October 17, 2026
Home » ମିଶନ ବାତ୍ସଲ୍ୟ ଯୋଜନା ରେ ପୃଷ୍ଠପୋଷକତା ଆର୍ଥିକ ସହାୟତା ପ୍ରଦାନ

ମିଶନ ବାତ୍ସଲ୍ୟ ଯୋଜନା ରେ ପୃଷ୍ଠପୋଷକତା ଆର୍ଥିକ ସହାୟତା ପ୍ରଦାନ

0
WhatsApp Image 2026-10-15 at 2.50.36 PM

ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଶ୍ରୀ ଦେବାଶିଷ ସିଂ ଦଶ ଜଣ ପିତୃମାତୃହୀନ ଶିଶୁ ଙ୍କୁ ମିଶନ ବାତ୍ସଲ୍ୟ ଯୋଜନା ରେ ପୃଷ୍ଠପୋଷକତା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି l ପ୍ରତ୍ୟେକଙ୍କୁ ୨୦,୦୦୦(କୋଡ଼ିଏ ହଜାର) ଟଙ୍କା ର ଚେକ୍ ପ୍ରଦାନ କରିଛନ୍ତି। ଏହି ଅବସରରେ ୬ ଗୋଟି ବ୍ଲକ ରୁ ୧୬୧ ଜଣ ଶିଶୁଙ୍କୁ ମୋଟ ୩୨,୨୦,୦୦୦(ବତିଶି ଲକ୍ଷ କୋଡିଏ ହଜାର) ଟଙ୍କା ର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ତରଭା ବ୍ଲକ୍ ର ସିଭାଂଶ ଅଗ୍ରୱାଲ , ଅନୁଭବ ଷଡ଼ଙ୍ଗୀ, ବୀରମହାରାଜପୁର ବ୍ଲକ୍ ର ଉଦିତ ଏକ୍କା, ସୋନପୁର ବ୍ଲକ୍ ର ଶ୍ରଦ୍ଧା କୁଶଲ, ଲକ୍ଷ୍ମୀପ୍ରିୟା ଷାଣ୍ଢ,ଶୁଭଶ୍ରୀ ପୋଢ଼ , ଅଲିମା ବାଘ , ଲକ୍ଷ୍ମୀପ୍ରିୟା ସାହୁ , ଡୁଙ୍ଗୁରିପାଲି ବ୍ଲକ୍ ର ଡଲି ବେହେରା, ପ୍ରତ୍ୟାଶା ପ୍ରଧାନ ଆଦି ନିଜ ନିଜ ଅଭିଭାବକ ଙ୍କ ସହିତ ଉପସ୍ଥିତ ରହି ଜିଲ୍ଲାପାଳ ଙ୍କ ଠାରୁ ଆର୍ଥିକ ସହାୟତା ର ଚେକ୍ ଗ୍ରହଣ କରିଥିଲେ । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ )ଶ୍ରୀମତୀ ଅଞ୍ଜଳିନା ପ୍ରଧାନ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ର ହିସାବ ରକ୍ଷକ ମୃତ୍ୟୁଞ୍ଜୟ ସାହୁ, ସେବା ସହଯୋଗୀ ଥବିର କାଲସା , ଆଇନ ପରାମର୍ଶଦାତା ଭାସ୍କର ଦାଶ ,ସରିତା ସୁନା, ଅନିଲ ମହଲା , ଜିତେନ୍ଦ୍ର ମଣ୍ଡଲ, ଗୌତମ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *