ଯୋବ୍ରା ଚତୁର୍ଦ୍ଧା ମୂର୍ତ୍ତିଙ୍କର ରଥଯାତ୍ରା
ପବିତ୍ର ରଥଯାତ୍ରା ଉପଲକ୍ଷେ ଯୋବ୍ରା ନୁଆସାହି ରେ ଅବସ୍ଥିତ ଚତୁର୍ଦ୍ଧା ମୂର୍ତ୍ତିଙ୍କର ରଥଟଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି | ମନ୍ଦିର ପରିଚାଳନା କମିଟି ପକ୍ଷରୁ ଚଳିତ ବର୍ଷ ୫୧ତମ ରଥଯାତ୍ରା ମହୋତ୍ସବ ପାଳନ କରାଯାଉଅଛି | ଅପରାହ୍ନ ୨ ଘଟିକା ସମୟରେ ସୂର୍ଯ୍ୟ ପୂଜା ଓ ରଥ ପୂଜା ସମ୍ପାଦିତ ହୋଇଥିଲା | ତତପଶ୍ଚାତ ଠାକୁର ମାନେ ଗୋଟି ପହଣ୍ଡିରେ ଆସି ରଥରେ ବିଜେ କରିଥିଲେ | ଅପରାହ୍ନ ୩ ଘଟିକା ସମୟରେ ସାହି ଅଧିକାରୀ କାଶୀନାଥ ନାୟକ ଛେରା ପହଁରା କରିବା ପରେ ରଥଟଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଯୋବ୍ରା ଶନି ମନ୍ଦିର ଦେଇ ବ୍ୟାରେଜ ଛକ,ଡିପୁ ଛକ, ଲକ୍ଷ୍ମୀ ବଜାର ଓ ଶାରଳା ମନ୍ଦିର ଦେଇ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ସନ୍ଧ୍ୟା ୭ଘଟିକା ସମୟରେ ପହଞ୍ଚି ଥିଲା| ପୋଲିସ ପ୍ରଶାସନ ଓ ବିଦ୍ୟୁତ ବିଭାଗର କର୍ମଚାରୀ ମାନେ ରଥଟଣା ସମୟରେ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ | ରଥ ଉପରେ ସେବାୟତ ମାନଙ୍କ ମଧ୍ୟରୁ ଦେବାଶିଷ ବେହେରା,ଅଜିତ ସ୍ୱାଇଁ,ଦାଶରଥୀ ନାୟକ,ସତ୍ୟମ ନାୟକ ଓ ପୁରୋହିତ ମାନେ ଉପସ୍ଥିତ ରହି ଠାକୁରଙ୍କୁ ସେବା ପ୍ରଦାନ କରିଥିଲେ | ବିଧାୟିକା ସୋଫିଆ ଫିରଦୋଷ ,ସୁକାନ୍ତ ବିଶ୍ୱାଳ,ପ୍ରଭାତ ବିଶ୍ୱାଳ,ନୟନ କିଶୋର ମହାନ୍ତି, କଟକ ଡିସିପି ଖିଲାରି ଋଷିକେଶ ଦାମଦେଓ,କଟକ ମହାନଗର ନିଗମର କର୍ପୋରେଟର ସ୍ଵର୍ଣ୍ଣପ୍ରଭା ପଶାୟତଙ୍କ ସହିତ ଯୋବ୍ରା ଦୂର୍ଗା କମିଟିର ସଭାପତି ପ୍ରମୋଦ ଜେନା,ସମ୍ପାଦକ ଶ୍ରୀମନ୍ତ ଦାସ,ସଂଗ୍ରାମ ରାଉତରାୟ,ଇଂ ସମରେଶ ଭୂୟାଁ,ମନୋରଞ୍ଜନ ଜେନା,ଜ୍ୟୋତି ରଞ୍ଜନ ରାୟ ଓ ବିଭିନ୍ନ ସାହିର ମୁରବୀ ମାନେ ରଥଯାତ୍ରାରେ ଯୋଗଦାନ କରିଥିଲେ | ନୂଆସାହି ଶ୍ରୀ ଜୟ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଭାପତି ଆଇନଜୀବୀ ଶୁଭେନ୍ଦୁ ମହାନ୍ତି ,ଉପସଭାପତି ନାରାୟଣ ବେହେରା,ସମ୍ପାଦକ ଅମ୍ବିକା ସାମଲ, ସହ ସମ୍ପାଦକ ଶୁଭମ ପଟନାୟକ, କୋଷାଧକ୍ଷ ଆଶିଷ ମହାନ୍ତି, ମହନ୍ତ ଶୀବେନ୍ଦ୍ର ନାୟକ ,ଉପଦେଷ୍ଟା ପୂର୍ଣ୍ଣଚନ୍ଦ୍ର ସାହୁ,ପ୍ରଭାତ ତ୍ରିପାଠୀ,ପ୍ରସନ୍ନ ନାୟକ,ଜଗନ୍ନାଥ ନାୟକ,ଅଶୋକ ବେହେରା,ଭାବଗ୍ରାହୀ ନାୟକ,ସିମାଞ୍ଚଳ ରେଡି ଓ ଅନ୍ୟାନ୍ୟ ସେବକ ମାନଙ୍କ ସହିତ ଶତାଧିକ ଭକ୍ତ ରଥଟଣା କାର୍ଯ୍ୟକ୍ରମରେ ଯୋଗଦାନ କରି ସହଯୋଗ ପ୍ରଦାନ କରିଥିଲେ |
