September 30, 2026
Home » ରାୟଗଡ଼ା ପୌରପାଳିକାର ନୂତନ ଉପାଧ୍ୟକ୍ଷା ଭାବରେ ଶ୍ରମିତା ପାଢ଼ୀ ନିର୍ବାଚିତ

ରାୟଗଡ଼ା ପୌରପାଳିକାର ନୂତନ ଉପାଧ୍ୟକ୍ଷା ଭାବରେ ଶ୍ରମିତା ପାଢ଼ୀ ନିର୍ବାଚିତ

0
WhatsApp Image 2026-09-30 at 12.18.52 AM

 

ବିଜୁ ସ୍ୱାଭିମାନ ମଞ୍ଚର ସମସ୍ତ କର୍ମକର୍ତ୍ତା ବାଣ ଫୁଟାଇ ଖୁସି ମନାଇଲେ

ରାୟଗଡ଼ା ପୌରପାଳିକାର ନୂତନ ଉପାଧ୍ୟକ୍ଷା ଭାବରେ ଶ୍ରମିତା ପାଢ଼ୀ ନିର୍ବାଚିତ ହୋଇଛନ୍ତି । ଏହା ନିର୍ବାଚନ ଅଧିକାରୀ ଭାବେ ରାୟଗଡା ତହସିଲଦାର ପ୍ରିୟଦର୍ଶନୀ ସ୍ୱାଇଁ ଘୋଷଣା କରିଛନ୍ତି । ପୋଲିସ ମୃତୟନରେ ଅତି ଶାନ୍ତି ଶୃଙ୍ଖଳା ମଧ୍ୟରେ ସରିଯାଇଛି ଉପାଧ୍ୟକ୍ଷା ନିର୍ବାଚନ।

ରାୟଗଡ଼ା ପୌରସଂସ୍ଥା ଉପାଧ୍ୟକ୍ଷ ପଦ ପାଇଁ  ଆଜି ନିର୍ବାଚନ କାର୍ଯ୍ୟସୂଚୀ ଅନୁଯାୟୀ ସକାଳ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ ହୋଇଥିବା ବେଳେ ୧୧ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ନାମାଙ୍କନପତ୍ର ଯାଞ୍ଚ କରାଯାଇଥିଲା । ସର୍ବପ୍ରଥମେ ୧୬ ନମ୍ବର କାଉନସିଲର ଶ୍ରମିତା ପାଢ଼ୀ ରାୟଗଡ଼ା ପୌରସଂସ୍ଥା ପହଞ୍ଚି ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ୧୪ ନମ୍ବର କାଉନସିଲର ୧୬ ନମ୍ବର କାଉନସିଲରଙ୍କର ପ୍ରସ୍ତାବକ ରଖିଥିବା ବେଳେ ୧୧ ନମ୍ବର କାଉନସିଲର ସମର୍ଥକ ଥିଲେ। ଶ୍ରମିତା ପାଢ଼ୀ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିବା ବେଳେ ୧୯ ଜଣ ବିଜେଡି କାଉନସିଲର ଓ ଜଣେ କଂଗ୍ରେସ କାଉନସିଲର ତାଙ୍କୁ ପକ୍ଷରେ ଥିବା ସେ କହିଥିଲେ। ପରିଶେଷରେ ନିର୍ଦ୍ୱନ୍ଦରେ ଶ୍ରମିତା ପାଢ଼ୀ ରାୟଗଡ଼ା ପୌରସଂସ୍ଥା ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚିତ ହୋଇଥିବା ନେଇ ନିର୍ବାଚନ ଅଧିକାରୀ ଘୋଷଣା କରିଥିଲେ।

ପୌରସଂସ୍ଥା ଉପାଧ୍ୟକ୍ଷ ପଦ ଘୋଷଣା ପରେ ବାଣ ଫୁଟିବା ସହ ଭାସ୍କର ରାଓ ଜିନ୍ଦାବାଦ,ଲାଲବିହାରୀ ହିମିରିକ ଜିନ୍ଦାବାଦ୍,ବିଜୁ ପଟ୍ଟନାୟକ ଆମର ରହେ,ବିଜୁ ସ୍ୱାଭିମାନ ମଞ୍ଚ ଜିନ୍ଦାବାଦ୍ ନାରାରେ ମ୍ୟୁନିସିପାଲିଟୀ କମ୍ପିଥିଲା। ତାପରେ ମ୍ୟୁନିସିପାଲିଟିରୁ ଅଧ୍ୟକ୍ଷ, ସମସ୍ତ ସମର୍ଥକ କାଉନସିଲର ସହ ଉପାଧ୍ୟକ୍ଷ ଶ୍ରମିତା ପାଢ଼ୀ ପୂର୍ବତନ ବିଜେଡି ଜିଲ୍ଲା ସଭାପତି ତଥା ପୂର୍ବତନ ବିଜେଡି ରାଜ୍ୟସଭା ସାଂସଦ ଓ ବର୍ତ୍ତମାନର “ବିଜୁ ସ୍ୱାଭିମାନ ମଞ୍ଚ” ପ୍ରତିଷ୍ଠାତା ଏନ୍ ଭାସ୍କର ରାଓଙ୍କ ବାସ ଭବନ ପହଞ୍ଚି ଆଶୀର୍ବାଦ ନେବା ପରେ ଲଡୁ ମିଠା ଆଦାନ ପ୍ରଦାନ କରିଥିଲେ। ବିଜୁ ସ୍ୱାଭିମାନ ମଞ୍ଚ” ପ୍ରତିଷ୍ଠାତା ଏନ୍ ଭାସ୍କର ରାଓଙ୍କ ବାସ ଭବନରେ ମଧ୍ୟ ବାଣ ଫୁଟାଇଥିଲେ।

ପ୍ରକାଶ ଥାଉ କି ଯେ, ବିଜେଡିର ୧୯ ଜଣ କାଉନସିଲର ଏକାଠି ହୋଇ ଅନାସ୍ଥା ପ୍ରସ୍ତାବ ସମୟରେ କ୍ରମାଗତ ଭାବେ ଏନ ଭାସ୍କର ରାଓଙ୍କ ଦ୍ୱାରା ପରିଚାଳିତ ‘ବିଜୁ ସ୍ୱାଭିମାନ ମଞ୍ଚ’ର କାର୍ଯ୍ୟକ୍ରମରେ ଯୋଗ ଦେଆସୁଥିବା ବେଳେ ବିଜେଡିର କୌଣସି  କାର୍ଯ୍ୟକ୍ରମରେ ଯୋଗ ଦେଇ ନ ଥିଲେ।
ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *