July 4, 2025
Home » ସଙ୍ଗୀତ ଧାରାର ସେମି ଫାଇନାଲ ଭକ୍ତି ସଙ୍ଗୀତ ପ୍ରତିଯୋଗିତା, ଅନ୍ତିମ ପର୍ଯ୍ୟାୟକୁ ୧୩ଜଣ ଉତ୍ତୀର୍ଣ୍ଣ ।

ସଙ୍ଗୀତ ଧାରାର ସେମି ଫାଇନାଲ ଭକ୍ତି ସଙ୍ଗୀତ ପ୍ରତିଯୋଗିତା, ଅନ୍ତିମ ପର୍ଯ୍ୟାୟକୁ ୧୩ଜଣ ଉତ୍ତୀର୍ଣ୍ଣ ।

0
IMG-20250105-WA0096

ନୟାଗଡ଼ ୫.୧ (ଇପିଏ)ସଙ୍ଗୀତଧାରା ଅନୁଷ୍ଠାନ ନୟାଗଡ଼ ପକ୍ଷରୁ ଆୟୋଜିତ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ଆଜି ଅନୁଷ୍ଠିତ ସେମି ଫାଇନାଲରେ ୧୩ ଜଣ ପ୍ରତିଯୋଗୀ ଅନ୍ତିମ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି । ସେମି ଫାଇନାଲ ପ୍ରତିଯୋଗିତାରେ ଜିଲ୍ଲାର ମୋଟ ୮ଟି ବ୍ଲକରେ ଅନୁଷ୍ଠିତ ହୋଇଥିବା ପ୍ରଥମ ପର୍ଯ୍ୟାୟ ପ୍ରତିଯୋଗିତାରୁ ୫୭ ଜଣ ପ୍ରତିଯୋଗୀ ମନୋନୀତ ହୋଇ ସେମି ଫାଇନାଲରେ ଭାଗ ନେଇଥିଲେ । ନୟାଗଡ଼ ପୁରୁଣା ସହରସ୍ଥିତ ବୁଦ୍ଧ ମଣ୍ଡପରେ ଆୟୋଜିତ ସେମି ଫାଇନାଲରେ ବିଚାରକ ଭାବେ ସୂରଗନ୍ଧର୍ବ ନବକିଶୋର ମିଶ୍ର,ଗୀତିକାର, ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଗୋଦାବରୀଶ ପାତ୍ର ଏବଂ ବେତାର କଣ୍ଠଶିଳ୍ପୀ ରବିନ୍ଦ୍ର ତ୍ରିପାଠୀ ପ୍ରମୁଖ ଯୋଗଦାନ କରି ଶ୍ରେଷ୍ଠ ୧୩ ଜଣ ପ୍ରତିଯୋଗୀଙ୍କୁ ଅନ୍ତିମ ପର୍ଯ୍ୟାୟ ପାଇଁ ଚୟନ କରିଛନ୍ତି ।

ଅନ୍ତିମ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହୋଇଥିବା ଏହି ପ୍ରତିଯୋଗୀ ମାନେ ହେଲେ ଓମ ପ୍ରକାଶ ମହାରଣା, ବିଷ୍ନୁପ୍ରିୟା ବେହେରା,ଶୁଚିସ୍ମିତା ଦୋରା,ଲିପ୍ସାରାଣୀ ପଣ୍ଡା,ପଲ୍ଲବୀ ତ୍ରିପାଠୀ, ସୋମାଲିନ ପୃଷ୍ଟି,ଶକ୍ତିମାନ ସ୍ୱାଇଁ,ଆଦ୍ୟାଶା ପ୍ରିୟଦର୍ଶିନୀ ନନ୍ଦ,ସ୍ନେହା ପ୍ରିୟଦର୍ଶିନୀ,ଦେବୀ ପ୍ରସାଦ ନନ୍ଦ, ପୂଜା ନାୟକ,ସଂଗୀତା ପ୍ରଧାନ । ତେବେ ସେମି ଫାଇନାଲରେ ଅଂଶ ଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀ ମାନଙ୍କୁ ଅନ୍ତିମ ପର୍ଯ୍ୟାୟ ପ୍ରତିଯୋଗିତା ଦିନ ସମ୍ବର୍ଦ୍ଧିତ କରାଯିବା ସହିତ ପ୍ରମାଣପତ୍ର ପ୍ରଦାନ କରାଯିବ । ସେମି ଫାଇନାଲରେ ସଙ୍ଗୀତଧାରା ସଭାପତି ଡ.ବିଜୟ କୁମାର ଚୌଧୁରୀ,ମୁଖ୍ୟ ପୃଷ୍ଠପୋଷକ ସମାଜସେବୀ ପ୍ରମୋଦ ପଟ୍ଟନାୟକ,ସମ୍ପାଦକ କଣ୍ଠଶିଳ୍ପୀ ପ୍ରଶାନ୍ତ ଦାଶ,ସଂଯୋଜକ ଲକ୍ଷ୍ମୀଧର ସାହୁ,ପ୍ରଶାନ୍ତ କୁମାର ପଟ୍ଟନାୟକ, ଉମାକାନ୍ତ ମିଶ୍ର , ପୂର୍ଣଚନ୍ଦ୍ର ଶତପଥୀ,ରବୀନ୍ଦ୍ର କୁମାର ସାହୁ,କଣ୍ଠଶିଳ୍ପୀ ଜୟଶ୍ରୀ ଦେବୀ, ଅଶୋକ ମଲ୍ଲ ପ୍ରମୁଖ ସହଯୋଗ କରିଥିଲେ । ସୂଚନା ଯୋଗ୍ୟ ଅନ୍ତିମ ପର୍ଯ୍ୟାୟରେ ଶ୍ରେଷ୍ଠ ବିବେଚିତ ପ୍ରଥମ ପ୍ରତିଯୋଗୀକୁ ପୁରସ୍କାର ରାଶି ନଗଦ ୧୧ହଜାର ଟଙ୍କା ସହିତ ‘ନୟାଗଡ଼ ସଙ୍ଗୀତ କଲୋଳ’ ଉପାଧି ପ୍ରଦାନ କରାଯିବ । ଦ୍ୱିତୀୟ ଏବଂ ତୃତୀୟ ସ୍ଥାନକୁ ଉତ୍ତୀର୍ଣ୍ଣ ପ୍ରତିଯୋଗୀଙ୍କୁ ଯଥାକ୍ରମେ ୫ ହଜାର ଟଙ୍କା ଏବଂ ୩ ହଜାର ଟଙ୍କା ସହିତ ପ୍ରମାଣ ପତ୍ର ପ୍ରଦାନ କରାଯାଇ ପୁରସ୍କୃତ କରାଯିବ । ପ୍ରକାଶ ଥାଉକି ଅନ୍ତିମ ପର୍ଯ୍ୟାୟ ପ୍ରତିଯୋଗିତା କେତେ ତାରିଖରେ ହେବ ପ୍ରତିଯୋଗୀମାନଙ୍କୁ ଜଣାଇ ଦିଆଯିବ ।

ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *