ମାୟାବର୍ହା ହାଇସ୍କୁଲର ଛାତ୍ରୀ ଆଭା ସାହୁ ସମ୍ବର୍ଦ୍ଧିତ
ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହାର ନବମ ଶ୍ରେଣୀ ଛାତ୍ରୀ ଆଭା ସାହୁ ଚଳିତ ବର୍ଷ ଜାତୀୟ ମେଧା ବୃତ୍ତି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ବିଦ୍ୟାଳୟର ତଥା ଅଞ୍ଚଳର ଗୌରବ ବୃଦ୍ଧି କରିଛନ୍ତି। ପ୍ରଧାନ ଶିକ୍ଷକ ଡ. ରବିଚନ୍ଦ୍ର ପଶାୟତଙ୍କ ମାର୍ଗଦର୍ଶନ ରେ ଆୟୋଜିତ ହୋଇଥିବା ସମ୍ବର୍ଦ୍ଧନା ଉତ୍ସବରେ ବରିଷ୍ଠ ଶିକ୍ଷକ ଦୀନବନ୍ଧୁ ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ଶିକ୍ଷକ, ଆଲୁମିନି ଓ ପରିଚାଳନା କମିଟି ତରଫରୁ ଅଭା ଙ୍କୁ ତାଙ୍କର ସଫଳତା ନିମନ୍ତେ ଶୁଭେଚ୍ଛା ଜଣାଇ ପୁରସ୍କୃତ କରିଥିଲେ। ନବମ ଶ୍ରେଣୀରେ ଅଧ୍ୟୟନରତ ଥିବା ଆଭା ସାହୁ ମାୟାବର୍ହା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାହଜବାହାଲ ନିବାସୀ ଭାରତୀ ସାହୁ ଓ ଦେବାନନ୍ଦ ସାହୁଙ୍କ ଏକମାତ୍ର କନ୍ୟା ଅଟନ୍ତି। ପୂର୍ବରୁ ତୃତୀୟ ଶ୍ରେଣୀ ବୃତ୍ତି, ପଞ୍ଚମ ଶ୍ରେଣୀ ବୃତ୍ତି, ଆଦର୍ଶ ପରୀକ୍ଷାରେ କୃତକାର୍ଯ୍ୟ ଓ NMMS ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଛାତ୍ରୀ ଅଭା ବୃତ୍ତି ପାଇ ଆସୁଛନ୍ତି। ଶିକ୍ଷକ ରାଜୁ ମେହେର ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ ଓ କର୍ମଚାରୀ ଉପସ୍ଥିତ ରହି କୃତୀ ଛାତ୍ରୀ ଅଭାଙ୍କୁ ଉତ୍ସାହିତ କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
