July 1, 2025
Home » ରାଜ୍ୟ ଛାତ୍ର କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ରାଜ୍ୟ ଛାତ୍ର କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

0
WhatsApp Image 2025-05-15 at 9.04.03 PM (1)

ଭୁବନେଶ୍ୱର: କଂଗ୍ରେସ ଭବନ ରେ ରାଜ୍ଯ ଛାତ୍ର କଂଗ୍ରେସ ସଭାପତି ଉଦିତ୍ ପ୍ରଧାନ ଙ୍କ ସଭାପତିତ୍ବରେ ଛାତ୍ର କଂଗ୍ରେସର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ‘’ମନ୍ଥନ’’ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ଯକ୍ରମ ରେ ରାଜ୍ଯ ର ବିଭିନ୍ନ ଜିଲ୍ଲା ରୁ ଛାତ୍ର ନେତା ମାନେ ଯୋଗଦାନ କରିଥିଲେ। ଆଗାମୀ ଦିନରେ ରାଜ୍ଯ ଛାତ୍ର କଂଗ୍ରେସ ବ୍ଯାପକ କାର୍ଯ୍ଯକ୍ରମ ହାତକୁ ନେଇ ରାଜ୍ଯ ବ୍ଯାପୀ ପ୍ରତ୍ଯେକ ଜିଲ୍ଲା ରେ ଛାତ୍ର କଂଗ୍ରେସ ର ଜୋରଦାର କାର୍ଯ୍ଯକ୍ରମ ଅନୁଷ୍ଠିତ କରିବାକୁ ଶ୍ରୀ ପ୍ରଧାନ ଖସଡା ପ୍ରସ୍ତୁତ କରିଥିଲେ।

ଏହି କାର୍ଯ୍ଯକ୍ରମ ରେ ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ , ପୂର୍ବତନ ପିସିସି ସମ୍ପାଦକ ଅଭିଳାଷ ମାଣିଆ , ପୂର୍ବତନ ରାଜ୍ଯ ଛାତ୍ର କଂଗ୍ରେସ ସଭାପତି ଜିନେଶ ଦାଶ ଓ ସୁଧାଂଶୁ ସେଖର ଦେଓ ଙ୍କ ସମେତ ବିଭିନ୍ନ ଜିଲ୍ଲାର ସଭାପତି ଓ ରାଜ୍ଯ ଛାତ୍ର କଂଗ୍ରେସ କମିଟି ର ବିଭିନ୍ନ ପଦାଧିକାରୀ ଯୋଗଦେଇଥିଲେ।

ଭୁବନେଶ୍ୱର ଇପିଏ ରୁ ମଧୁସୂଦନ ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *