August 22, 2026
Home » ରାୟଗଡ ବନାଞ୍ଚଳ ସ୍ତରୀୟ ବଣଭୋଜି ସ୍ଥଳରେ ପ୍ଲାଷ୍ଟିକ ମୁକ୍ତ ସଚେତନତା କାର୍ଯ୍ୟକ୍ରମ

ରାୟଗଡ ବନାଞ୍ଚଳ ସ୍ତରୀୟ ବଣଭୋଜି ସ୍ଥଳରେ ପ୍ଲାଷ୍ଟିକ ମୁକ୍ତ ସଚେତନତା କାର୍ଯ୍ୟକ୍ରମ

0
WhatsApp Image 2026-01-02 at 9.02.04 PM

ରାୟଗଡା ବନାଞ୍ଚଳ ତରଫରୁ ବନାଞ୍ଚଳ ସ୍ତରୀୟ ବଣ ଭୋଜି ସ୍ଥଳରେ ପ୍ଲାଷ୍ଟିକ ମୁକ୍ତ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ସଚେତନ କାର୍ଯକ୍ରମ ଟି ଗୁମ୍ମା ସେକ୍ସନର ତଳଗୁମ୍ମା ଓ ରାୟଗଡ଼ ସେକ୍ସନର ହାଲୁୱ। ବଣ ଭୋଜି ସ୍ଥଳ ରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମର ମୁଖ୍ୟ ବାର୍ତ୍ତା ଥିଲା ଯେ କିପରି ଆମେ ଆମ ଆଖ ପାଖ ରେ ଥିବା ବଣ ଭୋଜି ସ୍ଥଳ ଗୁଡିକ ପ୍ଲାଷ୍ଟିକ ମୁକ୍ତ କରିବା ଓ ପରିବେଶ ଅନୁକୂଳ ଦ୍ରବ୍ୟ ବ୍ୟବହାର କରିବା । ଏହି କାର୍ଯ୍ୟକ୍ରମରେ ଗୁମ୍ମା ଓ ହାଲୁୱ। ଗ୍ରାମପଞ୍ଚୟତର ସ୍ବୟଂ ସହାୟକ ଗୋଷ୍ଠୀ , ଗ୍ରାମବାସୀ , ସ୍କୁଲ ଶିକ୍ଷକ , ଶିକ୍ଷୟତ୍ରୀ , ଛାତ୍ର , ଛାତ୍ରୀ , ରାୟଗଡ଼ ଜିଲ୍ଲା ପ୍ରଦୂଷଣ ବୋର୍ଡ ଅଧିକାରୀ ଓ କର୍ମଚାରୀ ଏହାସହ ରାୟଗଡ଼ ବନାଞ୍ଚଳର ସମସ୍ତ ବନ କର୍ମଚାରୀ ମିଳିତ ସହଯୋଗରେ କାର୍ଯ କରାଯାଇଥିଲା ।

ମୁଖ୍ୟ ଅତିଥି ଭାବେ ଶ୍ରୀ ସଚିନ ଆନ୍ନା ସାହେବ ଓହୋଲ , ବନଖଣ୍ଡ ଅଧିକାରୀ ଏହି କାର୍ଯ୍ୟକ୍ରମ ଯୋଗଦାନ କରି ଶୁଭରାମ୍ଭ କରିଥିଲେ । ଉପସ୍ଥିତ ରାୟଗଡ଼ ଜିଲ୍ଲା ପ୍ରଦୂଷଣ ବୋର୍ଡ ଅଧିକାରୀ ଶ୍ରୀ ରିପୁ କୁମାର ସାହୁ, ସହ ବନସଂରକ୍ଷକ ଶ୍ରୀ ଅଶୋକ କୁମାର ପ୍ରଧାନ , ଶ୍ରୀ କାମେଶ୍ଵର ଆଚାରୀ , ବନାଞ୍ଚଳ ଅଧିକାରୀ , ହାଲୁୱ। ସ୍କୁଲ ର ପ୍ରଧାନ ଶିକ୍ଷକ ଓ ଗୁମ୍ମା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ସହ ହାଲୁୱ। ଗ୍ରାମ ପଞ୍ଚାୟତ ର ସରପଞ୍ଚ ନିଜ ଅଭିଭାଷଣରେ ବର୍ତ୍ତମାନ ପ୍ଲାଷ୍ଟିକ ଭଳି ଏକ ବିଷାକ୍ତ ଜିନିଷ କିପରି ଆମ ଦୈନନ୍ଦିନ ଜୀବନରେ ସମ୍ପୃକ୍ତ ହୋଇଯାଇଛି ଓ ଏହା ମାନବ ସମାଜ ଉପରେ କି ପ୍ରକାରକୁ ପ୍ରଭାବ ପକାଉଛି ତାହା ଉପରେ ବିସ୍ତୃତ ଭାବେ ବ୍ୟାଖ୍ୟା କରିଥିଲେ ଓ ଆମେ କି କି ପ୍ରକାର ପଦେକ୍ଷେପ ନେଇ ଆମ ପରିବେଶ କୁ ପ୍ଲାଷ୍ଟିକ ମୁକ୍ତ କରିପରିବା ତାହା ଉପରେ ଗୁରୁତ୍ବାରୋପ କରିଥିଲେ ।

ସହ ବନସଂରକ୍ଷକ ଶ୍ରୀ ଅଶୋକ କୁମାର ପ୍ରଧାନ ନିଜ ଅଭିଭାଷଣରେ ବଣଭୋଜି ସ୍ଥଳ ରେ ପ୍ଲାଷ୍ଟିକର ବ୍ୟବହାର କିପରି କମ କରାଯାଇପାରିବ ଏବଂ ପ୍ଲାଷ୍ଟିକ ବ୍ୟବହାର ଦ୍ବାରା ପରିବେଶ ଉପରକୁ ପ୍ରଭାବ , ତାହାର କି ପ୍ରକାର ପ୍ରତିକାର କରାଯାଇପାରିବ ଓ ବଣଭୋଜି ସ୍ଥଳ ରେ କଣ ବ୍ୟବହାର କରିବା ଓ କଣ ବ୍ୟବହାର ନ କରିବା ସେ ବିଷୟରେ ମନ୍ତବ୍ୟ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ଭାଗ ନେଇଥିବା ସରକାରୀ କର୍ମଚାରୀ , ଦୁଇ ଗୋଟି ଗ୍ରାମପଞ୍ଚାୟତ ଗ୍ରାମବାସୀ , ସ୍କୁଲ ଶିକ୍ଷକ ଓ ଛାତ୍ର ଛାତ୍ରୀ ମିଳିମିଶି ତଳଗୁମ୍ମା ଓ ହାଲୁୱ। ବଣ ଭୋଜି ସ୍ଥଳରେ ବହୁ ଦିନରୁ ପଡିଥିବା ପ୍ଲାଷ୍ଟିକ ଅଳିଆ ଓ ଅବର୍ଜନା ଯଥା – ପଲିଥିନ , ପାଣି ପାଉଚ, ମସଲା ଜରି , ଜରି ଆବରଣ ପେପର ପ୍ଲେଟ ଇତ୍ୟାଦିକୁ ସଫା କରି ପ୍ଲାଷ୍ଟିକ ମୁକ୍ତ କରାଯାଇଥିଲା ଓ ସେ ବଣ ଭୋଜି ସ୍ଥଳରେ ପ୍ଲାଷ୍ଟିକ ଅଳିଆ ଓ ଅବର୍ଜନା ନ କରିବା ପାଇଁ ଶପଥ ପାଠ କରାଯାଇଥିଲା ଏବଂ ସେହି ସ୍ଥଳ ରେ ଅଳିଆ କୁଣ୍ଡ ରଖା ଯାଇଥିଲା ।
ଶ୍ରୀ କମେଶ୍ଵର ଆଚାରୀ , ବନାଞ୍ଚଳ ଅଧିକାରୀ , ରାୟଗଡା ଏହାକୁ ସୁ-ପରିଚାଳନା କରିଥିଲେ ।

ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।