June 18, 2026
Home » ରଜ ଉପଲକ୍ଷେ କଂସ ଦରବାର l

ରଜ ଉପଲକ୍ଷେ କଂସ ଦରବାର l

0
WhatsApp Image 2026-06-18 at 4.03.23 PM

ସୁବର୍ଣ୍ଣପୁର —-ବୌଦ୍ଧ ଜିଲ୍ଲା ସଦର ବ୍ଲକ ଗୁନ୍ଦୁଳିଆ ଗ୍ରାମପଞ୍ଚାୟତ କିର୍ମାଖୋଲ ଗ୍ରାମରେ ରଜ ପର୍ବ ଉପଲକ୍ଷେ କଂସ ଦରବାର ଆୟୋଜିତ ହୋଇଯାଇଛି l ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ କଣ୍ଟାମାଳ ବିଧାୟକ କହ୍ନାଇ ଚରଣ ଡାଙ୍ଗ ମୁଖ୍ୟଅତିଥି, ଭାବରେ ଯୋଗ ଦେବା ସହିତ ଅନ୍ୟ ତମ ସମ୍ମାନିତ ଅତିଥି ଭାବରେ ବୌଦ୍ଧ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ , 4 ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ଇଂ.ରାକେଶ ତ୍ରିପାଠୀ, ଗୁନ୍ଦୁଳିଆ ସରପଞ୍ଚ ଧବଳେଶ୍ୱର ସିଂହ, ବିଜେପି ଜିଲ୍ଲା ଉପସଭାପତି ସୁଶାନ୍ତ ବାଘଙ୍କ ସହିତ ଅଞ୍ଚଳର ନେତୃବୃନ୍ଦ ରାଜ ଅତିଥି ଭାବରେ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଦର୍ଶକ ଉପସ୍ଥିତ ଥିଲେ l ରଜ ଉତ୍ସବରେ କଂସ ଦରବାର ସହିତ ଗ୍ରାମର ଯୁବତୀମାନେ ପୋଡପିଠା ଓ ରଜ ପାନ ଖାଇ ରଜ ଗୀତ ଗାଇ ଦୋଳି ଝୁଲି ରଜ ମଉଜ କରିଥିଲେ l ଗ୍ରାମବାସୀ ଏହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *