ଅତିରିକ୍ତ ରାଜସ୍ବ ନିରୀକ୍ଷକ ଙ୍କ ଆତ୍ମହତ୍ୟା
ସୁବର୍ଣ୍ଣପୁର — ଅତିରିକ୍ତ ରାଜସ୍ବ ନିରୀକ୍ଷକ ଙ୍କ ଆତ୍ମହତ୍ୟା ଅଭିଯୋଗ ହୋଇଛି l ସୁବର୍ଣ୍ଣପୁର ଜିଲ୍ଲା ତରଭା ତହସିଲ ଅନ୍ତର୍ଗତ ବ୍ରାହ୍ମଣୀ ରାଜସ୍ବ ସର୍କଲ ରେ କାର୍ଯ୍ୟରତ ଅତିରିକ୍ତ ରାଜସ୍ବ ନିରୀକ୍ଷକ ( ARI ) ଙ୍କ ଆତ୍ମହତ୍ୟା l ଘରୋଇ କଳହ କୁ ନେଇ ଆତ୍ମହତ୍ୟା କରିଥିବା ସନ୍ଦେହ ହୋଇଛି l ସୋନପୁର ସହର ର ଘୋଡ଼ାଘାଟପଡା ର ତରୁଣାନନ୍ଦ ସାହୁ (44) ମଙ୍ଗଳବାର ରାତିରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି l ସେ କିଛି ଦିନ ହେବ ପାରିବାରିକ କଳହ ଯୋଗୁଁ ମାନସିକ ଭାରସାମ୍ୟ ହରାଇ ବସିଥିଲେ l ସେ ଶୋଇଥିବା ଘରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିଲେ l ସକାଳେ ଆତ୍ମହତ୍ୟା କରିଥିବା ଜଣାପଡିବା ପରେ ଖବରପାଇ ସୋନପୁର ଥାନାଧିକାରୀ ଯାଦବ ବାଗ ଙ୍କ ନିର୍ଦ୍ଦେଶକ୍ରମେ ଏ ଏସ ଆଇ ଅନିଲ ବେହେରା, ଏ ଏସ ଆଇ ରଞ୍ଜନ ନାଏକ, ମକରଧ୍ଵଜ ଦାଶ ପ୍ରମୁଖ ଘଟଣାସ୍ଥଳ ରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଥିଲେ l ଏ ନେଇ ସୋନପୁର ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..
