August 26, 2026
Home » ଲକର୍ମାଠାରେ ଡେଙ୍ଗୁ ଓ ମ୍ୟାଲେରିଆ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ l

ଲକର୍ମାଠାରେ ଡେଙ୍ଗୁ ଓ ମ୍ୟାଲେରିଆ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ l

0
WhatsApp Image 2026-08-25 at 5.42.06 PM

ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଳକ ହରଡଖୋଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଲକର୍ମା ଠାରେ ଡେଙ୍ଗୁ ଓ ମ୍ୟାଲେରିଆ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ବେହେରାଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଵାସ୍ଥ୍ୟ ଓ ଆରୋଗ୍ୟ ମନ୍ଦିର,ସାହାଜପିଟାର ଆୟୁଷ୍‌ ଡାକ୍ତର ଶ୍ରୀ ପ୍ରସନ୍ନ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡେଙ୍ଗୁ ଓ ମ୍ୟାଲେରିଆର କାରଣ, ନିରାକରଣ ଏବଂ ସଚେତନତାର ଉପାୟ ସମ୍ବନ୍ଧରେ ଛାତ୍ର ଛାତ୍ରୀଙ୍କୁ ସଚେତନ କରାଇଥିଲେ। ସମ୍ମାନିତ ଅତିଥି ଭାବେ ଯୋଗ ପ୍ରଶିକ୍ଷକ ଡ଼ଃ. ହୃଷୀକେଶ ଦେହୁରୀ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଡେଙ୍ଗୁ ଓ ମ୍ୟାଲେରିଆ ସଚେତନତା ବାର୍ତ୍ତା ପ୍ରଦାନ କରିବା ସହ ଦୈନନ୍ଦିନ ଜୀବନରେ ଯୋଗର ଗୁରୁତ୍ଵ ସମ୍ବନ୍ଧରେ ଆଲୋଚନା କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଶ୍ରୀ ବିଶିକେଷନ ବାଘ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଡେଙ୍ଗୁ ଓ ମ୍ୟାଲେରିଆ ସମ୍ପର୍କିତ ସଚେତନତା ମାର୍ଗ ଦର୍ଶନ କରାଇଥିଲେ । ସେହିଭଳି ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶ୍ରୀ ଦୟାନିଧି ପଧାନ ଡେଙ୍ଗୁ ଓ ମ୍ୟାଲେରିଆର ବାହକ ଏଡିସ୍‌ ଓ ମାଈଏନୋଫେଲିସ୍‌ ମଶା ସମ୍ବନ୍ଧରେ ଚିତ୍ର ପ୍ରଦର୍ଶନ ସହ ବିସ୍ତୃତ ଆଲୋଚନା କରିଥିଲେ। ଏହି ଅବସରରେ ବିଦ୍ୟାଳୟର ଜୁନିୟର ରେଡ଼କ୍ରସ୍‌ ଛାତ୍ରଛାତ୍ରୀଙ୍କ ନେତୃତ୍ୱରେ ସଚେତନତା ରାଲି ସହ ଗ୍ରାମ୍ୟ ପରିକ୍ରମା କରାଯାଇଥିଲା। ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଜୁନିୟର ରେଡ଼କ୍ରସ୍‌ ପରାମର୍ଶଦାତା ଶିକ୍ଷକ ବିକ୍ରମ କୁମାର ନନ୍ଦ ପରିଚାଳନା କରିଥିବାବେଳେ ଶିକ୍ଷକ ସଙ୍କର୍ଷଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *