ସଫେଇ କର୍ମଚାରୀ ଙ୍କୁ ସୁରକ୍ଷା ସାମଗ୍ରୀ ବଣ୍ଟନ
କେସିଙ୍ଗା : ଏସବିଆଇ ଏବଂ ରାମକି ଫାଉଣ୍ଡେସନ ପକ୍ଷରୁ ପରିବେଶକୁ ସଫା ସୁତୁରା ରଖିବା ପାଇଁ ଜିଲ୍ଲାରେ ନିରନ୍ତର ଉଦ୍ୟମ ଜାରି ରଖିଛି। ଏହି ସଂସ୍ଥା ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟ ଏବଂ ସ୍ଵଚ୍ଛତା ଉପରେ ସଚେତନତା କରି ଆସୁଛି। ଏହି କ୍ରମରେ ଆଜି କେସିଙ୍ଗା ବ୍ଲକ ର ଜୋଲକୋ ଠାରେ ବର୍ଷା ଓ ଅନ୍ୟାନ୍ୟ ସୁରକ୍ଷା କୁ ଦୃଷ୍ଟି ରେ ରଖି କେସିଙ୍ଗା ଏନ୍ ଏ ସି ର ସଫେଇ କର୍ମଚାରୀ ମାନଙ୍କୁ ରେନକୋଟ, ସେଫ୍ଟିଜୋତା ଆଉ ହେଣ୍ଡଗ୍ଲୋବ ସ୍ୱଛ ଭାରତ ଅଭିଯାନ ମାଧ୍ୟମ ରେ ରାମକୀ ଫାଉଣ୍ଡେସନ ଦ୍ୱାରା ପ୍ରଦାନ କରାଯାଇଥିଲା।

ଏଥିରେ ରାମକି ଫାଉଣ୍ଡେସନ ର କଳାହାଣ୍ଡି ପିସି , ଡାକ୍ତର ବିମଳ ଚରଣ ଷଡଙ୍ଗୀ, ଫାର୍ମାସିଷ୍ଟ ଜ୍ୟୋଷ୍ଣା ରାଣୀ ବେହେରା ,ଷ୍ଟାଫ ନର୍ସ ପଙ୍କଜିନୀ ରଣା, ଏଲ ଟି ନିତୁ ନାୟକ, ପାଇଲଟ ନିରଞ୍ଜନ ହାତୀ ପ୍ରମୁଖ ଉପସ୍ଥିତ ଥିଲେ| ସ୍ୱଚ୍ଛତା ପାଇଁ ସ୍ୱଚ୍ଛ ସାମଗ୍ରୀ ପାଇଥିବା ସ୍ୱଚ୍ଛ ସାଥୀ ମାନେ ଏସ ବି ଆଇ ଏବଂ ରାମକି ଫାଉଣ୍ଡେସନ କୁ ଧନ୍ୟବାଦ ଅର୍ପଣ କରିଥିଲେ।
ବିଦ୍ୟାଧର ସାହୁଙ୍କ ରିପୋର୍ଟ…..
