July 28, 2026
Home » ଯୁବକଙ୍କ ମୃତ ଦେହ ଉଦ୍ଧାର

ଯୁବକଙ୍କ ମୃତ ଦେହ ଉଦ୍ଧାର

0
WhatsApp Image 2026-07-27 at 4.23.24 PM

ସୁବର୍ଣ୍ଣପୁର — ରାସ୍ତା କଡ଼ ରୁ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି l ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ଥାନା ବିଶିମୁଣ୍ଡା ଗ୍ରାମପଞ୍ଚାୟତ ର ଡୁଙ୍ଗୁରିପାଲି ରୁ ବିଶିମୁଣ୍ଡା ଯିବା ରାସ୍ତା ରେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି l ମୃତ ଯୁବକଙ୍କ ନାମ ପ୍ରମୋଦ ମେହେର ବୋଲି ଜଣାପଡିଛି l ଘଟଣା ରୁ ପ୍ରକାଶ ଯେ, ମୃତ୍ୟୁ ବରଣ କରିଥିବା ଯୁବକ ପ୍ରମୋଦ ମେଣ୍ଡା ଗ୍ରାମ ରୁ ଆସି ଡୁଙ୍ଗୁରିପାଲି ନିକଟ ରେ ଥିବା ସାଗରପାଲି ଗ୍ରାମ ରେ ଆଜକୁ ଏକ ବର୍ଷ ହେବ ରହୁଥିଲେ l

ପ୍ରମୋଦ ଙ୍କ ମୃତ ଦେହ ରାସ୍ତା କଡ଼ ରେ ପଡ଼ିଥିବା ସ୍ଥାନୀୟ ଲୋକ ଦେଖି ପୋଲିସ କୁ ଖବର ଦେଇଥିଲେ l ଖବର ପାଇ ସୋନପୁର ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ତଦନ୍ତ କରୁଥିବା ଆଇ ଆଇ ସି ଯାଦବ ବାଘ ସୂଚନା ଦେଇଛନ୍ତି l ଏ ନେଇ ସୋନପୁର ପୋଲିସ ଥାନା ରେ ଏକ ମାମଲା ରୁଜୁ ହୋଇ ଅଧିକ ତଦନ୍ତ ଚାଲୁ ରହିଛି l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ.

Leave a Reply

Your email address will not be published. Required fields are marked *