ରାୟଗଡ଼ା ନୂତନ ଇସ୍କନ ମନ୍ଦିର ଶ୍ରୀ ଶ୍ରୀ ରାଧା ମଦନ ମହୋନ ମନ୍ଦିରର ଭୂମି ପୂଜନ ଅନୁଷ୍ଠିତ
ରାୟଗଡ଼ା ସହର ସ୍ଥିତ ଇନ୍ଦିରା ନଗର ପ୍ରଥମ ଗଳିରେ ୧୦/୦୫/୨୬ ତାରିଖ ସକାଳ ୧୦ ଘଣ୍ଟିକ ସମୟରେ ନୂତନ ଇସ୍କନ ମନ୍ଦିର ଶ୍ରୀ ଶ୍ରୀ ରାଧା ମୋଦନ ମୋହନ ମନ୍ଦିରର ଭୂମି ପୂଜନ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଉର୍ମିଳା ଦାସ ନାମକ ଭକ୍ତ ତାଙ୍କ ସ୍ଵାମୀ ବିଜୟ ଦାସଙ୍କ ସ୍ମୃତିରେ ଉକ୍ତ ଭୂମି ଦାନ କରିଥିଲେ। ଉକ୍ତ ଭୂମି ପୂଜନ ଲଘୁ କେଶବ ଦାସଙ୍କ ଦ୍ଵାରା ହୋଇଥିଲା।


ଉକ୍ତ କାର୍ଯ୍ୟକ୍ରମରେ ବ୍ରବଚକ ଆଖ୍ୟା ହରିଦାସଙ୍କ ଦ୍ୱାରା ପ୍ରଭୂପଡଙ୍କ ମହତ୍ୱ ବିଷୟ ନେଇ ଶୁଣାଇଥିଲେ। ଏହି ଅବସରରେ ରବିବାର ସକାଳେ ୭ ଘଣ୍ଟା ସମୟରୁ ଅପରାହ୍ନ ୧୨ ଘଣ୍ଟା ସମୟ ପର୍ଯ୍ୟନ୍ତ ଆୟୋଜିତ କାର୍ଯ୍ୟକ୍ରମରେ ସକାଳ ୭-୧୨ ଟା ପର୍ଯ୍ୟନ୍ତ ସ୍ୱତନ୍ତ୍ର କୀର୍ତ୍ତନ,ସକାଳ ୮ ଟାରେ ଗୁରୁ ପୂଜା,ସକାଳ ୮ ରୁ ୧୧ ଟା ପର୍ଯ୍ୟନ୍ତ ଶୁଭ ଭୂମି ପୂଜା ହୋମ, ସକାଳ ୧୧-୧୨ ଟା ପର୍ଯ୍ୟନ୍ତ ଅନନ୍ତ ଶେଷ ସ୍ଥାପନା ସମ୍ପନ୍ନ ପରେ ଭୂମି ପୂଜା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମସ୍ତ ଭକ୍ତଙ୍କ ସକାଶେ ଅପରାହ୍ନ ୧୨ ଟାରୁ ଅନ୍ନପ୍ରସାଦ ସେବନ ବ୍ୟବସ୍ଥା ମଧ୍ୟ ଆୟୋଜକଙ୍କ ଦ୍ଵାରା ବ୍ୟବସ୍ଥା କରାଯାଇଥିଲା। ।
ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ
