March 22, 2026
Home » ରୋଟାରୀ ଡିଷ୍ଟ୍ରିକ୍ଟ କ୍ୟାନସର ସଚେତନତା

ରୋଟାରୀ ଡିଷ୍ଟ୍ରିକ୍ଟ କ୍ୟାନସର ସଚେତନତା

0
WhatsApp Image 2026-03-22 at 7.27.50 AM (1)

 

ଭୁବନେଶ୍ଵର: – ରୋଟାରୀ ଡିଷ୍ଟ୍ରିକ୍ଟ ୩୬୬୨ ଓ ଇନର ହ୍ୱିଲ୍ ଡିଷ୍ଟ୍ରିକ୍ଟ ୩୬୬୨ଙ୍କ ମିଳିତ ଆୟୋଜନରେ କ୍ୟାନ୍ସର ସଚେତନତା ପାଇଁ ପ୍ରାୟ ଶହେ ମହିଳାଙ୍କୁ ନେଇ ଏକ ମହିଳା କାର ରାଲି ଭୁବନେଶ୍ୱରରେ ଆୟୋଜିତ ହୋଇଥିଲା। ଏହି ରାଲି ନିଳାଦ୍ରୀ ବିହାର କ୍ଲବ ପଡିଆରୁ ଆରମ୍ଭ ହୋଇ କିଟ୍, ଇନଫୋସିଟି ସ୍କୋୟାର, ଉତ୍କଳ ହସ୍ପିଟାଲ,ଜେଭିୟାର ସ୍କୋୟାର ଓ ଡମଣା ଛକ ଦେଇ ପୁନର୍ବାର କ୍ଲବ ପଡିଆରେ ସମାପ୍ତ ହୋଇଥିଲା।

ଏହି କାର ରାଲିକୁ ରୋଟାରୀ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ରୋଟେରିଆନ୍ ମନୋଜ କୁମାର ତ୍ରିପାଠୀ, ଇନର ହ୍ୱିଲ୍ ଚେୟାରମ୍ୟାନ୍ ମଧୁସ୍ମିତା ତ୍ରିପାଠୀ ଏବଂ ଇଣ୍ଡିଆନ୍ ଅଏଲ୍ ଓଡିଶାର ଡିଭିଜନାଲ୍ ମ୍ୟାନେଜର (ରିଟେଲ୍ ହେଡ୍) ଶ୍ରୀ ଗର୍ଗ ମହୋଦୟ ପତାକା ଦେଖାଇ ଉଦ୍ଘାଟନ କରିଥିଲେ।

ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ଉତ୍ତରର ପୂର୍ବତନ ବିଧାୟକ ଶ୍ରୀ ପ୍ରିୟଦର୍ଶୀ ମିଶ୍ର ଯୋଗ ଦେଇଥିଲେ। ଡା. ରୋଜାଲିନ ପାଟ୍ଟଶାଣୀ ସମସ୍ତ ଅଂଶଗ୍ରହଣକାରୀଙ୍କୁ ପାର୍ଟିସିପେସନ୍ ସର୍ଟିଫିକେଟ୍ ଏବଂ କ୍ୟାନ୍ସର ସଚେତନତା ବାର୍ତ୍ତା ପାଇଁ ପୁରସ୍କାର ପ୍ରଦାନ କରିଥିଲେ।

ଏହି ଅବସରରେ ଡା. ସଞ୍ଜୟ ମିଶ୍ର କ୍ୟାନ୍ସର ସମ୍ପର୍କିତ ସଚେତନତା ବିଷୟରେ ଉଦ୍ବୋଧନ ଦେଇ କହିଥିଲେ ଯେ ଯଦି କ୍ୟାନ୍ସରର ପ୍ରାରମ୍ଭିକ ଚିହ୍ନଟ ହୁଏ ତେବେ ଏହାର ଚିକିତ୍ସା ସଫଳ ହୋଇ ପାରିବ ।

ଏହି କାର୍ଯ୍ୟକ୍ରମଟି ନିଳାଦ୍ରୀ ବିହାର ରୋଟାରୀ କ୍ଲବ, ଭୁବନେଶ୍ୱର ଦ୍ୱାରା ଆୟୋଜିତ ହୋଇଥିଲା। କ୍ଲବ ପ୍ରେସିଡେଣ୍ଟ ରୋଟେରିଆନ୍ ସୁଜିତ ରାଉତଙ୍କ ନେତୃତ୍ୱରେ ଉକ୍ତ କାର ରାଲିକୁ ଚେୟାରମ୍ୟାନ୍ ଡା. ନମ୍ରତା ଚାଲ, କ୍ଲବ ସେକ୍ରେଟାରୀ ରାକେଶ ଦଳେଇ, ପ୍ରେସିଡେଣ୍ଟ ଇଲେକ୍ଟ ଅଭିଷେକ ମିତ୍ର, ଡି.ଏସ.ଜି. ସୁରେଶ ସାହୁ ଏବଂ ଡି.ଟି. ସୁଭ୍ରାଂଶୁ ତ୍ରିପାଠୀ ସଫଳତାର ସହ ପରିଚାଳନା କରିଥିଲେ।

—————–

Leave a Reply

Your email address will not be published. Required fields are marked *