August 12, 2026
Home » ରୋଗୀ ମାନଙ୍କ ଠାରୁ ଜବରଦସ୍ତ ଅର୍ଥଲୁଟ ବିରୁଦ୍ଧରେ କଂଗ୍ରେସ ସିପାହୀଙ୍କ ଅଭିନଵ ପ୍ରତିବାଦ ପ୍ରୟାସ

ରୋଗୀ ମାନଙ୍କ ଠାରୁ ଜବରଦସ୍ତ ଅର୍ଥଲୁଟ ବିରୁଦ୍ଧରେ କଂଗ୍ରେସ ସିପାହୀଙ୍କ ଅଭିନଵ ପ୍ରତିବାଦ ପ୍ରୟାସ

0
1001225455
ନୟାଗଡ ( ଇପିଏ ) ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ରୋଗୀ ମାନଙ୍କ ଠାରୁ ଟଙ୍କା ମାଗନ୍ତୁ ନାହିଁ ଲେଖାଥିବା ପୋଷ୍ଟର ସିଡିଏମଓଙ୍କ ପ୍ରକୋଷ୍ଠ, ଏଡିଏମଓ ମେଡିକାଲ, ବିଭିନ୍ନ ଅସ୍ତ୍ରୋପ୍ରଚାର ଗୃହ, ଓପିଡି ଜରୁରୀ ଚିକିତ୍ସା ଏବଂ ଡାକ୍ତରଖାନା ପ୍ରମୁଖ ସ୍ଥାନ ମାନଙ୍କରେ ମରାଯାଇଛି l କିଛି ନିର୍ଦ୍ଧିଷ୍ଟ ଘରୋଇ ହସ୍ପିଟାଲ ମାଲିକ ମାନଙ୍କ ଠାରୁ ମୋଟା ଅଙ୍କର ମୁନଫା ଖାଇ ଏଡିଏମଓ ମେଡିକାଲ ଡାକ୍ତର ସୁଶାନ୍ତ ବେହେରା ବିଭିନ୍ନ ବିଭାଗରେ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ଦାୟିତ୍ୱ ଦେଇ ଜରୁରୀ ରୋଗୀ ମାନଙ୍କୁ ସେହି ଘରୋଇ ହସ୍ପିଟାଲ ମାନଙ୍କୁ ସ୍ଥାନାନ୍ତର କରାଯାଉ ଥିବା ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ରଣଜିତ ଦାଶ ଅଭିଯୋଗ କରିଛନ୍ତି l
ଡାକ୍ତରଖାନାରେ ପ୍ରଶାସନିକ ଅବ୍ୟବସ୍ଥା ଦେଖା ଦେବା ଫଳରେ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀ ମାନେ ପ୍ରଚୁର ଟଙ୍କା ଆଦାୟ କରୁଥିବା ବେଳେ ଧରା ପଡୁଛନ୍ତି l ଡାକ୍ତର ମାନେ କ୍ଲିନିକ ନର୍ସିଙ୍ଗହୋମ ଖୋଲି ପ୍ରତି ରୋଗୀପିଛା ଡାକ୍ତରୀ ଫିସ ୪00 ଟଙ୍କା ନେଇ ଶୋଷଣ କରି ଚାଲିଛନ୍ତି l ଯାହାକୁ ଜବରଦସ୍ତ ବିରୋଧ କରିଵା ପାଇଁ ପ୍ରସ୍ତୁତି ଚାଲିଥିବା କଂଗ୍ରେସ ପକ୍ଷରୁ ପ୍ରେସବାର୍ତ୍ତାରେ କୁହାଯାଇଛି l ଡିସିସି ସାଧାରଣ ସମ୍ପାଦକ ଆଇନଜୀବୀ ପୀତବାସ ଖୁଣ୍ଟିଆ, କୂଳେଶ ମହାନ୍ତି, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶିବରଞ୍ଜନ ସାହୁ, ଓମପ୍ରକାଶ ପ୍ରଧାନ, ସୋସିଆଲ ମେଡ଼ିଆ ସୁରେନ୍ଦ୍ର ନାଏକ ସମେତ ଜେନ-ଜି ଛାତ୍ର ମାନେ ଏହି ଅଭିନଵ ପ୍ରତିବାଦରେ ସାମିଲ ଥିଲେ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *