March 18, 2026
Home » ରାୟପୁର ବିଶାଖାପାଟଣା ଭାରତମାଳା ପ୍ରକଳ୍ପ ଦ୍ବାରା ଛାତ୍ରୀ ଙ୍କୁ ସାଇକେଲ ବିତରଣ କାର୍ଯ୍ୟକ୍ରମ

ରାୟପୁର ବିଶାଖାପାଟଣା ଭାରତମାଳା ପ୍ରକଳ୍ପ ଦ୍ବାରା ଛାତ୍ରୀ ଙ୍କୁ ସାଇକେଲ ବିତରଣ କାର୍ଯ୍ୟକ୍ରମ

0
WhatsApp Image 2026-03-18 at 4.31.45 PM (1)

 

ନବରଙ୍ଗପୁର :  ଭାରତମାଳା ପ୍ରକଳ୍ପ ପରିଯୋଜନା ଅନ୍ତର୍ଗତ କର୍ପୋରେଟ ସାମାଜିକ ଦାୟିତ୍ୱବୋଧ ରେ ଛାତ୍ରୀ ଙ୍କ ପାଇଁ ସାଇକେଲ ବଣ୍ଟନ କାର୍ଯ୍ୟକ୍ରମଅନୁଷ୍ଠିତ ହୋଇଛି। ଓଡିଶା ଆଦର୍ଶ ବିଦ୍ୟାଳୟ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଲୋକସଭା ସାଂସଦ ବଳଭଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୧୩୫ ଜଣ ଛାତ୍ରୀଙ୍କୁ ସାଇକେଲ ବଣ୍ଟନ କରିଥିଲେ। କେନ୍ଦ୍ର ସରକାର ଙ୍କ “ବେଟି ବଚାଓ ବେଟି ପଢ଼ାଓ” ଯୋଜନା ସଫଳ ରୁପାୟନ ସ୍ୱରୂପ ପ୍ରତ୍ୟେକ ଛାତ୍ରୀଙ୍କୁ ସୁରକ୍ଷିତ ଭାବେ ବିଦ୍ୟାଳୟ ଅଭିମୁଖୀକରି ଆତ୍ମବିଶ୍ୱାସ ବୃଦ୍ଧି ସହ ଶିକ୍ଷା, ସମାନତା, ସଶକ୍ତିକରଣ ଏହାର ମୁଖ୍ୟ ଲକ୍ଷ୍ୟ ବୋଲି ସାଂସଦ ବଳଭଦ୍ର ମାଝୀ ମତ ବ୍ୟକ୍ତ କରିଥିଲେ।

ଓଡିଶା ଆଦର୍ଶ ବିଦ୍ୟାଳୟ ର ଅଧ୍ୟକ୍ଷ ରାଜେନ୍ଦ୍ର ମହାପାତ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ, ଜିଲ୍ଲପାଳ ଡଃ ମହେଶ୍ୱର ସ୍ୱାଇଁ, ଏନ୍ ଏଚ ଏ ଆଇ ନବରଙ୍ଗପୁର ର ପ୍ରକଳ୍ପ ନିର୍ଦେଶକ ପ୍ରକାଶ କୁମାର ,ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ ଉପସ୍ଥିତ ଥିଲେ।ଏନ୍ ଏଚ ଏ ଆଇ,ନବରଙ୍ଗପୁର ପକ୍ଷରୁ ଜିଲ୍ଲାର ଉମରକୋଟ, ଝରୀଗାଁ, ରାଇଘର, ଡାବୁ ଗାଁ ଓ ନବରଙ୍ଗପୁର ର ୫ଟି ବିଦ୍ୟାଳୟ ର ୯ ମ ଶ୍ରେଣୀ ରୁ ୧୨ ଶ୍ରେଣୀ ପର୍ଯ୍ୟନ୍ତ ୧୧୬୩ ଜଣ ଛାତ୍ରୀ ଙ୍କୁ ସାଇକେଲ ବଣ୍ଟନ କରାଯିବ।

Leave a Reply

Your email address will not be published. Required fields are marked *