ରଥ ନିର୍ମାଣ କାର୍ଯ୍ୟ ଅଷ୍ଟାଦଶ ତମ ଦିବସ
ରଥ ନିର୍ମାଣକାରୀଙ୍କ ଉପସ୍ଥାନ
*ତିନିରଥ ମହାରଣା ସେବକ – ୭୭*ତିନିରଥ ର ଭୋଇ ସେବକ – ୭୨*ତିନିରଥ କରତୀ ସେବକ – ୪*ତିନିରଥ ଓଝା କମାର ସେବକ – ୧୭
*ତିନିରଥ ର ରୂପକାର ସେବକ – ୨୦*ତୁମ୍ବ ବିନ୍ଧ କାରୀଗର – ୨*ରଥଖଳା ସହାୟକ (ପାଣି ବାଲା) – ୧ମୋଟ – ୧୯୩ ଜଣ
ଆଜି ରଥ ନିର୍ମାଣର ଅଷ୍ଟାଦଶ ତମ ଦିବସରେ ତିନି ରଥର ନିର୍ମାଣକାରୀ ସେବକ ମାନେ ସକାଳ ଘ.୮.୦୦ ଟିକା ପୂର୍ବରୁ ରଥଖଳା ଠାରେ ଉପସ୍ଥିତ ହୋଇ ଉପସ୍ଥାନ ଦେବାପରେ ମୁଖ୍ୟ ମହାରଣା ଙ୍କ ମାର୍ଗ ଦର୍ଶନରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ।ରଥ ନିର୍ମାଣ ଅଗ୍ରଗତି
( ଗତକାଲି ସୁଦ୍ଧା ତିନି ରଥର ମୋଟ ୧୮ ଗୋଟି ଚକ ନିର୍ମାଣ ଶେଷ ହୋଇଥିଲା) ତିନି ରଥର ଆଉ ଗୋଟିଏ ଚକ ନିର୍ମାଣ ଶେଷ ହୋଇ ଆଜି ସୁଦ୍ଧା ତିନି ରଥର ମୋଟ ୧୯ ଗୋଟି ଚକ ନିର୍ମାଣ ଶେଷ ହୋଇଅଛି।ଏଥିସହ ଆଜି ପୂର୍ବାହ୍ନରେ ରଥ ଅମିନ ତିନିରଥର ମୁହାଣ୍ଟ ଏବଂ ଜୋକା ନିର୍ମାଣ ପାଇଁ (ଆଗ ଆଣି ଏବଂ ପଛ ଆଣି) ମୁହାଁଟ ପାଇଁ ୪ ଟି ଲେଖାଏଁ ୨୦ ଫୁଟିଆ ଧଉରା କାଠ ଏବଂ ଯୋକା ନିର୍ମାଣ ପାଇଁ ପ୍ରଥମ ପର୍ଯ୍ୟାୟରେ ୫ ଟି ଲେଖାଏଁ ୧୨ ଫୁଟିଆ ଧଉରା କାଠ ଭୋଇସେବକ ଙ୍କ ମାଧ୍ୟମରେ ତିନି ରଥ ଚାଲିକୁ ଯୋଗାଇ ଦେବାପରେ, ତିନିରଥ ର ମହାରଣା ସେବକ ମାନେ ଉକ୍ତ ୫ ଟି ଲେଖାଏଁ ଯୋକା ଏବଂ ୪ ଟି ଲେଖାଏଁ ମୁହାଁଟ ନିର୍ମାଣ କାର୍ଯ୍ୟ ଜାରୀ ରଖିଛନ୍ତି ।

ଏଥିସହ ଆଜି ଦୁଇଟି ଲେଖାଏଁ ତୁମ୍ବରେ ଅର ସଂଯୋଗ ପୂର୍ବକ ଯନ୍ତା ଗାଡ଼ ଠାରେ ତୁମ୍ବ .. ଅର ରେ କଣ୍ଟା ଵାଡ଼ିଆ ବା ସିଙ୍ଗଡ଼ା ବାଡିଆ କାର୍ଯ୍ୟ ଭୋଇ ସର୍ଦ୍ଦାର ରବି ଭୋଇ ଙ୍କ ତତ୍ତ୍ଵାବଧାନରେ ଭୋଇ ସେବକ ମାନେ ଶେଷ କରି ଅଖ ବିନ୍ଧ ପାଇଁ ରଥ ଚାଳି କୁ ଯୋଗାଇଛନ୍ତି।
ରଥ ଖଳାରେ ସ୍ଥାନା ଭାବ ଯୋଗୁଁ ଅଧିକ ଚକ ନିର୍ମାଣ କରି ରଖିବା ସମ୍ଭବ ହେଉନାହିଁ, ପରମ୍ପରା ପ୍ରକାରେ ଆସନ୍ତାକାଲି ଭଉଁରୀ ତିଥିରେ *ଚକ..ଅଖ ଡେରା ନୀତି ପରେ ନିର୍ମାଣ ସରିଥିବା ଚକ ଗୁଡ଼ିକୁ ବିଧି ମତେ ବାହାର ରଥଖଳା ର ନିର୍ଦ୍ଦିଷ୍ଟ ସ୍ଥାନକୁ ଅଣାଯାଇ ସୁରକ୍ଷିତ ରଖାଯିବ
ଏଥିସହ ଆଜି ସୁଦ୍ଧା ତିନି ରଥର ସମସ୍ତ ସାଲ ଗୁଜ, ତୀଖଗୁଜ, ଜଳ ଯନ୍ତ୍ର,କୁଡୁକା, ଓରା, ଏବଂ ଗୋଟିଏ ଲେଖାଏଁ ସିଂହାସନ ନିର୍ମାଣ ସହ ସେଥିରେ ତିନି ଥାକିଆ ରାହା କଟା ଶେଷ କରିଛନ୍ତି, ଏଥିସହ ତିନି ରଥର ଗୋଟିଏ ଗୋଟିଏ ପ୍ରଭା ଅପସରା ଚଉପଟ କାର୍ଯ୍ୟ ଶେଷ ହୋଇଛି। ଏହା ଶ୍ରୀବିଗ୍ରହଙ୍କ ଆସ୍ଥାନ ପଛପର୍ଶ୍ୱରେ ଠାକୁରଙ୍କ ପ୍ରଭା ଫିଟିଂ ପାଇଁ ଲାଗିଥାଏ ।ରୂପକାର ଚାଳିରୂପକାର ସେବକ ମାନେ ତିନିରଥର ୧୧ ଟି ଲେଖାଏଁ ସାଲ ଗୁଜ ରେ ନୃସିଂହ ରୂପ ଖୋଦେଇ ଜାରୀ ରଖିବା ସହ ଶେଷ ହୋଇଥିବା ରୂପ ଗୁଡ଼ିକର ପଲିସ୍ କାର୍ଯ୍ୟ ଜାରୀ ରଖିଛନ୍ତି।କମାର ଶାଳଦୋଳ ବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା ସେବକ ମାନେ ତିନିରଥର ବାକି ଚକ ନିର୍ମାଣ ପାଇଁ ଆବଶ୍ୟକ ଅରକଣ୍ଟା, ପନ୍ଦାରି, ତୁମ୍ବ ବଳା, ପନ୍ଦାରି ଚାବି ନିର୍ମାଣ ଜାରୀ ରଖିଛନ୍ତି।
