July 17, 2025
Home » ମିଳିତ ବିରୋଧି ମଞ୍ଚ ର ୧୨ ଘଣ୍ଟା ଓଡ଼ିଶା ବନ୍ଦ

ମିଳିତ ବିରୋଧି ମଞ୍ଚ ର ୧୨ ଘଣ୍ଟା ଓଡ଼ିଶା ବନ୍ଦ

0
WhatsApp Image 2025-07-17 at 1.42.21 PM (1)

ସମସ୍ତ ଅଞ୍ଚଳ ରେ ଦୋକାନ ବଜାର ବନ୍ଦ, ଗାଡି ମୋଟର ଚଳାଚଳ ବାଧପ୍ରାପ୍ତ ।

କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ସହରରେ ଭାରତୀୟ ଜାତୀୟ କଂଗ୍ରେସ ନେତୃତ୍ୱରେ ଆଠଟି ବିରୋଧୀ ଦଳ ଦ୍ୱାରା ଡାକରା ଦିଆଯାଇଥିବା ରାଜ୍ୟ ବ୍ୟାପୀ ବନ୍ଦ ପାଳନ ଯୋଗୁଁ ଧର୍ମଗଡ ସହରରେ ପ୍ରଭାବ ଦେଖିବାକୁ ମିଳିଛି। ଭାରତୀୟ ଜାତୀୟ କଂଗ୍ରେସ ସମେତ ଅନ୍ୟାନ୍ୟ ବିରୋଧୀ ଦଳର ସଦସ୍ୟମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରୁଛନ୍ତି। ସହରର ଦୋକାନ ବଜାର,ସ୍କୁଲ କଲେଜ, ସରକାରୀ କାର୍ଯ୍ୟଳୟ, ପେଟ୍ରୋଲ ପମ୍ପ,ବ୍ୟାଙ୍କ ସମେତ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଫକୀର ମୋହନ କଲେଜର ଜଣେ ଛାତ୍ରୀ ସୌମ୍ୟଶ୍ରୀ ବିସିଙ୍କ ଦୁଃଖଦ ମୃତ୍ୟୁର ପ୍ରତିକ୍ରିୟାରେ ଏହି ବନ୍ଦ ଡାକରା ଦିଆଯାଇଛି। ଉକ୍ତ କଲେଜର ଜୈନିକ ପ୍ରଫେସର (ଏଚ୍ଓଡି) ଦ୍ୱାରା ଦୀର୍ଘ ଦିନ ଧରି ଯୌନ ନିର୍ଯାତନାର ଶିକାର ହେବା ପରେ କଲେଜ ଏବଂ ପ୍ରଶାସନିକ କର୍ତ୍ତୃପକ୍ଷ ତାଙ୍କ ଅଭିଯୋଗକୁ ଗ୍ରହଣ ନକରିବା ପରେ ନିଜକୁ ନିଆଁ ଲଗାଇ ଦେଇଥିଲେ ସୌମ୍ୟଶ୍ରୀ।

ଏହି ୧୨ ଘଣ୍ଟିଆ ବନ୍ଦ ଆନ୍ଦୋଳନରେ ଅନ୍ୟ ବାମପନ୍ଥୀ ଦଳର କର୍ମୀମାନଙ୍କ ଦ୍ୱାରା ସମର୍ଥିତ କଂଗ୍ରେସ କର୍ମୀମାନେ ଘଟଣାର ମୁକ୍ତ ଏବଂ ନ୍ୟାୟିକ ତଦନ୍ତ ସହ ରାଜ୍ୟ ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ, ସ୍ଥାନୀୟ ସାଂସଦ ଏବଂ ବିଧାୟକଙ୍କ ଇସ୍ତଫା ଦାବି କରି ପଡ଼ୋଶୀ ଛତିଶଗଡ଼ ସୀମା ନିକଟରେ ଥିବା ଧର୍ମଗଡ଼ ସହରର ମୁଖ୍ୟ ଛକ ମାନଙ୍କରେ ପିକେଟିଂ କରୁଛନ୍ତି।
ଡବଲ ଇଞ୍ଜିନ ରାଜ୍ୟ ସରକାର ସମୟରେ ଓଡ଼ିଶାରେ ମହିଳାଙ୍କ ପ୍ରତି ହେଉଥିବା ଅନ୍ୟାୟର ଉପରେ ପ୍ରତିବାଦକାରୀମାନେ ସ୍ୱର ଉତ୍ତୋଳନ କରୁଥିବା ଦେଖାଦେଇଛି।
ଧର୍ମଗଡ ରେ କଂଗ୍ରେସର କଳାହାଣ୍ଡି ଜିଲ୍ଲା କଂଗ୍ରେସ ର ବରିଷ୍ଠ ସଦସ୍ୟ ତୁଷାର ରଞ୍ଜନ ପଟ୍ଟଯୋଷୀ,ସୁଲୋଚନା ବିଶି, ଯୁବ କଂଗ୍ରେସ ର ରାଜ୍ୟ ସମ୍ପାଦକ ବେଣୁପାଣି ଦୁର୍ଗା, ଧର୍ମଗଡ ବ୍ଲକ ସଭାପତି ପ୍ରେମଲାଲ ସାଗର, ସିପିଆଇ ର ଜିଲ୍ଲା ସମ୍ପାଦକ ଜଗଜ୍ଜୀବନ୍ ଦୁର୍ଗା, ଶାଖା ସମ୍ପାଦକ ଶ୍ୟାମ ସୁନ୍ଦର ଜାଲ, ଟ୍ରେଡ ୟୁନିଅନ ର ଜିଲ୍ଲା ସମ୍ପାଦକ ମାଧବ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତିରେ ଚାଲୁଥିବା ଉକ୍ତ ଆନ୍ଦୋଳନ ଯୋଗୁଁ ଅଂଚଳରେ ସାଧାରଣ ଜୀବନ ଯାତ୍ରା ଠପ୍ ହୋଇଯାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *