June 22, 2026
Home » ରଥଯାତ୍ରା ପାଇଁ ନୟାଗଡ଼ ସହରରୁ ପୁରୀକୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ପାଇଁ ଦାବି

ରଥଯାତ୍ରା ପାଇଁ ନୟାଗଡ଼ ସହରରୁ ପୁରୀକୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ପାଇଁ ଦାବି

0
1001136131
ନୟାଗଡ଼: ନୟାଗଡ ଆସନ୍ତା ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ରଥଯାତ୍ରା ସମୟରେ ନୟାଗଡ଼ ସହରରୁ ପୁରୀକୁ ଏକ ସ୍ୱତନ୍ତ୍ର ଟ୍ରେନ ଚଳାଇବା ପାଇଁ ‘ନୟାଗଡ଼ ନାଗରିକ ମଞ୍ଚ’ ପକ୍ଷରୁ ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ୍ ମଣ୍ଡଳ ରେଳ ପ୍ରବନ୍ଧକଙ୍କ ନିକଟରେ ଦାବି କରାଯାଇଛି।ନାଗରିକ ମଞ୍ଚ ପକ୍ଷରୁ ଡି.ଆର.ଏମ.ଙ୍କୁ ଦିଆଯାଇଥିବା ଏହି ସ୍ମାରକପତ୍ରରେ ଦର୍ଶାଯାଇଛି ଯେ, ରଥଯାତ୍ରା ସମୟରେ ନୟାଗଡ଼ ଜିଲ୍ଲାରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ଯାଇଥାନ୍ତି। ଯଦିଓ ରେଳ ବିଭାଗ ପକ୍ଷରୁ ଦଶପଲ୍ଲାରୁ ପୁରୀକୁ ୩ଟି ସ୍ୱତନ୍ତ୍ର ଟ୍ରେନ ଚଳାଚଳର ବ୍ୟବସ୍ଥା କରାଯାଉଛି, ମାତ୍ର ଦଶପଲ୍ଲାରୁ ଆସୁଥିବା ଏହି ଟ୍ରେନଗୁଡ଼ିକରେ ପ୍ରବଳ ଭିଡ଼ ରହୁଛି।
ଫଳରେ ନୟାଗଡ଼ ଟାଉନ୍ ଷ୍ଟେସନରେ ପହଞ୍ଚିବା ବେଳକୁ ଏଥିରେ ସ୍ଥାନ ଅଭାବରୁ ସ୍ଥାନୀୟ ଶ୍ରଦ୍ଧାଳୁ ଓ ଯାତ୍ରୀମାନେ ଟ୍ରେନରେ ଚଢ଼ି ନପାରି ନିରାଶ ହୋଇ ଘରକୁ ଫେରୁଛନ୍ତି। ଶ୍ରଦ୍ଧାଳୁଙ୍କ ଆବେଗ ଓ ଯାତାୟାତ ସୁବିଧାକୁ ଦୃଷ୍ଟିରେ ରଖି ଚଳିତ ରଥଯାତ୍ରା ସମୟରେ ନୟାଗଡ଼ ଟାଉନ୍ ଷ୍ଟେସନରୁ ସ୍ୱତନ୍ତ୍ର ଭାବେ ପୁରୀ ଅଭିମୁଖେ ଆଉ ଏକ ସ୍ୱତନ୍ତ୍ର ଟ୍ରେନ ଚଳାଇବାକୁ ନାଗରିକ ମଞ୍ଚର ସଭାପତି ପ୍ରମୋଦ ପଟ୍ଟନାୟକ,ସମ୍ପାଦକ ଲକ୍ଷ୍ମୀଧର ସାହୁ, ଉପସଭାପତି ପ୍ରଦୀପ କୁମାର ସାହୁ, ସଦସ୍ୟ ଅଜିତ କୁମାର ମିଶ୍ର, କୈଳାସ ଚନ୍ଦ୍ର ରଥ,ଶ୍ରୀଧର ନାୟକ, ଅନ୍ତର୍ଯ୍ୟାମୀ ମହାନ୍ତି ତଥା ସମାଜସେବୀ ଶେଖ ଅବଦୁଲ ଆହାଦ ପ୍ରମୁଖ ରେଳ କର୍ତ୍ତୃପକ୍ଷଙ୍କୁ ସ୍ଥାନୀୟ ଷ୍ଟେସନ ପରିଚାଳକଙ୍କ ମାଧ୍ୟମରେ ଦାବି କରିଛନ୍ତି।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *