ଯୋଗାଳୟ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର:-ବି.ଏମ୍.ସି. ଅଧିନସ୍ଥ ପୋଖରୀପୁଟ ମଧୁସୂଦନ ପାର୍କରେ ଥିବା ଜଗନ୍ନାଥ ଯୋଗାଳୟର ଏକାଦଶତମ ପ୍ରତିଷ୍ଠା ଦିବସ ମୁଖ୍ୟ ଉପଦେଷ୍ଟା ନିର୍ମଳ ଚନ୍ଦ୍ର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଯାଇଅଛି। ସଭାପତି ଲକ୍ଷ୍ମୀ ନାରାୟଣ ପାଢ଼ୀ ପ୍ରାରମ୍ଭିକ ସୂଚନା ଦେଇଥିଲେ। ସମ୍ପାଦକ ପଠାଣି ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ। ରବୀନ୍ଦ୍ର ନାଥ ପାଣି, ହୀରା ପାଣି, ବିଦୁସ୍ମିତା ମନ୍ତ୍ରୀ ଅତିଥି ଭାବେ ଯୋଗଦେଇ ଯୋଗାଳୟ କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ହର୍ଷବର୍ଦ୍ଧନ ଉଦ୍ଗତା,ସଞ୍ଜୀବ ସାହୁ,ତରିଣୀ ସେନ ନାୟକ, ନିରଞ୍ଜନ ସେନାପତି, ଅଭୟ ମହାପାତ୍ର, ବି.କେ. ପ୍ରହରାଜ,କୃଷ୍ଣ ପ୍ରସାଦ ଜେନା,ପ୍ରମୂଖ ଉପସ୍ଥିତ ଥିଲେ ଓ ଶେଷରେ ଶିଶିର ଦାଶ ଧନ୍ୟବାଦ ଦେଇଥିଲେ।