ରାୟଗଡ଼ା ଜିଲ୍ଲା କଂଗ୍ରେସ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜନ୍ମବାର୍ଷିକୀ ପାଳିତ
ରାୟଗଡ଼ା ସହର ସ୍ଥିତ କଂଗ୍ରେସ ଭବନ ଠାରେ ମହାତ୍ମା ଗାନ୍ଧୀଙ୍କ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜନ୍ମବାର୍ଷିକୀ ଅବସରରେ ରାୟଗଡ଼ା ଜିଲ୍ଲା କଂଗ୍ରେସ ସଭାପତି ତଥା ରାୟଗଡ଼ା ବିଧାୟକ ଆପାଲୁସ୍ୱାମି କାଡ୍ରାକାଙ୍କ ନେତୃତ୍ୱରେ ଆୟୋଜିତ ଏକ ଶ୍ରଦ୍ଧାଞ୍ଜଳି ଅର୍ପଣ ସଭାରେ ମୁଖ୍ୟ ଅତିଥି ଭାବେ କୋରାପୁଟ ସାଂସଦ ସପ୍ତଗିରି ଉଲକା ଉପସ୍ଥିତ ରହି ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଦେଶର ମହାନ୍ ନେତାଙ୍କ ଜନ୍ମବାର୍ଷିକୀ ଅବସରରେ କୋରାପୁଟ ସାଂସଦ ଶ୍ରୀ ଉଲ୍କାକା ଗାନ୍ଧୀ ଜୟନ୍ତୀରେ ଅଭିନନ୍ଦନ ଜଣାଇ କହିଥିଲେ ଯେ,ଗାନ୍ଧୀଙ୍କ ଚିନ୍ତାଧାରା ଆଜି ମଧ୍ୟ ପ୍ରାସଙ୍ଗିକ ଏବଂ ଲୋକମାନଙ୍କୁ ସଦୟତା ଏବଂ ନ୍ୟାୟ ଭଳି ମୂଲ୍ୟବୋଧକୁ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କୁ ତାଙ୍କ ଜନ୍ମଦିନରେ ପୃଥକ ଭାବରେ ସମ୍ମାନିତ କରିବା ସହ ତାଙ୍କ ସରଳ, ଉତ୍ସର୍ଗୀକୃତ ଜୀବନକୁ ପ୍ରଶଂସା କରିଥିଲେ, ଯାହା ସଚ୍ଚୋଟତା ଏବଂ ଦେଶ ପ୍ରତି ସେବାର ଉଦାହରଣ ଥିଲା। ମହାତ୍ମା ଗାନ୍ଧୀ ସମ୍ବିଧାନ ଅଧିକାର ଦେଇଥିଲେ । ଇଥିସହ ଦେଶରେ ଯବାନ ସୁବିଧା ଓ ଭୋଟ ଅଧିକାର କ୍ଷେତ୍ରରେ ତାଙ୍କ ଅବଦାନ ଅତି ଗୁରୁତ୍ୱପୂର୍ଣ୍ଣ । ଇଣ୍ଡିଆନ ଏଲାଏନ୍ସ ବାପୁଙ୍କ ଆଦର୍ଶ ପାଳନ କରି ଦେଶର ଥିବା ଗାଁର ଉନ୍ନତି ଦିଗରେ କାମରେ ଆଗେଇଛି।
ରାୟଗଡ଼ା ଜିଲ୍ଲା କଂଗ୍ରେସ ସଭାପତି ଆପାଲୁସ୍ୱାମି କାଡ୍ରାକା ମହାତ୍ମା ଗାନ୍ଧୀଙ୍କ ଜନ୍ମବାର୍ଷିକୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ ତାଙ୍କ ସତ୍ୟ, ଅହିଂସା ଏବଂ ନ୍ୟାୟ ନୀତି ଉପରେ ଗୁରୁତ୍ୱାରୋପ କରିଥିଲେ। ବାପୁଜୀ ସତ୍ୟାଗ୍ରହ କରି ଦେଶର ସ୍ୱାଧୀନ ଆଣିଥିଲେ। ସେ ଜାତିର ପିତା ଗାନ୍ଧୀଙ୍କ ଶାନ୍ତିର ବାର୍ତ୍ତା ଏବଂ ଭାରତର ସ୍ୱାଧୀନତା ସଂଗ୍ରାମରେ ତାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ମରଣ କରିଥିଲେ। ସେହିପରି ଶାସ୍ତ୍ରୀଙ୍କ ପ୍ରସିଦ୍ଧ ସ୍ଲୋଗାନ “ଜୟ ଜବାନ, ଜୟ କିଷାନ” କୁ ଉଲ୍ଲେଖ କରି କହିଥିଲେ ଯେ “ସୈନିକର ବିଜୟ, କୃଷକର ବିଜୟ”, ଯାହା ଦେଶ ପ୍ରତି ତାଙ୍କ ପ୍ରତିବଦ୍ଧତାକୁ ପାଳନ କରିପାରିଛି। ଦେଶରେ ବିନା ସୈନିକ, ବିନା କୃଷକ ଦେଶର ବିକାଶ ଅସମ୍ଭବ।ଅକ୍ଟୋବର ୨ ତାରିଖ କେବଳ ଗାନ୍ଧୀଙ୍କ ଜନ୍ମଦିନ ନୁହେଁ, ବରଂ ଶାସ୍ତ୍ରୀଙ୍କ ଐତିହ୍ୟକୁ ମନେ ପକାଇବାର ଏକ ବଡ ଦିନ। ଏହା ଗାନ୍ଧୀଙ୍କ ସତ୍ୟ ଏବଂ ଶାନ୍ତିର ମୂଲ୍ୟବୋଧକୁ ମନେ ପକାଇଥାଏ, ଏବଂ ଶାସ୍ତ୍ରୀଙ୍କ ସରଳତା ଏବଂ ସମର୍ପଣକୁ ମଧ୍ୟ ମନେ ପକାଇଥାଏ।ମହାତ୍ମା ଗାନ୍ଧୀଙ୍କ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜନ୍ମବାର୍ଷିକୀ ଅବସରରେ ଆୟୋଜିତ ଏକ ଶ୍ରଦ୍ଧାଞ୍ଜଳି ଅର୍ପଣ ସଭାରେ ରାଜ୍ୟ କଂଗ୍ରେସର ଉପସଭାପତି ଦୁର୍ଗା ପ୍ରସାଦ ପଣ୍ଡା,ଶଙ୍କର୍ଷଣ ମଙ୍ଗରାଜ ସମେତ ଜିଲ୍ଲା କଂଗ୍ରେସର ଅନେକ ନେତ୍ରୁ ବୃନ୍ଦ ଓ ଅନେକ ମହିଳା ସଭାନେତ୍ରୀ ଅଂଶଗ୍ରହଣ କରିଥିଲେ।
ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ
