January 31, 2026
Home » ଲକ୍ଷ ଲକ୍ଷ ଟଙ୍କାର ବେଆଇନ ଅଫିମ ଫସଲ ନଷ୍ଟ କଲା ପ୍ରଶାସନ

ଲକ୍ଷ ଲକ୍ଷ ଟଙ୍କାର ବେଆଇନ ଅଫିମ ଫସଲ ନଷ୍ଟ କଲା ପ୍ରଶାସନ

0
WhatsApp Image 2026-01-29 at 3.57.31 PM

ଯୋଡ଼ା -କେନ୍ଦୁଝର ଜିଲ୍ଲା ରୁଗୁଡ଼ି ଥାନା ଅନ୍ତର୍ଗତ ରୋଇଡା ଗ୍ରାମ ପଞ୍ଚାୟତର ମାଙ୍କଡ଼ ହଟିଙ୍ଗ ଠାରେ ବେଆଇନ ଭାବେ କରାଯାଇଥିବା ଅଫିମ ଫସଲକୁ ପ୍ରଶାସନ ପକ୍ଷରୁ ନଷ୍ଟ କରାଯାଇଛି l ମାଙ୍କଡ଼ ହଟିଙ୍ଗ ନିକଟସ୍ଥ ଏକ ବିସ୍ତିର୍ଣ୍ଣ ଅଞ୍ଚଳରେ ବେଆଇନ ଭାବେ ଅଫିମ ଚାଷ କରାଯାଇଥିବା ବିଶ୍ୱସ୍ତ ସୂତ୍ରରୁ ଜାଣି କେନ୍ଦୁଝର ଏସ୍ ପି ନୀତିନ କୁଲାସକରଙ୍କ ନିର୍ଦ୍ଦେଶ କ୍ରମେ ଏକ ବଡ଼ବିଲ ଏସ୍ ଡି ପି ଓ ଦେବେନ୍ଦ୍ର ନାଥ ପିଙ୍ଗୁଆ ଓ ବଡ଼ବିଲ ଥାନା ଅଧିକାରୀ ଅଶୋକ କୁମାର ନାୟକଙ୍କ ନେତୃତ୍ୱ ରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଉକ୍ତ ସ୍ଥାନରେ ଚଢ଼ାଉ କରାଯାଇଥିଲା l ସେଠାରେ ପ୍ରାୟ ୨ ଏକର ପରିମିତ ଜଙ୍ଗଲ ଜମିରେ ବେଆଇନ ଭାବେ ଅଫିମ ଚାଷ କରାଯାଇଥିବା ଦେଖିବାକୁ ମିଳିଥିଲା l ପୋଲିସ ପ୍ରଶାସନ ଦ୍ୱାରା ଅଫିମ ଗଛ ସବୁ ନଷ୍ଟ କରାଯାଇଛି l ତେବେ ଜଙ୍ଗଲ ମଧ୍ୟରେ ଅଫିମ ଚାଷ କିଏ କରିଥିଲା ତାହା ଜଣାପଡି ନ ଥିବା ବେଳେ ଏଥିରେ ଏକ ଆନ୍ତରାଜ୍ୟ ଗ୍ୟାଙ୍ଗ କାମ କରୁଥିବା ସନ୍ଧେହ କରାଯାଉଛି l ତେବେ ନଷ୍ଟ କରାଯାଇଥିବା ଅଫିମ ଫସଲ ର ମୂଲ୍ୟ କେତେ ଏହାର ଆକଳନ ପରେ ଜଣା ପଡିବ ବୋଲି ପୋଲିସ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି l ତେବେ ଏହାର ବଜାର ମୂଲ୍ୟ କିଲୋଗ୍ରାମ ପ୍ରତି ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ ବୋଲି କୁହା ଯାଉଛି l

 

କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ ଇପିଏ ନିଉଜ ।

Leave a Reply

Your email address will not be published. Required fields are marked *