ରାଜସ୍ବମନ୍ତ୍ରୀ ସରକାରଙ୍କ ଦୋଷ ଘୋଡ଼େଇବାରେ ବ୍ୟସ୍ତ : ଅରବିନ୍ଦ
ଆଦିବାସୀ ଜିତୁ ମୁଣ୍ଡା କଙ୍କାଳ ବୋହା ଘଟଣା ନିଜ ଜିଲ୍ଲାରେ ଘଟିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ନୀରବ କାହିଁକି
ଭୁବନେଶ୍ବର: କେନ୍ଦୁଝର ଜିଲ୍ଲାରେ ଜିତୁ ମୁଣ୍ଡା ନାମକ ଏକ ବ୍ୟକ୍ତି ମୃତ୍ୟୁ ପ୍ରମାଣପତ୍ର ରୂପେ ନିଜ ଭଉଣୀର କଙ୍କାଳ ନେଇ ବ୍ୟାଙ୍କକୁ ଆସିବା ଏହାକୁ ନେଇ ସରକାରଙ୍କ ଆଦିବାସୀ ଉନ୍ନୟନ ତଥା ରାଜସ୍ବମନ୍ତ୍ରୀ ଦୋଷଘୋଡା ମନ୍ତବ୍ୟକୁ ନେଇ କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା lଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ଯ କଂଗ୍ରେସ ଗଣମାଧ୍ୟମ ଅଧ୍ଯକ୍ଷ ଅରବିନ୍ଦ ଦାସ ଅଧ୍ଯକ୍ଷତା କରିଥିବା ବେଳେ ଦଳର ବରିଷ୍ଠ ମୁଖପାତ୍ର ସୋନାଲି ସାହୁ ଓ ମୁଖପାତ୍ର ଡଃ ମନିଷା ଦାସ ପଟ୍ଟନାୟକ ଯୋଗଦେଇଥିଲେ ।ଗଣମାଧ୍ୟମକୁ ନିଜ ବିବୃତି ଦେଇ ଶ୍ରୀ ଦାସ ସରକାର ଓ ପ୍ରଶାସନିକ କଳର ଦୁର୍ବଳତା ଓ ଅପାରଗତା ଉପରେ ଖୁବ୍ ବର୍ଷିଥିଲେ। ସେ କହିଥିଲେ, ଏହି ଘଟଣା ଲୋକଲୋଚନକୁ ଆସିବା ପରେ ସରକାରଙ୍କ ରାଜସ୍ବ ମନ୍ତ୍ରୀ ନିଜର ପାରଦର୍ଶିତା ଦେଖାଇବାକୁ ଯାଇ ବ୍ଯାଙ୍କ କର୍ମଚାରୀ ଓ ବ୍ଯାଙ୍କିଙ୍ଗ ବ୍ଯବସ୍ଥା ଉପରେ ସବୁ ଦୋଷ ଲଦିଦେଇ ନିଜର କାମ ସାରି ଦେଇଥିଲେ । ଏହି ଘଟଣା ପ୍ରଶାସନର ନଜରକୁ ଆସିବା ପରେ ବ୍ଯାଙ୍କ ଉପରେ ଚାପ ପକେଇ ମୃତକାଙ୍କ ଜମା ପଇସା ସୁଧ ସହ ତାଙ୍କୁ ଦେଇଦେବାକୁ ନିଷ୍ପତ୍ତି ନିଆଗଲା। ଘଟଣାର ୨୪ ଘଣ୍ଟା ପରେ ବ୍ଯାଙ୍କର ଅଧିକାରୀ ଓ ସ୍ଥାନୀୟ ପ୍ରଶାସନର ଅଧିକାରୀଗଣ ଜିତୁ ମୁଣ୍ଡାଙ୍କ ଦ୍ବାର ଦେଶକୁ ଆସି ୧୯୩୦୦/- ଟଙ୍କା ପ୍ରଦାନ କରିଥିଲେ ଓ ଗଣମାଧ୍ୟମରେ ମଧ୍ୟ ଟଙ୍କା ଦେଉଥିବାର ଫୋଟୋ ଛାଡି ନିଜକୁ ବଦାନ୍ଯ ପ୍ରଶାସନ ଦେଖାଇବାରେ ତିଳେମାତ୍ର ହେଳା କରିନଥିଲେ। ଯାହାର ଓଲଟା ପ୍ରଭାବ ପଡିଥିଲା ସାମାଜିକ ଗଣମାଧ୍ୟମରେ ସାମାଜିକ ଗଣମାଧ୍ୟମରେ ପ୍ରଶାସନର ଫୋଟୋକୁ ଲୋକେ ବହୁ ମାତ୍ରାରେ ଟ୍ରୋଲକରୁଥିବାର ମଧ୍ୟ ଦେଖାଯାଉଛି।
ସହାୟତା କରିବାକୁ ଯାଇ କରିଥିବା ପ୍ରଶାସନିକ ଛଳନା ଯାହା ବାରିହୋଇପଡୁଛି । ଆହୁରି ମଧ୍ୟ ପ୍ରଶାସନ ରେଡକ୍ରସ ପାଣ୍ଠିରୁ ୩୦୦୦୦/-ଟଙ୍କା ମଧ୍ୟ ପ୍ରଦାନ କରାଯାଇଥିବା ଜଣାପଡିଛି। କିନ୍ତୁ ଏହି ସମ୍ବେଦନଶୀଳ ଓ ମାନବିକ ଅଧିକାରକୁ ହନନ କରିଥିବା ଘଟଣାକୁ କଂଗ୍ରେସ ଗୁରୁତର ସହ ନେଇ ପିସିସି ସଭାପତି ଭକ୍ତ ଚରଣ ଦାସ ପିଡିତ ପରିବାରକୁ ନ୍ଯାୟ ପ୍ରଦାନ କରିବା ସହ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଦାବୀ କରିଛନ୍ତି ବୋଲି ଶ୍ରୀ ଦାସ କହିଛନ୍ତି lବରିଷ୍ଠ ନେତ୍ରୀ ଓ ମୁଖପାତ୍ର ସୋନାଲି ସାହୁ ଓ ପିସିସି ମୁଖପାତ୍ର ମନିଷା ଦାସ ପଟ୍ଟନାୟକ ଗଣମାଧ୍ୟମକୁ ନିଜ ବକ୍ତବ୍ଯରେ କହିଥିଲେ ଯେ, କେନ୍ଦୁଝର ଜିଲ୍ଲାରେ ହୋଇଥିବା ଏହି ଦୁଃଖଦ ଓ ହୃଦୟ ବିଦାରକ ଘଟଣା, ଜିତୁ ମୁଣ୍ଡା ନାମକ ଜଣେ ଆଦିବାସୀ ଲୋକ ଦୁଇମାସ ତଳୁ ମୃତ ନିଜ ଭଉଣୀର ପୋତା ଯାଇଥିବା ଗଳିତ ଶବ ମାଟି ଖୋଳି ବାହାର କରିବା ଓ ଭଉଣୀର କଙ୍କାଳକୁ ବସ୍ତା ଘୋଡେଇ କାନ୍ଧରେ ବୋହି ବ୍ଯାଙ୍କ ଆସିବା । ଯାହା ସମଗ୍ର ବିଶ୍ବରେ ଓଡିଶାର ଶାସନ ଓ ପ୍ରଶାସନ ବ୍ଯବସ୍ଥାର ବିକଳାଙ୍ଗ ଓ ନଗ୍ନ ରୂପକୁ ଦର୍ଶାଇଛି । ଘଟଣା ବିଭିନ୍ନ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ ଦ୍ବାରା ଲୋକ ଲୋଚନକୁ ଆସିବା ଫଳରେ ଦାନ ମାଝୀ ଘଟଣା ଆଖିରୁ ନ ଲିଭୁଣୁ ପୁଣି ଏହି କଙ୍କାଳ ବୁହା ଘଟଣା ବିଶ୍ବ ଦରବାରରେ ଓଡିଶା ଓ ଓଡିଆ ଅସ୍ମିତାକୁ ନିନ୍ଦିତ କରିବା ଲଜ୍ଜାରେ ମୁଣ୍ଡ ନୁଆଁଇ ଦେଇଛି ଓ ଓଡିଶା ନିନ୍ଦିତ ହୋଇଛି। ଆଞ୍ଚଳିକ ଗଣମାଧ୍ୟମରୁ ଆରମ୍ଭ କରି ଆନ୍ତର୍ଜାତିକ ଗଣମାଧ୍ୟମ ପର୍ଯ୍ୟନ୍ତ ଖବରର ଶିରୋନାନମା ପାଲଟିଛି ପୁଣି ଏହା ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଗୃହ ଜିଲ୍ଲାରେ ଘଟିଛି ଏହି ସମ୍ବେଦନଶୀଳ ଓ ସ୍ପର୍ଶ କାତର ଘଟଣା । ଆଶ୍ଚର୍ଯ୍ୟର ବିଷୟ ନିଜ ଜିଲ୍ଲାରେ ଅନ୍ତର୍ଜାତୀୟ ସ୍ତରରେ ହଲଚଲ ସୃଷ୍ଟିକାରୀ ଘଟଣା ଘଟିଥିଲେ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ ମୁହଁରୁ ପଦଟିଏ ମଧ୍ୟ କିଛି ନ ବାହାରିବା ସରକାରଙ୍କ ଆଦିବାସୀଙ୍କ ପ୍ରତି ହେୟଭାବ ପ୍ରକାଶ ହେଉଛି ବୋଲି କହିଛନ୍ତି lପୂର୍ବରୁ ପିସିସି ସଭାପତି ଏହାକୁ ନେଇ ଅତ୍ୟନ୍ତ କ୍ଷୋଭ ପ୍ରକାଶ କରିଥିଲେ ଏବଂ ନିର୍ଯାତିତଙ୍କୁ 10 ଲକ୍ଷ ଟଙ୍କା ସହାୟତା ପାଇଁ ଦାବୀ କରିଥିଲେ ଯାହା ପୁନର୍ବାର ଆଜି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ଦ୍ବୟ ଦାବୀ କରିଛନ୍ତି l
