April 25, 2026
Home »  ରବି ଧାନ ସଂଗ୍ରହ ପାଇଁ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ

 ରବି ଧାନ ସଂଗ୍ରହ ପାଇଁ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ

0
WhatsApp Image 2026-04-24 at 2.58.36 PM (1)

 

 

 

ବରଗଡ଼- :ବରଗଡ଼ ଜିଲ୍ଲାରୁ ଆଗାମୀ ରବି ଧାନ କିଣା ଆରମ୍ଭ କରିବା ପାଇଁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟିର ବୈଠକ ଅନୁଷ୍ଠିତ ହୋଇଛି ।ବୈଠକରେ ଚାଷୀଙ୍କ ସୁବିଧାକୁ ଗୁରୁତ୍ଵ ଦେଇ ସମସ୍ତ ଧାନ ସଂଗ୍ରହ କେନ୍ଦ୍ର ଏବଂ ମଣ୍ଡିରେ ଡିଜିଟାଲ ଆର୍ଦ୍ରତା ମିଟର, ତାରପୋଲିନ, ୱେବ୍ରିଜ, ବିଶ୍ଳେଷଣ କିଟ୍ ଆଦି ଯୋଗାଇବା ସହିତ ପ୍ରତୀକ୍ଷା କକ୍ଷ, ଛାଇ, ପାନୀୟଜଳ, ଲାଇଟ, ପାଇଖାନା, ସିସିଟିଭି ଏବଂ ମୂଲ୍ୟ ପ୍ରଦର୍ଶନ ବୋର୍ଡ ଆଦି ସୁବିଧା ଉପଲବ୍ଧ କରିବା କରିବା ସହ କାଳବଜାରୀ ରୋକିବା ନିମନ୍ତେ ଜିଲ୍ଲା, ଉପଖଣ୍ଡ ଏବଂ ସମସ୍ତ ମଣ୍ଡି କଣ୍ଟ୍ରୋଲ ରୁମ୍ରୁ ଟୋଲ ଫ୍ରି ନମ୍ବରରେ ଆସୁଥିବା ସମସ୍ତ ଅଭିଯୋଗକୁ ଲିପିବଦ୍ଧ କରି ସେଗୁଡିକର ତୁରନ୍ତ ସମାଧାନ କରିବାକୁ ପଦକ୍ଷେପ ନେବା ସହ ମଣ୍ଡିର ସିସି ଟିଭି ଲାଇଭ ଫୁଟେଜକୁ ୨୪ ଘଣ୍ଟା ତଦାରଖ କରିବା ପାଇଁ ଆଲୋଚନା କରାଯାଇଛି ।ଏତଦବ୍ୟତୀତ ପ୍ରତ୍ୟକ ଆରଏମସି ଦ୍ୱାରା ଡ଼ାକବାଜି ଯନ୍ତ୍ର ଯୋଗେ ଧାନର ଏଫଏକ୍ୟୁ ମାନ ଏବଂ ଇନପୁଟ ସବସିଡ଼ି ବିଷୟରେ ଚାଷିକୁ ସଚେତନ କରିଵା ସହ ଧାନ ସଂଗ୍ରହ କାର୍ଯ୍ୟକୁ ସଫଳ କରାଇବା ପାଇଁ ପ୍ରତିଟି ଆର୍ ଏମ ସିର ଅଧ୍ୟକ୍ଷ ମାନଙ୍କୁ ଗାଆଁ ଗାଆଁ ବୁଲି ଚାଷୀ ମାନଙ୍କ ସହିତ ଉତ୍ତମ ଯୋଗା ଯୋଗ ରଖିବାକୁ ନିଷ୍ପତି ନେଇ ମଣ୍ଡିକୁ ଧାନ ଆସିବାର ଯଥା ସମୟ ପୂର୍ବରୁ ଚାଷୀ ମାନଙ୍କୁ ଟୋକେନ୍ ଦେବା ବ୍ୟବସ୍ଥା କରିବା, କଳାବଜାରୀ କିମ୍ବା ଆବଶ୍ୟକୀୟ ଧାନ ପଡୋଶୀ ଜିଲ୍ଲାକୁ ସ୍ଥାନାନ୍ତରଣ ଭଳି ବେଆଇନ କାର୍ଯ୍ୟଗୁଡିକୁ ରୋକିବା ପାଇଁ ଜିଲ୍ଲାର ସମସ୍ତ ସୀମାରେଖାରେ ପୋଲିସ୍ ମୁତୟନ କରିବା ସହିତ କଡାକଡି ଯାଞ୍ଚ୍ କରିବା ପାଇଁ ଗୁରୁତ୍ଵ ଦେଇ କାର୍ଯ୍ୟ କରିବାକୁ ଜିଲ୍ଲା ପାଳ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟକୀ, ଆଗାମୀ ମଇ ୧୧ ତାରିଖରୁ ଜିଲ୍ଲାର ୧୬୪ଗୋଟି ଧାନ କ୍ରୟ ସ୍ଥାନର ସମୁଦାୟ ୧୮୩ଗୋଟି ମଣ୍ଡି/ଧାନ କ୍ରୟ କେନ୍ଦ୍ରରେ ସକାଳ ୦୬ ଘଟିକାରୁ ୧୧. ୦୦ ଘଟିକା ପର୍ଯ୍ୟନ୍ତ ଉକ୍ତ ବର୍ଷର ରବି ଧାନ କିଣା ହେବ। ଚାଷୀଙ୍କୁ ନିଜ ଧାନ ବିକ୍ରି କରିବା ପାଇଁ ମିଲର୍ସଙ୍କ ତରଫରୁ ପଞ୍ଜିକୃତ ଚାଷୀ ଅନୁଯାଇ ପ୍ରତ୍ୟେକ ମଣ୍ଡିରେ ଜୁଟ ବ୍ୟାଗ ଯୋଗାଇ ଦିଆଯିବ। ଏହି ପ୍ରକ୍ରିୟାରେ ବର୍ତ୍ତମାନ ସୁଦ୍ଧା ୧୦୫୪୯୪ ଜଣ ଚାଷୀ ଧାନ ବିକ୍ରି ପାଇଁ ନିଜ ନାମ ପଞ୍ଜିକରଣ କରିଛନ୍ତି ।ବୈଠକରେ ମାନ୍ୟବର ବରଗଡ଼ ସାଂସଦ ପ୍ରତିନିଧି ଶ୍ରୀ ସୁରେଶ୍ୱର ଶତପଥୀଙ୍କ ସମେତ ମାନ୍ୟବର ବରଗଡ଼ ବିଧାୟକ ଶ୍ରୀ ଅଶ୍ୱିନୀ ଷଡ଼ଙ୍ଗୀ, ଅତାବିରା ବିଧାୟକ ଶ୍ରୀ ନିହାର ରଞ୍ଜନ ମହାନନ୍ଦ, ଭଟଲି ବିଧାୟକ ଶ୍ରୀ ଇରାଶିଷ ଆଚାର୍ଯ୍ୟ, ପଦମପୁର ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା ଏବଂ ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ଭୋଇ ଉପସ୍ଥିତ ରହି ଜିଲ୍ଲାରେ ସୁଚାରୁ ଭାବେ ଧାନ କ୍ରୟ କରିବା ପାଇଁ ନିଜ ମତାମତ ଦେଇଥିବା ବେଳେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟାଲ, ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନା, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଲାଟ କୁମାର ଲୁହା, ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁ, ବରଗଡ ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାଣ୍ଡେ, ପଦମପୁର ଉପଜିଲ୍ଲାପାଳ ହେମସାଗର ଭୋଇ, ସମସ୍ତ ଆରଏମସି କର୍ମକର୍ତ୍ତା,ଜିଲ୍ଲାସ୍ତରୀୟ ଅଧିକାରୀ, ଏବଂ ଜିଲ୍ଲା ଯୋଗାଣ ବିଭାଗର ଅଧିକାରୀ ଉପସ୍ଥିତ ରହି ଧାନ ସଂଗ୍ରହ ପାଇଁ ଜିଲ୍ଲାର ପୂର୍ବ ପ୍ରସ୍ତୁତି ଉପସ୍ଥାପନ କରିଥିଲେ I

ଇପିଏରୁ ବରଗଡ଼ ଜିଲ୍ଲା ପ୍ରତିନିଧି କ୍ଷମାନି ଧି ବଣ୍ଡୁକିଙ୍କ ରିପୋର୍ଟ.

Leave a Reply

Your email address will not be published. Required fields are marked *