July 4, 2025
Home » ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ଫୁଲବାଣୀ ପକ୍ଷରୁ ପରିବାର ମିଳନ କାର୍ଯ୍ୟକ୍ରମ

ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ଫୁଲବାଣୀ ପକ୍ଷରୁ ପରିବାର ମିଳନ କାର୍ଯ୍ୟକ୍ରମ

0
WhatsApp Image 2025-02-12 at 12.33.35 PM

ଫୁଲବାଣୀ ଇକୋ ରିଟ୍ରିଟ ଠାରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପକ୍ଷରୁ ଏକ ପରିବାର ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜଲେଶପଟ୍ଟା ଆଶ୍ରମର ସ୍ଵାମୀ ଜୀବନ ମୁକ୍ତାନନ୍ଦ ପୁରୀ ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ପ୍ରଫେଶର ଡଃ ଭଗବାନ ତ୍ରିପାଠୀ, ଯୋଗଦେଇ କୁଟୁମ୍ବ ପ୍ରବୋଧନ ଓ ସାମାଜିକ ସମରସତା ସମ୍ପର୍କରେ ପରାମର୍ଶ ଦେଇଥିଲେ।

ଜିଲ୍ଲା ଶାଖା ସଂଘ ଚାଳକ, ରମେଶ ଚନ୍ଦ୍ର ସାହୁ, ଓ ନଗର ସଂଘ ଚାଳକ ଗୋବିନ୍ଦ ଚନ୍ଦ୍ର ନାୟକ ମଞ୍ଚାସୀନ ଥିଲେ। ପରିବାର ପରିବାର ମଧ୍ୟରେ ସୁସମ୍ପର୍କ ପ୍ରତିଷ୍ଠା କରିବା ସହ ପୁରୁଣା ପରମ୍ପରା ଯେଉଁଥିରେ ସ୍ନେହ ପ୍ରେମ ଶ୍ରଦ୍ଧା ଓ ବୟଜ୍ଯେଷ୍ଠଙ୍କୁ ଶ୍ରଦ୍ଧା ଓ ସମ୍ମାନ ଦେବା ସହ ପୁରୁଣା ସଂସ୍କୃତି ପୂଜା ପଦ୍ଧତିକୁ ଆଧୁନିକ ଯୁଗରେ ଭୁଲି ନଯାଇ ତାକୁ ପାଳନ କରିବା ଆବଶ୍ୟକ ବୋଲି କହିଥିଲେ।ରାଷ୍ଟ୍ରୀୟ ମର୍ଯ୍ୟାଦାକୁ ସମ୍ମାନ ଦେବା ସହ ମାତୃଭୂମିର ଜୟଗାନ କରିବା ଏବଂ ଜାତି ଧର୍ମ ନିର୍ବବିଶେଷରେ ହିନ୍ଦୁ ମାନଙ୍କ ମଧ୍ୟରେ ପରିଚୟ ଓ ସମ୍ପର୍କ ବୃଦ୍ଧି କରିବାର ଆବଶ୍ୟକତା ଉପରେ ଗୁରୁତ୍ବ ଦେବା ଆବଶ୍ୟକ ବୋଲି କହିଥିଲେ। ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ନିରଞ୍ଜନ ମିଶ୍ର, ଭଗବାନ ମହାନ୍ତି,ଟି ଶିବ ଶଙ୍କର ପାତ୍ର, ଲିଙ୍ଗରାଜ ଦଳବେହେରା ରମେଶ ଚନ୍ଦ୍ର ମହାନ୍ତି, ବିଶ୍ଵ ରଞ୍ଜନ ଦାଶ, ପରେଶ ମହାପାତ୍ର, ଅମିୟ କୁମାର ଦାସ, କୁନୁ ଭୋଇଙ୍କ ସମେତ ଶତାଧିକ ପରିବାର ବର୍ଗ ଯୋଗଦାନ କରିଥିଲେ।

Leave a Reply

Your email address will not be published. Required fields are marked *