୁଳା ପିଲାମାନଙ୍କୁ ଦିନ ମଞ୍ଜୁରୀ କରି ପ୍ରତିପାଳନ କରୁଥିଲେ l ପରିବାରର ମୁଖ୍ୟ ସାହାରା ଚାଲିଯିବା ପରେ ସେମାନଙ୍କ ଭବିଷ୍ୟତ ଏବେ ଅନ୍ଧକାରମୟ ଦେଖା ଦେଉଛି l ଏହି ଦୁଃଖଦ ଘଟଣା ଶୁଣିବା ପରେ ନବରଙ୍ଗପୁର ଜିଲ୍ଲାର ପୂର୍ବତନ ବିଧାୟକ ଶ୍ରୀ ସଦାଶିବ ପ୍ରଧାନୀ ଏହି ଦୁଃଖୀ ପରିବାର ପାଖରେ ପହଞ୍ଚି ସାନ୍ତ୍ବନା ଦେବା ସହିତ ସେ ଜିଲ୍ଲା ପ୍ରଶାସକଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ସୁରେଶ ପଟ୍ଟନାୟକ, ନବରଙ୍ଗପୁର ବିଡ଼ିଓ ପହଞ୍ଚି ସମସ୍ତ ବିଷୟ ବୁଝିବା ପରେ ମାତାଙ୍କ ଦଶା କାର୍ଯ୍ୟ ସରିବା ପରେ ଶିଶୁମାନଙ୍କର ଦାୟିତ୍ଵ ନେବା ସହିତ ସେମାଙ୍କର ଥଇଥାନର ବ୍ୟବସ୍ଥା କରାଯିବ ବୋଲି ଆଶ୍ୱାସନା ଦେଇଛନ୍ତି l

ନବରଙ୍ଗପୁର ରୁ ବେଣୁ ଗୋପାଳ ରାଓ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *