November 13, 2025
Home » ମାର୍ଥାପୁର ଉଚ୍ଚବିଦ୍ୟାଳୟ ର ବାର୍ଷିକ ଉତ୍ସବ।

ମାର୍ଥାପୁର ଉଚ୍ଚବିଦ୍ୟାଳୟ ର ବାର୍ଷିକ ଉତ୍ସବ।

0
WhatsApp Image 2025-02-10 at 4.05.29 PM

– ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ମାର୍ଥାପୁର ଉଚ୍ଚ ବିଦ୍ୟାଳୟ ର ୭୫ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମଟି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅରୁଣ କୁମାର ସାମଲ ଙ୍କ ସଭାପତିତ୍ବ ରେ ପରିଚାଳିତ ହୋଇଥିଲା। ଛାତ୍ର ଛାତ୍ରୀ ମାନେ ଅତି କଠିନ ପରିଶ୍ରମ କରି ସଫଳତା ହାସଲ କରିବାକୁ ନିଜକୁ ପ୍ରସ୍ତୁତି କରିବା ତଥା ମୋବାଇଲ୍ ଫୋନ୍ ବ୍ୟବହାର ନକରି ବାକୁ ମୁଖ୍ୟ ବକ୍ତା ଅଧ୍ୟାପକ ଶ୍ରୀଯୁକ୍ତ ସୁଧାଂଶୁ ଶେଖର ପାତ୍ର ଛାତ୍ର ଛାତ୍ରୀ ମାନଙ୍କୁ ପ୍ରବର୍ତ୍ତାଇ ଥିଲେ, ସମ୍ମାନିତ ଅତିଥି ତଥା ମର୍ଥାପୁର ଗ୍ରାମ ର ସଭାପତି ଶ୍ରୀଯୁକ୍ତ ପ୍ରକାଶ କୁମାର ମିଶ୍ର ଅନୁଷ୍ଠାନ ର ଉତ୍ତୋରତର ଉନ୍ନତି କାମନା କରିଥିଲେ।

କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ମୁଖ୍ୟ ଅତିଥି ମଠକରଗୋଳା ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରାଧ୍ୟାପକ ଚିତ୍ତ ରଞ୍ଜନ ଦାଶ ଛାତ୍ର ଛାତ୍ରୀ ମାନେ ସବୁବେଳେ ଉଚ୍ଚ ଆଶା କରିବା ଓ ବଡ଼ ବଡ଼ ସ୍ବପ୍ନ ଦେଖିବାକୁ ଏକ ଅଭ୍ୟାସ ରେ ପରିଣତ କଲେ ସଫଳତା ଆପେ ଆପେ ପ୍ରାପ୍ତ ହେବ ବୋଲି ବକ୍ତବ୍ୟ ରଖିଥିଲେ । ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ନିରଞ୍ଜନ ସ୍ବାଇଁ ବାର୍ଷିକ ବିବରଣୀ ପାଠ କରିଥିଲେ । ଅତି ସୁନ୍ଦର ଓ ଆକର୍ଷଣୀୟ ରୂପରେ ସଭା ସଞ୍ଚାଳନ କରିଥିଲେ ଶିକ୍ଷକ ଶ୍ରୀଯୁକ୍ତ ରାକେଶ ରାଉତ। ଶିକ୍ଷୟତ୍ରୀ ଶ୍ରୀମତୀ କଳ୍ପନା ରାଉତ ଜଗନ୍ନାଥ ଅଷ୍ଟକମ୍ ଗାନ କରି ସାଂସ୍କୃତିକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ,ବାର୍ଷିକ କ୍ରୀଡା ପ୍ରତିଯୋଗିତା ରେ କୃତିତ୍ବ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କ ନାମ କ୍ରୀଡା ଶିକ୍ଷକ ଶ୍ରୀଯୁକ୍ତ କର୍ପୁର ସ୍ବାଇଁ ଘୋଷଣା କରିଥିଲେ ଓ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ବୃନ୍ଦ ପୁରସ୍କୃତ କରିଥିଲେ, ପଞ୍ଚଶିକ୍ଷା ଅଭିଯାନ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାଶ,ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଶ୍ରୀଯୁକ୍ତ ବିରଜା ପ୍ରସାଦ ନନ୍ଦ ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ, ସର୍ବଶେଷ ରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅରୁଣ କୁମାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ,ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକ ଯୋଗ ଦାନ କରିଥିଲେ।

କାମାକ୍ଷାନଗର ଇପିଏ ରାଜ କିଶୋର ରାଉତ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *