August 26, 2026
Home » ରାଜୀବ ଗାନ୍ଧୀ ଶିକ୍ଷା ଓ ସେବା ସମ୍ମାନରେ ସମ୍ମାନିତ ହେଲେ ଅଧ୍ୟାପକ ଦେବାଶିଷ ପଧାନ l

ରାଜୀବ ଗାନ୍ଧୀ ଶିକ୍ଷା ଓ ସେବା ସମ୍ମାନରେ ସମ୍ମାନିତ ହେଲେ ଅଧ୍ୟାପକ ଦେବାଶିଷ ପଧାନ l

0
WhatsApp Image 2026-08-26 at 4.23.44 PM

 

ସୁବର୍ଣ୍ଣପୁର— ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅର୍ଥନୀତି ବିଭାଗ ଅଧ୍ୟାପକ ତଥା ୟୁବ ରେଡକ୍ରସର ଉପଦେଷ୍ଟା ଦେବାଶିଷ ପଧାନ ଭୁବନେଶ୍ବର ସ୍ଥିତ ଜୟଦେବ୍ ଭବନ୍ ରେ ରେଡକ୍ରସ ର ସେବା ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ରାଜ୍ୟ ସ୍ତରୀୟ ରାଜୀବ ଗାନ୍ଧୀ ଶିକ୍ଷା ଓ ସେବା ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଆୟୋଜିତ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପିସିସି ସଭାପତି ଭକ୍ତ ଚରଣ ଦାସ, ସମ୍ମାନୀତ ଅତିଥି ଭାବରେ ଏମ୍ସ ର ପୂର୍ବତନ ନିର୍ଦ୍ଦେଶକ ପଦ୍ମଶ୍ରୀ ଅଶୋକ ମହାପାତ୍ର, ବରିଷ୍ଟ କଂଗ୍ରେସ ନେତା ସୁର ରାଉତରାୟ, ସତ୍ୟବ୍ରତ ନାୟକ ଏବଂ ଅନ୍ୟ ଅତିଥି ମାନେ ଯୋଗ ଦେଇ ଅଧ୍ୟାପକ ଶ୍ରୀ ପଧାନଙ୍କୁ ଟ୍ରଫି, ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲା ରେ ଏହି ଖବର ପ୍ରଚାରିତ ହେବାପରେ ସୁବଳୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ, ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଏବଂ ଛାତ୍ରୀଛାତ୍ରଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି ।

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *