September 26, 2026
Home » ଶ୍ରୀମଦ ଭାଗବତ ସପ୍ତାହ ଉଦଯାପିତ

ଶ୍ରୀମଦ ଭାଗବତ ସପ୍ତାହ ଉଦଯାପିତ

0
WhatsApp Image 2026-09-26 at 4.14.02 PM

ଭୁବନେଶ୍ୱର,ପୋଖରୀପୁଟ ଆନନ୍ତବିହାର ସ୍ଥିତ ପଣ୍ଡିତ ଶିଶିର ଦାଶ ଙ୍କ ବାସଭବନରେ ପାରମ୍ପରିକ ଭାବେ ସାତଦିନ ବ୍ୟାପି ଭାଗବତ ପାଠ କରାଯାଇଥିଲା l ଇନ୍ଦୁ ପୁର୍ଣିମାରେ ଶ୍ରୀମତ ଭଗବତର ଗୁରୁତ୍ୱ ଓ ମହତ୍ୱ ସମ୍ପର୍କରେ ବକ୍ତା ମାନେ ଆଲୋଚନା କରିଥିଲେ l ଓଡ଼ିଆରେ ଭାଗବତ ରଚନାକରି ଅତୀବଢି ଜଗନ୍ନାଥ ଦାସ କାଳ ଜୟୀ ହୋଇଯାଇଛନ୍ତି l ଜନଜୀବନରେ ଅଧ୍ୟାତ୍ମିକ ଚେତନା, ଭକ୍ତି, ପବିତ୍ର ଜୀବନ ଓ ମୋକ୍ଷ ପାଇଁ ଭାଗବତର ଗୁରୁତ୍ୱ ପୂର୍ଣ୍ଣ ଭୂମିକା ରହିଛି ବୋଲି ସ୍ତମ୍ଭକାର ନିର୍ମଳ ଚନ୍ଦ୍ର ସାମଲ କହିଥିଲେ l ଭାଗବତ ଟୁଙ୍ଗି ମାନଙ୍କରେ ଯେଉଁ ଧର୍ମପରାୟଣ ବ୍ୟକ୍ତି ପ୍ରତିଦିନ ଭାଗବତ ପାଠ କରିଆସୁଛନ୍ତି ସେ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କୁ ରାଜ୍ୟ ସଂସ୍କୁତ ବିଭାଗ ବାର୍ଷିକ ଅନୁଦାନ ଦେବାକୁ ଦାବିହୋଇଆସୁଛି l

ଏହି ଆଧ୍ୟାତ୍ମିକ ଆଲୋଚନାରେ ଆଡ଼ଭୋକେଟ ଲଷ୍ମୀନାରାୟଣ ପାଢ଼ୀ, ପଠାଣି ବେହେରା, ଅଭୟ ମହାପାତ୍ର, ହର୍ଷବର୍ଧନ ଉଦ୍ଗାତା, ସିମାଞ୍ଚଳ ପାଢ଼ୀ, ପ୍ରବୀର ମହାପାତ୍ର, ଦଶରଥ ନନ୍ଦ,ନିରଞ୍ଜନ ସେନାପତି ବାଇଧର ପାତ୍ର, କୃଷ୍ଣ ପ୍ରସାଦ ଜେନା, ନାରାୟଣ କର, ତରଣୀସେନ ନାୟକ, ପ୍ରଭାକର ସାହୁ, ମିଟୁ ସ୍ୱାଇଁ, ଭଗବାନ ସାହୁ, ପ୍ରଦୀପ ତ୍ରିପାଠୀ, ଡ଼ଃ ବାଳକୃଷ୍ଣ ପ୍ରହରାଜ ଏଲ ଏନ ପଣ୍ଡା, ସୁଦର୍ଶନ ମହାଳିକ ଓ ସଂଜୀବ ସାହୁ ପ୍ରମୁଖ ବହୁ ବ୍ୟକ୍ତି ଯୋଗଦେଇଥିଲେ l ଶ୍ରୀମତୀ ଲଷ୍ମୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ l
ପରିଶେଷରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା l

Leave a Reply

Your email address will not be published. Required fields are marked *