August 31, 2026
Home »  ମାତୃ ସମ୍ମିଳନୀ ସମ୍ପନ୍ନ

 ମାତୃ ସମ୍ମିଳନୀ ସମ୍ପନ୍ନ

0
WhatsApp Image 2026-08-30 at 2.07.58 PM

ଭେଡ଼େନ ବ୍ଲକ ଅନ୍ତର୍ଗତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ପପଙ୍ଗା କଲୋନୀ ଠାରେ ମାଆମାନଙ୍କୁ ନେଇ ଏକ ଭବ୍ୟ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଭେଡ଼େନର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଅଶ୍ୱିନୀ କୁମାର ବାରିକ ଯୋଗଦେଇ ଶିଶୁମାନଙ୍କ ଜୀବନ ଗଠନରେ ମାଆମାନଙ୍କର କର୍ତ୍ତବ୍ୟ, ଦାୟିତ୍ୱ ଓ ଭୂମିକା ସମ୍ପର୍କରେ ମୂଲ୍ୟବାନ ବକ୍ତବ୍ୟ ପ୍ରଦାନ କରିଥିଲେ।

ସମ୍ମାନିତ ଅତିଥି ଶ୍ରୀଯୁକ୍ତ ମନୋରଞ୍ଜନ ମାଝୀ ସମ୍ମିଳନୀର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ମାଆମାନଙ୍କୁ ଅବଗତ କରାଇଥିଲେ।
ବିଦ୍ୟାଳୟର ସମ୍ପାଦକ ମାନନୀୟ ଉମାକାନ୍ତ ମେଣ୍ଡଳି ସମସ୍ତ ମାଆମାନଙ୍କୁ ଆନ୍ତରିକ ସ୍ୱାଗତ ଓ ଅଭିନନ୍ଦନ ଜଣାଇଥିଲେ। ବିଦ୍ୟାଳୟର କୋଷାଧ୍ୟକ୍ଷ ମାନନୀୟ ଆଶିଷ କୁମାର ବେହେରା ଉପସ୍ଥିତ ରହି ସଭାର ଶୋଭାବର୍ଦ୍ଧନ କରିଥିଲେ।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ମାନନୀୟ ଶଙ୍କର୍ଷଣ ମିଶ୍ର ସମସ୍ତ ଅତିଥିଙ୍କ ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ। ବିଦ୍ୟାଳୟର ସହ-ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ଦଳେଇ ଧନ୍ୟବାଦ ଅର୍ପଣ କରିଥିଲେ। ଗୁରୁମା କୁନି ମହାକୁର ଓ ସୁଜାତା ସୁନ୍ଦର ଭାବେ ସମଗ୍ର କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।ବିଦ୍ୟାଳୟର ପ୍ରାଥମିକ ବିଭାଗର ସମସ୍ତ ଗୁରୁଜୀ ଓ ଗୁରୁମା—ମାନଭଞ୍ଜନ, ସନ୍ତୋଷ, ରଜନୀକାନ୍ତ, କଲ୍ୟାଣୀ, ସୂର୍ଯ୍ୟ, ଟ୍ୱିଙ୍କଲ, ସବିତା, ମମତା, ପ୍ରତିମା, ପାୟଲ, ଇନ୍ଦିରା, ସୀମା ଓ ସୁନୀତି ଏବଂ ସେବକ ଚିନ୍ତା ଭାଇ, ମାଉସୀ, ଜମ୍ବୋବତୀ ଓ ନଳିନୀଙ୍କ ସକ୍ରିୟ ସହଯୋଗରେ ସମଗ୍ର କାର୍ଯ୍ୟକ୍ରମଟି ସରସ, ସୁନ୍ଦର ଓ ସଫଳ ହୋଇଥିଲା।ମାଆ ହେଉଛନ୍ତି ଶିଶୁର ପ୍ରଥମ ଶିକ୍ଷୟିତ୍ରୀ। ମାଆଙ୍କ ସ୍ନେହ, ସଂସ୍କାର ଓ ମାର୍ଗଦର୍ଶନରେ ହିଁ ଶିଶୁର ଉଜ୍ଜ୍ୱଳ ଭବିଷ୍ୟତର ମୂଳଦୁଆ ପଡ଼ିଥାଏ।
ଏହି ମହତ୍ ଉଦ୍ଦେଶ୍ୟକୁ ନେଇ ଆୟୋଜିତ ମାତୃ ସମ୍ମିଳନୀଟି ସମସ୍ତଙ୍କ ସହଯୋଗରେ ସଫଳତାର ସହ ସମାପ୍ତ ହୋଇଥିଲା। 🌷

ଇପିଏରୁ ବରଗଡ଼ ଜିଲ୍ଲା ପ୍ରତିନିଧି କ୍ଷମା ନିଧି ବଣ୍ଡୁକିଙ୍କ ରିପୋର୍ଟ,

Leave a Reply

Your email address will not be published. Required fields are marked *